Advertisment

Home decore Tips: ଅଦରକାରୀ ଫୁଲକୁ ଘରେ ଏପରି କରନ୍ତୁ ବ୍ୟବହାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ହେଉ କିମ୍ୱା ମନ୍ଦିରରେ ଠାକୁର ପୂଜା କରିବା ପାଇଁ ରଙ୍ଗ ବେରଙ୍ଗର ଫୁଲ ବ୍ୟବହାର କରାଯାଇଥାଏ। ପରେ ଏହାକୁ ଫୋପାଡ଼ି ଦିଆଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଅଦରକାରୀ ଫୁଲସବୁକୁ ନ ଫିଙ୍ଗି ବିଭିନ୍ନ ଉପାୟରେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହି ଅଦରକାରୀ ଶୁଖିଲା ଫୁଲକୁ କିପରି ବ୍ୟବହାର କରିବେ। ୧. ମଉଳି ଯାଇଥିବା ଫୁଲଗୁଡ଼ିକୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ […]

ଅଦ୍ୟତନ ହୋଇଛି
Home decore Tips: ଅଦରକାରୀ ଫୁଲକୁ ଘରେ ଏପରି କରନ୍ତୁ ବ୍ୟବହାର

fffl

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ହେଉ କିମ୍ୱା ମନ୍ଦିରରେ ଠାକୁର ପୂଜା କରିବା ପାଇଁ ରଙ୍ଗ ବେରଙ୍ଗର ଫୁଲ ବ୍ୟବହାର କରାଯାଇଥାଏ। ପରେ ଏହାକୁ ଫୋପାଡ଼ି ଦିଆଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଅଦରକାରୀ ଫୁଲସବୁକୁ ନ ଫିଙ୍ଗି ବିଭିନ୍ନ ଉପାୟରେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହି ଅଦରକାରୀ ଶୁଖିଲା ଫୁଲକୁ କିପରି ବ୍ୟବହାର କରିବେ।

Advertisment

୧. ମଉଳି ଯାଇଥିବା ଫୁଲଗୁଡ଼ିକୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଅନ୍ତୁ। ଭଲ ଭାବେ ଶୁଖିଯିବା ପରେ ସେଗୁଡ଼ିକୁ ଡାଲଚିନି, ଲବଙ୍ଗ ଓ ଗୁଜୁରାତି ଆଦି ମସଲାରେ ମିଶାଇ ଦିଅନ୍ତୁ। ତା’ପରେ ଏସବୁକୁ ଏକ ଜାର୍‌ରେ ରଖନ୍ତୁ। ସେଥିରେ କିଛି ଏସେନ୍‌ସିଆଲ୍‌ ଅଏଲ୍‌ ଚାହିଁଲେ ମିଶାଇ ପାରିବେ। ସେହିପରି ଏହି ମିଶ୍ରଣରେ ପରଫ୍ୟୁମର କିଛି ବୁନ୍ଦା ମିଶାଇ ୧୦ ଦିନ ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଘରକୁ ଅତିଥି ଆସିଲେ ଏହାକୁ ରୁମ୍‌ ଫ୍ରେଶ୍‌ନର୍‌ ଭାବରେ ବ୍ୟବହାର କରିପାରିବେ।

୨. ଏକ ଚତୁର୍ଥାଶଂ ଶୁଖିଲା ଫୁଲକୁ ଗୁଣ୍ଡ କରି ଗୋଟିଏ କପ୍‌ ବେକିଂ ସୋଡ଼ାରେ ମିଶାନ୍ତୁ। ଏଥିରେ ଅଧା ଚାମଚ ଲୁଣ ମିଶାନ୍ତୁ। ଏହି ମିଶ୍ରଣକୁ ପାଣିରେ ମିଶାଇ ଘର ପୋଛିବା ସମୟରେ ବ୍ୟବହାର କରିପାରିବେ।

Advertisment

୩. ଯଦି ଆପଣଙ୍କ ପାଖରେ ପୁରୁଣା ସ୍କାର୍ଫ ବା ଷ୍ଟଲ୍‌ ଅଛି ଏବଂ ଆପଣ ଏହାକୁ ଏକ ସଲିଡ୍‌ କଲର୍‌ ଦେବାକୁ ଚାହୁଁଛନ୍ତି, ତା’ହେଲେ ଏଥିରେ ଫୁଲକୁ ବ୍ୟବହାର କରି ଏକ ନୂଆ ଇକୋ-ଫ୍ରେଣ୍ଡଲି ସ୍କାର୍ଫ ବା ଷ୍ଟଲ୍ ତିଆରି କରିପାରିବେ। ଏଥିପାଇଁ ପ୍ରଥମେ ବ୍ୟବହାର ହୋଇଥିବା ଫୁଲଗୁଡ଼ିକୁ ୨ ଦିନ ଖରାରେ ଶୁଖାନ୍ତୁ।  ଯେଉଁ ଷ୍ଟଲ୍‌ କିମ୍ୱା ସ୍କାର୍ଫକୁ ସଲିଡ୍ କଲର ଦେବାକୁ ଚାହୁଁଛନ୍ତି, ତାହାକୁ ଉଷୁମ ପାଣିରେ କିଛି ସମୟ ରଖନ୍ତୁ। ପାଣିରୁ ପୋଷାକକୁ ବାହାର କରି ସଫା ଚଚାଣରେ ରଖନ୍ତୁ। ଏହାପରେ ପୂର୍ବରୁ ଶୁଖାଇ ରଖିଥିବା ଫୁଲକୁ ସେଥିରେ ଅଲଗା ଅଲଗା ଫୋଲ୍ଡ କରି ରଖନ୍ତୁ। ଫୋଲ୍ଡ କରି ସାରିବା ପରେ ତାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏପଟ ସେପଟ କରି ଷ୍ଟିମ୍‌ କରନ୍ତୁ। ଏହାପରେ ଫୁଲଗୁଡ଼ିକୁ ବାହାର କରି ଦିଅନ୍ତୁ। ତା’ପରେ ଷ୍ଟଲ୍‌ ବା ସ୍କାର୍ଫକୁ ଖରାରେ ଶୁଖାଇ ଦିଅନ୍ତୁ। ଦେଖିବେ ଆପଣ ସ୍କାର୍ଫ ବା ଷ୍ଟଲକୁ ଯେଉଁଭଳି ରଙ୍ଗ ଦେବାକୁ ଚାହୁଁଥିବେ, ସେହିପରି ପ୍ରସ୍ତୁତ ହୋଇଯିବ।

Household Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe