Advertisment

କିପରି ନେବା ଆଖିର ଯତ୍ନ

ଭୁବନେଶ୍ୱର: ଆଖି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆଖି ଦ୍ୱାରା ଆମେ ଏଇ ସୁନ୍ଦର ସଂସାର ଦେଖି ପାରୁଛେ। କିନ୍ତୁ ବୟସ ବୃଦ୍ଧି ସହିତ ଆଜିର ଲାଇଫ୍‌ଷ୍ଟାଇଲ୍ ଓ ପ୍ରଦୂଷଣ ଯୋଗୁଁ ଲୋକଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇବାରେ ଲାଗିଛି। ଫଳରେ ଆମକୁ ଚଷମାର ସାହାଯ୍ୟ ନେବାକୁ ପଡୁଛି। ଘରୋଇ ଉପାୟରେ କିପରି ଆଖିର ଯତ୍ନ ନିଆଯାଇପାରିବ, ଆସନ୍ତୁ ଜାଣିବା। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆଖିରେ ସୋରିଷ ତେଲ କିମ୍ୱା ଦେଶୀ ଘିଅ ଲଗାନ୍ତୁ। […]

author-image
Rakesh Mallick
ଅଦ୍ୟତନ ହୋଇଛି
କିପରି ନେବା ଆଖିର ଯତ୍ନ

eye

eyeଭୁବନେଶ୍ୱର: ଆଖି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆଖି ଦ୍ୱାରା ଆମେ ଏଇ ସୁନ୍ଦର ସଂସାର ଦେଖି ପାରୁଛେ। କିନ୍ତୁ ବୟସ ବୃଦ୍ଧି ସହିତ ଆଜିର ଲାଇଫ୍‌ଷ୍ଟାଇଲ୍ ଓ ପ୍ରଦୂଷଣ ଯୋଗୁଁ ଲୋକଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇବାରେ ଲାଗିଛି। ଫଳରେ ଆମକୁ ଚଷମାର ସାହାଯ୍ୟ ନେବାକୁ ପଡୁଛି।

Advertisment

ଘରୋଇ ଉପାୟରେ କିପରି ଆଖିର ଯତ୍ନ ନିଆଯାଇପାରିବ, ଆସନ୍ତୁ ଜାଣିବା।

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆଖିରେ ସୋରିଷ ତେଲ କିମ୍ୱା ଦେଶୀ ଘିଅ ଲଗାନ୍ତୁ। ନିୟମିତ ଅନୁଲୋମ-ବିଲୋମ, ପ୍ରାଣାୟମ କରନ୍ତୁ। ସକାଳେ ଖୋଲା ପାଦରେ ଘାସରେ ଚାଲନ୍ତୁ। ଅଁଳା ପାଣିରେ ଆଖିକୁ ଧୁଅନ୍ତୁ। ଏହା ସହିତ ରାତିରେ ଦୁଇ ଟୋପା ଗୋଲାପ ଜଳ ଆଖିରେ ପକାନ୍ତୁ। ଆଖିରୁ ପାଣି ଝରିବା, ଧରିବା ଓ ଦୁର୍ବଳତା ଦେଖା ଦେଲେ ରାତିରେ ୮ଟି ବାଦାମ ଭିଜାଇ ସକାଳେ ତାକୁ ବାଟି ପିଇବା ଦ୍ୱାରା ଏପରି ରୋଗରୁ ଉପଶମ ମିଳିଥାଏ।

ଆଖି ପାଇଁ କଦଳୀ ଓ ଆଖୁ ଲାଭକାରୀ ଖାଦ୍ୟ। ଏକ ଗ୍ଲାସ୍‌ଲେମ୍ୱୁ ପାଣି ପିଇବା ଦ୍ୱାରା ଆଖି ସମ୍ୱନ୍ଧୀୟ ରୋଗରୁ ଆମକୁ ରକ୍ଷା କରିଥାଏ।

Advertisment