Advertisment

ସମରେ ଜଟିଳ ହୃଦରୋଗର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନଷ୍ଟିଚ୍ୟୁଟ ଅଫ୍ ମଡିକାଲ୍ ସାଇନ୍ସ(ଆଏମଏସ) ଆଣ୍ଡ ସମ ହସ୍ପିଟାଲର କାର୍ଡିଓ ଥୋରାସିକ ଓ ଭସ୍କୁଲାର ସର୍ଜରୀ ବିଭାଗରେ ଜଟିଳ ହୃଦରୋଗର ବିରଳ ଅସ୍ତ୍ରୋପଚାର କରାଯାଉଛି। ଏହି ହସ୍ପିଟାଲରେ ଏନେଇ ଏକ ସ୍ୱତନ୍ତ୍ର ବିଭାଗ ରହିଛି।  ଏହି ବିଭାଗରେ ଥିବା ଅତ୍ୟାଧୁନିକ ମୋଡୁଲାର ଅପରେସନ ଥିଏଟର ଓ ଏକ ୬ ଶଯ୍ୟା ବିଶିଷ୍ଟ  ଆଇସିୟୁ ରହିଛି। ଏଥିରେ ହସ୍ପିଟାଲ ପକ୍ଷରୁ ନିଯୁକ୍ତ ପାଇଥିବା ଅଭିଜ୍ଞ ପ୍ରେଫସରମାନେ ଗତ ୧୮ ମାସ ମଧ୍ୟରେ ୧୫୦ରୁ […]

ଅଦ୍ୟତନ ହୋଇଛି
ସମରେ ଜଟିଳ ହୃଦରୋଗର ବିରଳ ଅସ୍ତ୍ରୋପଚାର

heart surgery

Advertisment

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନଷ୍ଟିଚ୍ୟୁଟ ଅଫ୍ ମଡିକାଲ୍ ସାଇନ୍ସ(ଆଏମଏସ) ଆଣ୍ଡ ସମ ହସ୍ପିଟାଲର କାର୍ଡିଓ ଥୋରାସିକ ଓ ଭସ୍କୁଲାର ସର୍ଜରୀ ବିଭାଗରେ ଜଟିଳ ହୃଦରୋଗର ବିରଳ ଅସ୍ତ୍ରୋପଚାର କରାଯାଉଛି। ଏହି ହସ୍ପିଟାଲରେ ଏନେଇ ଏକ ସ୍ୱତନ୍ତ୍ର ବିଭାଗ ରହିଛି।  ଏହି ବିଭାଗରେ ଥିବା ଅତ୍ୟାଧୁନିକ ମୋଡୁଲାର ଅପରେସନ ଥିଏଟର ଓ ଏକ ୬ ଶଯ୍ୟା ବିଶିଷ୍ଟ  ଆଇସିୟୁ ରହିଛି। ଏଥିରେ ହସ୍ପିଟାଲ ପକ୍ଷରୁ ନିଯୁକ୍ତ ପାଇଥିବା ଅଭିଜ୍ଞ ପ୍ରେଫସରମାନେ ଗତ ୧୮ ମାସ ମଧ୍ୟରେ ୧୫୦ରୁ ଅଧିକ ହୃଦରୋଗୀଙ୍କର ଚିକିତ୍ସା କରିଛନ୍ତି।  ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ହସ୍ପିଟାଲର ବିଭାଗୀୟ ମୁଖ୍ୟ ଡ. ଜିତେନ୍ଦ୍ର ପଟ୍ଟନାୟକ । ସେ କହିଛନ୍ତି ଯେ, ହୃଦରୋଗ ସମ୍ବନ୍ଧୀୟ ଯଥା,ବାଇପାସ ସର୍ଜରୀ, ସିଙ୍ଗଲ୍ ଓ  ଡବଲ୍ ଭାଲ୍ଭ ରିପ୍ଲେସମେଣ୍ଟ ଏବଂ ହୃଦରେ ଥିବା ସୂକ୍ଷ୍ମ ଗାତକୁ ମଧ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚିକିତ୍ସା କରାଯାଉଛି।  ହସ୍ପିଟାଲର ନିର୍ଦ୍ଦେଶକ ପ୍ରେଫସର.ଡି.କେ ରୟ କହିଛନ୍ତି ଯେ, କିଛିଦିନ ତଳେ ଢେଙ୍କାନାଳର ରାମଚନ୍ଦ୍ର ପଣ୍ଡାଙ୍କର ’ନେଫ୍ରୋଟିକ୍ ସିନଡ୍ରମ’ ନାମକ ଜଟିଳ ରୋଗ ହୋଇଥିଲା। ରାମଚନ୍ଦ୍ର ଦେଶର ବିଭିନ୍ନ ହସ୍ପିଟାଲରୁ ନିରାଶ ହୋଇ ଏଠାକୁ ଆସିଥିଲେ। ଗତ ଏପ୍ରିଲ ୨୧ ତାରିଖରେ ଶ୍ରୀପଣ୍ଡାଙ୍କର ମିଟ୍ରାଲ ଭାଲ୍ଭ ରିପ୍ଲେସମେଣ୍ଟ କରାଯାଇଥିଲା ବୋଲି ଶ୍ରୀ ରୟ କହିଥିଲ। ଏହାସହ ଗରିବ ଲୋକଙ୍କ ପାଇଁ ଓଡ଼ିଶା ଷ୍ଟେଟ ଟ୍ରିଟମେଣ୍ଟ ଫଣ୍ଡ ଓ ବିଜୁ କୃଷକ କଲ୍ୟାଣ ଯୋଜନା ମଧ୍ୟ ଏହି ହସ୍ପିଟାଲରେ ଉପଲବ୍ଧ ହେଉଛି ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମେଡିକାଲ ସୁପରିଟେଣ୍ଡାଣ୍ଟ ପି.କେ ମହାନ୍ତି।,କାର୍ଡିଓଲାଜି ବିଭାଗ ମୁଖ୍ୟ ପ୍ରଫେସର ଏ.କେ ସମାଲ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe