Advertisment

ତ୍ୱଚାକୁ ଏମିତି ରକ୍ଷା କରିଥାଏ ସନ୍‌ସ୍କ୍ରିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଏବେ ମଧ୍ୟ ଭାବୁଛନ୍ତି କି ସନ୍‌ସ୍କ୍ରୀନ୍‌ କେବଳ ଖରା ଦିନେ ବ୍ୟବହାର କରିହୁଏ। ଯଦି ଆପଣ ଏହା ଭାବୁଛନ୍ତି, ତାହାଲେ ଆପଣ ଭୁଲ୍‌ ଭାବୁଛନ୍ତି। ଏହାକୁ ଆପଣ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି, ସେତେବେଳେ ବ୍ୟବହାର କରିବା ଆବଶ୍ୟକ। କାରଣ ଏହା ଆପଣଙ୍କ ତ୍ୱଚାକୁ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ରକ୍ଷା କରିଥାଏ। ଏହା ପଢ଼ି ସାରିଲା ପରେ ଆପଣ କେବଳ ଖରାଦିନେ ନୁହେଁ ଅନ୍ୟ ସମୟରେ ମଧ୍ୟ ଏହାକୁ ବ୍ୟବହାର କରିବେ। ତେବେ […]

author-image
Rosalin Rath
ତ୍ୱଚାକୁ ଏମିତି ରକ୍ଷା କରିଥାଏ ସନ୍‌ସ୍କ୍ରିନ୍‌

a11

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଏବେ ମଧ୍ୟ ଭାବୁଛନ୍ତି କି ସନ୍‌ସ୍କ୍ରୀନ୍‌ କେବଳ ଖରା ଦିନେ ବ୍ୟବହାର କରିହୁଏ। ଯଦି ଆପଣ ଏହା ଭାବୁଛନ୍ତି, ତାହାଲେ ଆପଣ ଭୁଲ୍‌ ଭାବୁଛନ୍ତି। ଏହାକୁ ଆପଣ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି, ସେତେବେଳେ ବ୍ୟବହାର କରିବା ଆବଶ୍ୟକ। କାରଣ ଏହା ଆପଣଙ୍କ ତ୍ୱଚାକୁ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ରକ୍ଷା କରିଥାଏ। ଏହା ପଢ଼ି ସାରିଲା ପରେ ଆପଣ କେବଳ ଖରାଦିନେ ନୁହେଁ ଅନ୍ୟ ସମୟରେ ମଧ୍ୟ ଏହାକୁ ବ୍ୟବହାର କରିବେ। ତେବେ ଜାଣନ୍ତୁ ସନ୍‌ସ୍କ୍ରୀନ୍‌ ତ୍ୱଚାକୁ ସୁସ୍ଥ ରଖିବା ସହ ଆମର ଆଉ କେଉଁ କେଉଁ କାମରେ ଆସିଥାଏ।

Advertisment

publive-image

-ଏହାକୁ ଯଦି ଆପଣ ବ୍ୟବହାର କରୁନାହାନ୍ତି, ତାହାଲେ ଆପଣ ତ୍ୱଚାଜନିତ ସମସ୍ୟାରେ ପଡ଼ିପାରନ୍ତି। କାରଣ ଆପଣ ବାହାରକୁ ବାହାରିଲା ବେଳେ ସୂର୍ଯ୍ୟଙ୍କ ହାନିକାରକ କିରଣ ଆପଣଙ୍କ ତ୍ୱଚା ଉପରେ ପଡ଼ିଥାଏ। ଦିନ ସାରା ଆପଣ ବାହାରେ ରହିବା ଯୋଗୁ ଚର୍ମରେ ମଧ୍ୟ ଖରା, ଧୂଳି ଇତ୍ୟାଦି ପଡ଼ି ତ୍ୱଚା ଖରାପ କରିଥାଏ। ତେଣୁ ଆପଣ ସନ୍‌ସ୍କ୍ରୀନ୍‌ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚାକୁ ଏହା ସୁରକ୍ଷା ଦେଇଥାଏ।

-ମୁହଁରେ ବ୍ରଣ ହେବା ଏକ ସାଧାରଣ କଥା। ଏଥିପାଇଁ ଅନେକ ଚିନ୍ତିତ ମଧ୍ୟ ହୁଅନ୍ତି। ଆପଣଙ୍କ ମୁହଁରେ ଯଦି ବ୍ରଣ ହେଉଛି, ଆଉ ତାହା ଭଲ ହେଲା ପରେ ଦାଗ ରହିଯାଉଛି। ତେଣୁ ଏଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ।ଏହି ସମସ୍ୟାର ସମାଧାନ ଲାଗି ମଧ୍ୟ ଆପଣ ମୁହଁରେ ସନ୍‌ସ୍କ୍ରୀନ୍‌ ଲଗାଇ ପାରିବେ। ଏହା ମୁହଁରେ ହେଉଥିବା ବ୍ରଣ ଏବଂ ଦାଗ ଦୂର କରିବା ପାଇଁ ସାହାଯ୍ୟ କରିବ।

Advertisment

publive-image

-ସୁସ୍ଥ ତ୍ୱଚାରେ ଥିବା collagen, keratin and elastinକୁ ଏହା ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ସନ୍‌ସ୍କ୍ରୀନ୍‌ରେ ଥିବା ପ୍ରୋଟିନ୍‌ ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଆପଣ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ସୁନ୍ଦର ଏବଂ ଉଜ୍ୱଳ ଦେଖାଯାଏ।

-ଏହା ତ୍ୱଚାରେ ପ୍ରାଇମର୍‌ (primer) ଭଳି କାମ କରିଥାଏ। ଯାହା ଅନ୍ୟ କ୍ରୀମ୍‌ ଭଳି ତ୍ୱଚାକୁ ସୁନ୍ଦର ଏବଂ ସଫା ରଖିବାରେ ସାହାଯ୍ୟ କରେ।