Advertisment

ରଙ୍ଗ ଖେଳ ହଜେଇ ନ ଦେଉ ଜୀବନର ରଙ୍ଗ: ଆଖି ପାଇଁ ସାବଧାନ!

ଭୁବନେଶ୍ୱର: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ରଙ୍ଗର ପର୍ବକୁ ମନାଇବା ପାଇଁ ସମସ୍ତେ ଉତ୍କଣ୍ଠା ସହ ଅନାଇବସିଛନ୍ତି।  ଆସନ୍ତୁ ଜାଣିବା ହୋଲିରେ କିପରି ନେବା ଆଖିର ଯତ୍ନ। ରଙ୍ଗ ଖେଳିବା ବେଳେ ସତର୍କତା ସହ ରଙ୍ଗ ଖେଳିବା ଉଚିତ୍‌। ଚଷମା ଓ ଟୋପି ପିନ୍ଧି ହୋଲି ଖେଳିବା ଉଚିତ୍। ଯେପରି ରଙ୍ଗ ଆମ ଆଖିରେ ନ ପଡ଼େ।।ରାସାୟନିକ ରଙ୍ଗ ବ୍ୟବହାର ନ କରି ଅବିର ଓ ହର୍ବାଲ ରଙ୍ଗ ବ୍ୟବହାର କରିବା ଉଚିତ୍। ଆସନ୍ତୁ ଜାଣିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ରଙ୍ଗ ଖେଳ ହଜେଇ ନ ଦେଉ ଜୀବନର ରଙ୍ଗ: ଆଖି ପାଇଁ ସାବଧାନ!

eyes

ଭୁବନେଶ୍ୱର: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ରଙ୍ଗର ପର୍ବକୁ ମନାଇବା ପାଇଁ ସମସ୍ତେ ଉତ୍କଣ୍ଠା ସହ ଅନାଇବସିଛନ୍ତି।  ଆସନ୍ତୁ ଜାଣିବା ହୋଲିରେ କିପରି ନେବା ଆଖିର ଯତ୍ନ।

Advertisment

ରଙ୍ଗ ଖେଳିବା ବେଳେ ସତର୍କତା ସହ ରଙ୍ଗ ଖେଳିବା ଉଚିତ୍‌। ଚଷମା ଓ ଟୋପି ପିନ୍ଧି ହୋଲି ଖେଳିବା ଉଚିତ୍। ଯେପରି ରଙ୍ଗ ଆମ ଆଖିରେ ନ ପଡ଼େ।।ରାସାୟନିକ ରଙ୍ଗ ବ୍ୟବହାର ନ କରି ଅବିର ଓ ହର୍ବାଲ ରଙ୍ଗ ବ୍ୟବହାର କରିବା ଉଚିତ୍।

ଆସନ୍ତୁ ଜାଣିବା ଆଖିରେ ରଙ୍ଗ ପଡ଼ିଲେ କ’ଣ କ୍ଷତି ହୁଏ ?

୧-ରଙ୍ଗ ଖେଳିବା ବେଳେ ଯଦି ଆଖିର କରନିଆ ଉପରେ ରଙ୍ଗ ପଡ଼ିଯାଏ ତାହା ହେଲେ ଆଖିରେ ପୋଡ଼ାଜଳା ହୋଇଥାଏ। ଏହା ଦ୍ୱାରା ଦେଖାଯାଇ ନ ଥାଏ।

Advertisment

୨-କଞ୍ଜନ୍‌ଟିଡାରେ ଯଦି ରଙ୍ଗ ପଡ଼ିଯାଏ ତାହା ହେଲେ ଆଖିରେ ରକ୍ତ ଜମାଟ ବାନ୍ଧି ଯାଇଥାଏ। ଆଖି ଜୋରରେ ପୋଡ଼ିଥାଏ।

୩- ଆଖିର ଆଇଲିଡ୍‌ରେ ରଙ୍ଗ ପଡ଼ିଗଲେ ଆଖି ଅଧିକ ଜଳିଥାଏ।

୪-ରଙ୍ଗ ଖେଳିବା ବେଳେ ଯଦି କଳାଡୋଳା ଉପରେ ଆଙ୍ଗୁଳି କି ହାତ ମାଡ଼ ହୋଇଯାଏ ତାହାହେଲେ ଆଖିର ଦୃଷ୍ଟିଶକ୍ତି ପଳାଇ ଯିବାର ସମ୍ଭାବନା ରହିଛି।  ଆଖିରେ ଲାଇଟ୍‌ କିମ୍ବା ସୂର୍ଯ୍ୟକିରଣ ପଡ଼ିଲେ ଅଧିକ ପୋଡ଼ାଜଳା କରିଥାଏ।

ଆଖିରେ ରଙ୍ଗ ପଡ଼ିଲେ କ’ଣ କରିବେ?

ଆଖିରେ ରଙ୍ଗ ପଡ଼ିଲେ ତୁରନ୍ତ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଯଦି ଘରେ ସାଲାଇନ୍‌ ଥାଏ ତାହା ସେହିପାଣିରେ ମଧ୍ୟ ଆଖିକୁ ଧୋଇ ଦିଅନ୍ତୁ। ଆପଣଙ୍କ ପାଖରେ ପେନ୍‌ ଆଣ୍ଟି ବାୟୋଟିକ୍‌ ଅଏଣ୍ଟ ମେଣ୍ଟ୍‌ ଥାଏ, ତାହାହେଲେ ତାକୁ ଆଖିରେ ଲଗାନ୍ତୁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ପ୍ରସ୍ତୁତି- ତପସ୍ୱିନୀ ନାୟକ