/odisha-reporter/media/post_attachments/uploads/2022/01/sopu.jpg)
soup
ଆବଶ୍ୟକ ସାମଗ୍ରୀ:ଆମେରିକାନ ସୁଇଟ କର୍ଣ୍ଣ, ଗାଜର, ଫ୍ରେଞ୍ଚ ବିନ୍ସ, ପିଆଜ, ରସୁଣ, ତେଜପତ୍ର, ଗୋଲମରିଚ ଗୁଣ୍ଡ, ବଟର, ଲୁଣ, ଧନିଆପତ୍ର, କର୍ଣ୍ଣଫ୍ଲୋର ।
ପ୍ରସ୍ତୁତି ପ୍ରଣାଳୀ:ଏକ ପ୍ୟାନ୍ରେ ପାଣି ଗରମ କରନ୍ତୁ। ସେଥିରେ କଟ ହୋଇଥିବା, ଗାଜର, ଫ୍ରେଞ୍ଚ ବିନ୍ସ, କଟା ପିଆଜ, କଟା ରସୁଣ, ତେଜପତ୍ର, ଗୋଲମରିଚ ଗୁଣ୍ଡ ପକାନ୍ତୁ। ତାହାକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ। ଏହାପରେ ଏହାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ ଷ୍ଟକ ।
ଆଉ ଏକ ପାତ୍ରରେ କିଛି ବଟର ଦିଅନ୍ତୁ। ତାହା ଗରମ ହୋଇଗଲେ ସେଥିରେ କିଛି ରସୁଣ ପକାନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ କଟା ଯାଇଥିବା ଗାଜର ଓ ଫ୍ରେଞ୍ଚ ବିନ୍ସ, ଗ୍ରୀନ ମଟର ପକାନ୍ତୁ। ଏହାପରେ ସେଥିରେ ଆମେରିକାନ ସୁଇଟ କର୍ନ, ଲୁଣ, ଗୋଲମରିଚ ଗୁଣ୍ଡ, କିଛି ବଟା ହୋଇଥିବା କର୍ନ ପକାନ୍ତୁ। ଏହାକୁ ହାଲକା ଭାଜନ୍ତୁ। ଏହାପରେ ଭେଜିଟେବୁଲ ଷ୍ଟକ ପକାନ୍ତୁ।
ଫୁଟିଗଲା ପରେ ସେଥିରେ କଟା ଧନିଆପତ୍ର, ଅଳ୍ପ ଲୁଣ, କିଛି କର୍ଣ୍ଣଫ୍ଲୋର ଘୋଳ ପକାନ୍ତୁ। ଏହାକୁ ଏକ ପାତ୍ରରେ ନେଇ କିଛି ଧନିଆପତ୍ର ପକାଇ ସର୍ଭ କରନ୍ତୁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
