Advertisment

ଖରା ଦିନେ କୁଲ୍‌ ରଖେ ସରବତ; ପଢ଼ନ୍ତୁ ଦୁଇଟି ଅଲଗା ସରବତ ବିଷୟରେ

ଭୁବନେଶ୍ୱର: ଖରାଦିନେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶରୀରରୁ ଝାଳ ବାହାରିଥାଏ। ଫଳରେ ଶରୀରରୁ ଜଳୀୟ ଅଂଶର ପରିମାଣ କମିବାରେ ଲାଗିଥାଏ। ତେଣୁ ସାଧାରଣତଃ ଲୋକେ ବଜାରରେ ବିକ୍ରି ହେଉଥିବା ସୁଲଭ ମୂଲ୍ୟର ଫୁଡ୍‌ ଜୁସ୍‌ ପିଇଥାଆନ୍ତି। ଏହି ମୃଦୁ ପାନୀୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।  ନିଜକୁ ଖରା ଦିନେ ଫିଟ୍ ରଖିବା ପାଇଁ ସବୁଠୁ ଭଲ  ଘରେ ତିଆରି ସରବତ। ଦହି ସରବତ, ଲେମ୍ବୁ ସରବତ, ବେଲ ସରବତ, ଆମ୍ବ ସରବତ କଥା ତ […]

ଅଦ୍ୟତନ ହୋଇଛି
ଖରା ଦିନେ କୁଲ୍‌ ରଖେ ସରବତ; ପଢ଼ନ୍ତୁ ଦୁଇଟି ଅଲଗା ସରବତ ବିଷୟରେ

sherbet

Advertisment

ଭୁବନେଶ୍ୱର: ଖରାଦିନେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶରୀରରୁ ଝାଳ ବାହାରିଥାଏ। ଫଳରେ ଶରୀରରୁ ଜଳୀୟ ଅଂଶର ପରିମାଣ କମିବାରେ ଲାଗିଥାଏ। ତେଣୁ ସାଧାରଣତଃ ଲୋକେ ବଜାରରେ ବିକ୍ରି ହେଉଥିବା ସୁଲଭ ମୂଲ୍ୟର ଫୁଡ୍‌ ଜୁସ୍‌ ପିଇଥାଆନ୍ତି। ଏହି ମୃଦୁ ପାନୀୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।  ନିଜକୁ ଖରା ଦିନେ ଫିଟ୍ ରଖିବା ପାଇଁ ସବୁଠୁ ଭଲ  ଘରେ ତିଆରି ସରବତ। ଦହି ସରବତ, ଲେମ୍ବୁ ସରବତ, ବେଲ ସରବତ, ଆମ୍ବ ସରବତ କଥା ତ ଆପଣ ଜାଣିଛନ୍ତି। କିନ୍ତୁ ଆମେ ଏଠାରେ ଆଉ ଦୁଇଟି ସରବତ ଉଲ୍ଲେଖ କରିଛୁ। ଏହା ଆପଣଙ୍କୁ ହଟ୍ ଖରାରେ କୁଲ୍ ଦେବ।

Advertisment

ପାନ ମଧୁରୀ ସରବତ- ପାନ ମଧୁରୀ ସରବତ ପିଇବା ଦ୍ୱାରା ଆପଣଙ୍କ ଶରୀର ଓ ମସ୍ତିଷ୍କ ଥଣ୍ଡା ରହିଥାଏ। ଏହି ସରବତ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ପାନ ମଧୁରୀକୁ ରାତିସାରା ପାଣି ଭିଜାଇ ରଖନ୍ତୁ। ସକାଳେ ଏହି ଭିଜା ଯାଇଥିବା ପାଣିରୁ ପାନ ମଧୁରୀକୁ ବାହାର କରି ଚିନି କିମ୍ୱା ମହୁ ପକାଇ ସରବତ ପ୍ରସ୍ତୁତ କରିପାରିବେ।

ତେନ୍ତୁଳି ସରବତ- ତେନ୍ତୁଳିରେ ଭରପୂର ମାତ୍ରାରେ ଭିଟାମିନ୍ ଓ ଖଣିଜ ପଦାର୍ଥ ଭରି ରହିଛି। ଏହି ସରବତ ପ୍ରସ୍ତୁତ କରିବା ପାଇଁ ପ୍ରଥମେ  ତେନ୍ତୁଳି, ଗୁଡ ଓ ସୈନ୍ଧବ ଲବଣକୁ ରାତି ସାରା ଭିଜେଇ ରଖନ୍ତୁ। ସକାଳେ ନିଜ ଆବଶ୍ୟକତା ଅନୁସାରେ ପାଣି ପକାଇ ସରବତ ପ୍ରସ୍ତୁତ କରନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe