Advertisment

ଏହିସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଡାଇବେଟିସ୍ ଅଛି କି ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀରେ ମଧୁମେହ ବା ଡାଇବେଟିସ୍ ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ବର୍ତ୍ତମାନ ଏହି ରୋଗର ଶିକାର ପ୍ରାୟ ସବୁ ବୟସର ଲୋକ ହେଉଛନ୍ତି। ବର୍ତ୍ତମାନ ସମୟରେ କରୋନା ମହାମାରୀ ଡାଇବେଟିସ୍ ରୋଗୀଙ୍କ ପାଇଁ ଅଧିକ ବିପଜ୍ଜନକ ବୋଲି ଡାକ୍ତରମାନେ ମତ ଦେଉଛନ୍ତି। ତେବେ ସମସ୍ୟା ହେଉଛି ଶରୀରରେ ଡାଇବେଟିସର ମାତ୍ରା ବଢ଼ିଲେ ଅଧିକାଂଶ ଏହା ଚିହ୍ନଟ କରିପାରୁ ନାହାଁନ୍ତି। ତେବେ ଡାଇବେଟିସ୍‌ରୁ ରକ୍ଷା ପାଇବା ପାଇଁ ପ୍ରଥମେ ଏହାର ଚିହ୍ନଟ […]

ଅଦ୍ୟତନ ହୋଇଛି
ଏହିସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଡାଇବେଟିସ୍ ଅଛି କି ନାହିଁ

diabettis

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀରେ ମଧୁମେହ ବା ଡାଇବେଟିସ୍ ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ବର୍ତ୍ତମାନ ଏହି ରୋଗର ଶିକାର ପ୍ରାୟ ସବୁ ବୟସର ଲୋକ ହେଉଛନ୍ତି। ବର୍ତ୍ତମାନ ସମୟରେ କରୋନା ମହାମାରୀ ଡାଇବେଟିସ୍ ରୋଗୀଙ୍କ ପାଇଁ ଅଧିକ ବିପଜ୍ଜନକ ବୋଲି ଡାକ୍ତରମାନେ ମତ ଦେଉଛନ୍ତି। ତେବେ ସମସ୍ୟା ହେଉଛି ଶରୀରରେ ଡାଇବେଟିସର ମାତ୍ରା ବଢ଼ିଲେ ଅଧିକାଂଶ ଏହା ଚିହ୍ନଟ କରିପାରୁ ନାହାଁନ୍ତି। ତେବେ ଡାଇବେଟିସ୍‌ରୁ ରକ୍ଷା ପାଇବା ପାଇଁ ପ୍ରଥମେ ଏହାର ଚିହ୍ନଟ କରିବା ଜରୁରୀ।

Advertisment

ଡାଇବେଟିସ୍ ରୋଗୀଙ୍କ ରକ୍ତରେ ଗ୍ଲୁକୋଜର ପରିମାଣ ସାଧାରଣ ସ୍ତରଠାରୁ ଅଧିକ ବଢ଼ିଥାଏ। ଟାଇପ୍-୧ ଡାଇବେଟିସ୍‌ର ଲକ୍ଷଣ ତୁରନ୍ତ ଆରମ୍ଭ ହୁଏ। ହେଲେ ଟାଇପ୍-୨ ଡାଇବେଟିସ୍‌ର ଲକ୍ଷଣ ଅନେକ ଦିନ ପରେ ଦେଖାଯାଏ। ଏବଂ ଟାଇପ୍-୧ ଡାଇବେଟିସ୍ ଟାଇପ୍-୨ ଅପେକ୍ଷା ଅଧିକ ଗୁରୁତର ବୋଲି ଧରାଯାଏ। ତେବେ ଆସନ୍ତୁ ଜାଣିବା ଡାଇବେଟିଜର ଲକ୍ଷଣ କ’ଣ।

ଭୋକ ଏବଂ ଥକ୍କା-ଡାଇବେଟିସ୍‌ ରୋଗୀମାନେ ଭୋକିଲା ଏବଂ କ୍ଳାନ୍ତ ଅନୁଭବ କରନ୍ତି। ଆମ ଶରୀର ଖାଦ୍ୟକୁ ଗ୍ଲୁକୋଜରେ ପରିଣତ କରେ, ଯାହା ଆମକୁ ଶକ୍ତି ଦେଇଥାଏ, କିନ୍ତୁ ଗ୍ଲୁକୋଜ ନେବା ପାଇଁ କୋଷଗୁଡ଼ିକ ଇନସୁଲିନ୍ ଆବଶ୍ୟକ କରନ୍ତି। କିନ୍ତୁ ଡାଇବେଟିସ୍‌ ହେଲେ ଶରୀର ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ଉତ୍ପାଦନ କରିବାରେ ଅସମର୍ଥ ହୋଇଥାଏ। ଏହି କାରଣରୁ ଶରୀର ସବୁବେଳେ ଥକିଯାଏ ଏବଂ ରୋଗୀ ଅତି ଶୀଘ୍ର ଭୋକିଲା ଅନୁଭବ କରେ।

Advertisment

ବାରମ୍ବାର ପରିସ୍ରା ଏବଂ ଶୋଷ- ଡାଇବେଟିସ୍‌ ରୋଗୀଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡ଼େ। କିଡନୀ ମାଧ୍ୟମରେ ଶରୀରରେ ଗ୍ଲୁକୋଜ ଅବଶୋଷିତ ହୁଏ, କିନ୍ତୁ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ବୃଦ୍ଧି ହେତୁ କିଡନୀ ସଠିକ୍ ଭାବରେ କାମ କରେ ନାହିଁ ଏବଂ ରୋଗୀକୁ ବାରମ୍ବାର ପରିସ୍ରା ଲାଗେ। ବାରମ୍ବାର ପରିସ୍ରା ହେବା ଯୋଗୁ ରୋଗୀକୁ ଅତ୍ୟଧିକ ଶୋଷ ମଧ୍ୟ ଲାଗେ।

diabetesପାଟିର ଶୁଖିବା ଏବଂ କୁଣ୍ଡେଇ ହେବା- ଡାଇବେଟିସ୍‌ ରୋଗୀଙ୍କ ପାଟି ବହୁତ ଶୁଷ୍କ ହୋଇଯାଏ ଏବଂ କୁଣ୍ଡେଇ ହୁଏ। ବାସ୍ତବରେ ବାରମ୍ବାର ପରିସ୍ରା ହେତୁ ଶରୀରରେ ତରଳ ପରିମାଣ କମିଯିବା ଆରମ୍ଭ କରେ ଯେଉଁଥିପାଇଁ ପାଟି ଶୁଖିବାକୁ ଲାଗେ। ଶରୀରର ଆର୍ଦ୍ରତା ହେତୁ ଚର୍ମରେ କୁଣ୍ଡେଇବା ଆରମ୍ଭ ହୁଏ।

ଦୃଷ୍ଟି ଶକ୍ତି- ଶରୀରରେ ତରଳ ପଦାର୍ଥର କମିବା ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଡାଇବେଟିସ୍‌ ରୋଗୀଙ୍କ ଆଖି ଫୁଲିଯାଏ ଏବଂ ସେମାନଙ୍କୁ ସ୍ପଷ୍ଟ ଦେଖାଯାଏ ନାହିଁ।

ସଂକ୍ରମଣ ହେବା- କେତେକ ଡାଇବେଟିସ୍‌ ରୋଗୀଙ୍କଠାରେ ଚର୍ମ ସଂକ୍ରମଣ ମଧ୍ୟ ହୁଏ।| ଏହା ବ୍ୟତୀତ, ଯଦି  କୌଣସି ସ୍ଥାନରେ କ୍ଷତ ହୁଏ, ତେବେ ସୁସ୍ଥ ହେବାକୁ ମଧ୍ୟ ବହୁତ ସମୟ ଲାଗିଥାଏ। ବେଳେବେଳେ ପାଦରେ ମଧ୍ୟ ଯନ୍ତ୍ରଣା ହୁଏ ।

ଓଜନ ହ୍ରାସ-ଡାଇବେଟିସ୍‌ ରୋଗୀମାନେ ଖାଇବା ଦ୍ୱାରା ଶକ୍ତି ପାଆନ୍ତି ନାହିଁ, ଯେଉଁଥିପାଇଁ ସେମାନଙ୍କର ଓଜନ ଶୀଘ୍ର ହ୍ରାସ ହେବାକୁ ଲାଗେ। ଆପଣ ଖାଦ୍ୟରେ କୌ ଣସି ପରିବର୍ତ୍ତନ ନ କଲେ ବି, ଓଜନ ଆପେ ଆପେ ହ୍ରାସ ପଇଯାଏ।

କେତେବେଳେ ଡାକ୍ତରଙ୍କ ସହ ଯୋଗାଯୋଗ କରିବେ-ଯଦି ଆପଣ ବାରମ୍ବାର ପେଟ ବ୍ୟଥା, ଶୋଷ ଏବଂ ପରିସ୍ରା ଅନୁଭବ କରୁଛନ୍ତି ଓ ନିଶ୍ୱାସ-ପ୍ରଶ୍ୱାସ ଶୀଘ୍ର ଶାଘ୍ର ଚାଲୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ୍ କରନ୍ତୁ। ଯଦି ଆପପଣଙ୍କ ବୟସ ୪୫ ବର୍ଷରୁ ଅଧିକ କିମ୍ବା ଆପଣଙ୍କଠାରେ ଡାଇବେଟିସ୍‌ ହେବାର ସମ୍ଭାବନା ଅଧିକ, ତେବେ ତୁରନ୍ତ ପରୀକ୍ଷା କରାଇନିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe