/odisha-reporter/media/post_attachments/uploads/2019/03/t22-1.jpg)
t22
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣତଃ ଝିଅ ବା ମହିଳାମାନଙ୍କ ବ୍ୟାଗ୍ରେ ଟିସୁ ପେପର୍ ଥିବା ଆମେ ଦେଖିଥାଉ। ମେକ୍ଅପ୍ ଛଡ଼ାଇବା କାମରେ ଅଧିକ ବ୍ୟବହାର ହୋଇଥାଏ ଟିସୁ ପେପର । ହେଲେ ଜାଣନ୍ତି, ଆପଣଙ୍କ ବ୍ୟାଗ୍ରେ ଥିବା ଟିସୁ ପେପର୍ ଆଉ କେଉଁ କାମରେ ଆସିପାରେ !
ତେବେ ଆସନ୍ତୁ ଜାଣିବା, ଟିସୁ ପେପର୍ ଆଉ କେଉଁ କାମରେ ଲାଗିପାରେ।
୧- ଆପଣ ଏହାକୁ ଫେସ୍ ମାସ୍କ ଭାବେ ବ୍ୟବହାର କରିପାରିବେ। ଆପଣ ଗୋଟେ ଅଣ୍ଡାର ଧଳା ଅଂଶ ନେଇ ସେଥିରେ ୫ବୁନ୍ଦା ଲେମ୍ବୁ ରସ ଏବଂ ୫ବୁନ୍ଦା ବାଦାମ ତେଲ ପକାଇ ପ୍ୟାକ୍ ତିଆରି କରନ୍ତୁ। ଏହା ପରେ ଏହାକୁ ଗୋଟେ କୋଟ୍ ମୁହଁରେ ଲଗାଇ ତା ଉପରେ ଟିସୁ ପେପର ଲଗାଇ ଦିଅନ୍ତୁ। ଟିସୁ ପେପରେ ଉପରେ ପୁଣି ଗୋଟେ କୋଟ୍ ପେଷ୍ଟ ଲଗାନ୍ତୁ।
/odisha-reporter/media/post_attachments/wp-content/uploads/2019/03/t33-2.jpg)
୨୦ ମିନିଟ୍ ଛାଡ଼ି ଦିଅନ୍ତୁ। ପେଷ୍ଟକୁ ଶୁଖିବାକୁ ଦିଅନ୍ତୁ। ତା ପରେ ଟିସୁକୁ ମୁହଁରୁ ବାହାର କରିଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ସୁନ୍ଦର ଏବଂ ଫ୍ରେସ୍ ଦେଖାଯିବ।
୨-ଆପଣ ରେଗୁଲାର ବ୍ୟବହାର କରୁଥିବା ଲିପ୍ଷ୍ଟିକ୍କୁ ଓଠରେ ଲଗାଇ ତା ଉପରେ ଟିସୁ ପେପର୍ ରଖି ହାଲକା ଦବାନ୍ତୁ। ଏହା ପରେ ଓଠରେ ହାଲକା Translucent Powder ଲଗାନ୍ତୁ। ଏହା ଆପଣଙ୍କ ଓଠକୁ ମ୍ୟାଟ୍ ଲୁକ୍ ଦେବ।
/odisha-reporter/media/post_attachments/wp-content/uploads/2019/03/t11-1.jpg)
୩-ପ୍ରାୟ ସମୟରେ ଦେଖାଯାଏ ଯେ ଆପଣ ଆଇ ଶ୍ୟାଡୋ ଲଗାଇଲା ବେଳେ ତାହା ମୁହଁ ଉପରକୁ ଆସି ମେକ୍ଅପ୍କୁ ଖରାପ କରିଦିଏ। ତେବେ ସେହି ସମୟରେ ଆପଣ ଗାଲ ଉପରେ ଟିସୁ ପେପର୍ ରଖି ଦିଅନ୍ତୁ। ତା ପରେ ଆଖିର ମେକ୍ଅପ୍ କରନ୍ତୁ। ଏହା କଲେ ଆପଣଙ୍କ ମେକ୍ଅପ୍ ଖରାପ ହେବ ନାହିଁ।
/odisha-reporter/media/post_attachments/wp-content/uploads/2019/03/t55.jpg)
୪- ହେୟାର ଷ୍ଟ୍ରେଟ୍ନିଂ କଲାବେଳେ ବେଳେବେଳେ ଚୁଟି ଅଧିକ ତାତି ଯାଏ ଯାହାକି ଚୁଟି ପାଇଁ ଖରାପ। ତେଣୁ ଟିସୁ ପେପର୍ ଦେଇ ଷ୍ଟ୍ରେଟ୍ନିଂ କରନ୍ତୁ। ଏପରି କଲେ ଅଧିକ ଗରମ ହୋଇଥିବା ଷ୍ଟ୍ରେଟ୍ନର୍ ଆପଣଙ୍କର ଚୁଟିକୁ ଖରାପ କରିବ ନାହିଁ।
୫-ଆପଣ ଲିପ୍ଷ୍ଟିକ୍କୁ ଓଠରେ ଅଧିକ ସମୟ ରଖିବାକୁ ଚାହୁଁଥିଲେ, ପ୍ରଥମେ ଗୋଟେ କୋଟ୍ ଲିପ୍ଷ୍ଟିକ୍ ଲଗାଇ ଟିସୁରେ ଦବାନ୍ତୁ। ପୁଣି ଥରେ ଆଇ ଗୋଟେ କୋଟ୍ ଲଗାନ୍ତୁ। ଏହି ପରି କଲେ ଆପଣଙ୍କ ଲିପ୍ଷ୍ଟିକ୍ ଅଧିକ ସମୟ ପର୍ଯ୍ୟନ୍ତ ଓଠରେ ରହିବ।
ତେବେ ଏଠାରେ ଆମେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହିଁବୁ ଯେ, ଆପଣ ଟିସୁ ପେପର୍ ବ୍ୟବହାର କଲାବେଳେ ଭଲ ବ୍ରାଣ୍ଡର ଟିସୁ ବ୍ୟବହାର କରନ୍ତୁ। ନହେଲେ ଏହା ଆପଣଙ୍କ ଚେହେରା ସଜାଡ଼ିବା ବଦଳରେ ବିଗାଡ଼ି ଦେଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
