Advertisment

ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ ପରେ ବି କାହିଁକି ବଢ଼େ ଶରୀରର ଓଜନ?

ଭୁବନେଶ୍ୱର: ପ୍ରତିଦିନ ସେହି ସମାନ ବ୍ୟାୟାମ ଏବଂ ଡାଏଟିଂ ସତ୍ତ୍ୱେ ଶରୀର ଓଜନ ବଢ଼ିବା ପରି ଅନୁଭବ କରୁଛନ୍ତି କି? ଏପରି ଓଜନ ବଢ଼ିବା ପଛରେ କାରଣ କ’ଣ ହୋଇପାରେ? ଆସନ୍ତୁ ଜାଣିବା କିଛି ଆଶ୍ଚର୍ଯ୍ୟ କଲା ଭଳି ସତ୍ୟ ଯାହା ଶରୀରର ଓଜନ ବଢ଼ାଇବା ପଛର କାରଣ ଅଟେ। ଗର୍ଭନିରୋଧକ ବଟିକା: ଗର୍ଭନିରୋଧକ ବଟିକା ଖାଇବାଦ୍ୱାରା ଅଧିକାଂଶ ମହିଳାଙ୍କ ଶରୀର ଓଜନ ବଢ଼େ। ଗବେଷଣା ଅନୁଯାୟୀ ୧୦ରୁ ୯ଜଣ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ ପରେ ବି କାହିଁକି ବଢ଼େ ଶରୀରର ଓଜନ?

weight-gain

ଭୁବନେଶ୍ୱର: ପ୍ରତିଦିନ ସେହି ସମାନ ବ୍ୟାୟାମ ଏବଂ ଡାଏଟିଂ ସତ୍ତ୍ୱେ ଶରୀର ଓଜନ ବଢ଼ିବା ପରି ଅନୁଭବ କରୁଛନ୍ତି କି? ଏପରି ଓଜନ ବଢ଼ିବା ପଛରେ କାରଣ କ’ଣ ହୋଇପାରେ? ଆସନ୍ତୁ ଜାଣିବା କିଛି ଆଶ୍ଚର୍ଯ୍ୟ କଲା ଭଳି ସତ୍ୟ ଯାହା ଶରୀରର ଓଜନ ବଢ଼ାଇବା ପଛର କାରଣ ଅଟେ।

Advertisment

ଗର୍ଭନିରୋଧକ ବଟିକା: ଗର୍ଭନିରୋଧକ ବଟିକା ଖାଇବାଦ୍ୱାରା ଅଧିକାଂଶ ମହିଳାଙ୍କ ଶରୀର ଓଜନ ବଢ଼େ। ଗବେଷଣା ଅନୁଯାୟୀ ୧୦ରୁ ୯ଜଣ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ। ଏହାବ୍ୟତୀତ ଉଚ୍ଚରକ୍ତଚାପ, ମଧୁମେହ ଏବଂ ଷ୍ଟେରଏଡ୍‌ ଯୁକ୍ତ ଔଷଧ ମଧ୍ୟ ଶରୀର ଓଜନ ବଢ଼ାଏ।

ନିଦ୍ରା ଅଭାବ : କିଛିଦିନ ଧରି ଯଦି ଆପଣ ସୁନିଦ୍ରାରେ ନ ଯାଆନ୍ତି ତେବେ ଶରୀର ଓଜନ ବଢ଼ିବାରେ ଏହା ମଧ୍ୟ ହୋଇପାରେ ଆଉ ଏକ କାରଣ। ତେଣୁ ଆପଣଙ୍କ ଶୋଇବା ସମୟ ନିର୍ଭର କରେ ଶରୀର ଓଜନ ଉପରେ।

Advertisment

ଧୂମପାନ: ନିୟମିତ ଧୂମପାନ କଲେ ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରେ। କିନ୍ତୁ ଧୂମପାନ ବନ୍ଦ କରିବାର କିଛି ମାସ ପରେ ହାଠତ୍‌ ଶରୀରର ଓଜନ ବଢ଼ାଏ।

ହାଇପୋଥାଇରଏଡ୍‌: ଶରୀରର ଓଜନ ବଢ଼ାଇବା ପଛରେ ହାଇପୋଥାଇରଏଡ୍‌ ହେଉଛି ଆଉ ଏକ କାରଣ। ଏହି ସମୟରେ ଶରୀରର ମେଟାବୋଲିକ୍‌ ପ୍ରକ୍ରିୟାରେ ସ୍ଥିରତା ଆସେ। ଫଳରେ ପୂର୍ବପରି ଚର୍ବି ତରଳି ଶକ୍ତିରେ ପରିଣତ ହେବାରେ ବାଧା ଉତ୍ପନ୍ନ ହୁଏ।