ସୂର୍ଯ୍ୟରେଖାର ସ୍ଥିତି କହିଦିଏ ମଣିଷର ସ୍ୱଭାବ

କୁହାଯାଏ ହସ୍ତରେଖାରେ ରେଖା ହୋଇଥାଏ ମଣିଷର ଭାଗ୍ୟ। ଆମ ପାପୁଲିରେ ଅନେକ ରେଖା ଅଛି। ତେବେ ସେଗୁଡ଼ିକ ମଧ୍ୟରେ ଚାରୋଟି ପ୍ରମୁଖ ରେଖା ରହିଛି। ସେଗୁଡ଼ିକ ହେଉଛି- ଜୀବନ ରେଖା, ହୃଦୟ ରେଖା, ଭାଗ୍ୟ ରେଖା ଓ ସୂର୍ଯ୍ୟ ରେଖା। ଏଗୁଡ଼ିକ ମଧ୍ୟରୁ ସୂର୍ଯ୍ୟ ରେଖା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଏ। ଅନେକ ଲୋକଙ୍କ ହାତରେ ଭଲ ଭାଗ୍ୟ ରେଖା ଥାଏ। କିନ୍ତୁ ସୂର୍ଯ୍ୟରେଖା ନଥିଲେ ଏହି ରେଖା କିଛି ପରିଣାମ ଦିଏ ନାହିଁ ବୋଲି କୁହାଯାଏ। […]

nn

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 10:18 AM IST

କୁହାଯାଏ ହସ୍ତରେଖାରେ ରେଖା ହୋଇଥାଏ ମଣିଷର ଭାଗ୍ୟ। ଆମ ପାପୁଲିରେ ଅନେକ ରେଖା ଅଛି। ତେବେ ସେଗୁଡ଼ିକ ମଧ୍ୟରେ ଚାରୋଟି ପ୍ରମୁଖ ରେଖା ରହିଛି। ସେଗୁଡ଼ିକ ହେଉଛି- ଜୀବନ ରେଖା, ହୃଦୟ ରେଖା, ଭାଗ୍ୟ ରେଖା ଓ ସୂର୍ଯ୍ୟ ରେଖା। ଏଗୁଡ଼ିକ ମଧ୍ୟରୁ ସୂର୍ଯ୍ୟ ରେଖା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଏ। ଅନେକ ଲୋକଙ୍କ ହାତରେ ଭଲ ଭାଗ୍ୟ ରେଖା ଥାଏ। କିନ୍ତୁ ସୂର୍ଯ୍ୟରେଖା ନଥିଲେ ଏହି ରେଖା କିଛି ପରିଣାମ ଦିଏ ନାହିଁ ବୋଲି କୁହାଯାଏ। ସମସ୍ତଙ୍କ ହାତରେ ସୂର୍ଯ୍ୟ ରେଖା ସମାନ ଆକାରରେ ଅବା ସମାନ ସ୍ଥିତିରେ ନଥାଏ।  ତା’ହେଲେ ଆସନ୍ତୁ ଜାଣିବା ହାତରେ ସୂର୍ଯ୍ୟ ରେଖାର ସ୍ଥିତି ଅନୁଯାୟୀ ପରିଣାମ ସଂପର୍କରେ।

  • ଯେଉଁ ବ୍ୟକ୍ତିଙ୍କ ହାତରେ ସୂର୍ଯ୍ୟ ରେଖା ସହିତ ମସ୍ତିଷ୍କ ରେଖା ଢଳି ରହିଥାଏ, ସେ କଳା ଓ ସାହିତ୍ୟ କ୍ଷେତ୍ରରେ ସଫଳ ହୁଅନ୍ତି।
  • ଯାହାର ହାତରେ ସୂର୍ଯ୍ୟରେଖା ସ୍ପଷ୍ଟ ଭାବେ ଦେଖାଯାଏ ସେ ସମ୍ବେଦନଶୀଳ, ଦୟାଳୁ ଓ ଉଦାର ପ୍ରକୃତିର ହୋଇଥାଆନ୍ତି। ଏହି କାରଣରୁ ସେମାନଙ୍କୁ ସମାଜରେ ଉଚ୍ଚ ପଦପଦବୀ ମିଳେ।
  • ଯେଉଁମାନଙ୍କ କ୍ଷେତ୍ରରେ ସୂର୍ଯ୍ୟ ରେଖା ଅନ୍ୟ କୌଣସି ରେଖା ସହ ସଂଯୁକ୍ତ ନହୋଇ ମଙ୍ଗଳ ଦେଇ ଆରମ୍ଭ ହୋଇଥାଏ, ସେମାନଙ୍କୁ ଜୀବନରେ ସଂଘର୍ଷ ଓ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଅବଶ୍ୟ ପରେ ସେମାନଙ୍କୁ ସଫଳତା ମିଳିଥାଏ।
  • ଯାହାର ସୂର୍ଯ୍ୟ ରେଖା ଉପରେ ଚକ୍ର ଥିବ ସେ ପ୍ରତିଭାବାନ ହୁଅନ୍ତି। ତାଙ୍କର ସଫଳତା ବ୍ୟାପକ ହୋଇଥାଏ।

 

 

 

Related story