Advertisment

ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି ? ତଳେ ବସି ଖାଆନ୍ତୁ

ସାଧାରଣତଃ ଲୋକମାନେ ଡାଇନିଂ ଟେବୁଲ୍‌ରେ ବସି ଖାଆନ୍ତି। ତେବେ ତଳେ ବସି ଭୋଜନ କରିବାରେ ରହିଛି ଅନେକ ଉପକାରିତା। ଆଜି ଆମେ ସେ ସଂପର୍କରେ ଆଲୋଚନା କରିବା। ୧- ତଳେ ବସି ଖାଇବା ଅର୍ଥ କେବଳ ଆପଣ ଖାଦ୍ୟ ଗ୍ରହଣ କରୁ ନାହାନ୍ତି, ଏହି ସମୟରେ ଆପଣ ଯୋଗ ମଧ୍ୟ କରୁଛନ୍ତି। ଭାରତୀୟ ପରମ୍ପରା ଅନୁଯାୟୀ ଆମେ ଯେଉଁ ଭଳି ଢଙ୍ଗରେ ବସି ତଳେ ଖାଆନ୍ତି ତାହା ସୁଖାସନ ବା ପଦ୍ମାସନ ଭଳି ଦେଖାଯାଏ। ଏହି ଆସନ […]

ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି ? ତଳେ ବସି ଖାଆନ୍ତୁ  

eating

Advertisment

ସାଧାରଣତଃ ଲୋକମାନେ ଡାଇନିଂ ଟେବୁଲ୍‌ରେ ବସି ଖାଆନ୍ତି। ତେବେ ତଳେ ବସି ଭୋଜନ କରିବାରେ ରହିଛି ଅନେକ ଉପକାରିତା। ଆଜି ଆମେ ସେ ସଂପର୍କରେ ଆଲୋଚନା କରିବା।

Advertisment

୧- ତଳେ ବସି ଖାଇବା ଅର୍ଥ କେବଳ ଆପଣ ଖାଦ୍ୟ ଗ୍ରହଣ କରୁ ନାହାନ୍ତି, ଏହି ସମୟରେ ଆପଣ ଯୋଗ ମଧ୍ୟ କରୁଛନ୍ତି। ଭାରତୀୟ ପରମ୍ପରା ଅନୁଯାୟୀ ଆମେ ଯେଉଁ ଭଳି ଢଙ୍ଗରେ ବସି ତଳେ ଖାଆନ୍ତି ତାହା ସୁଖାସନ ବା ପଦ୍ମାସନ ଭଳି ଦେଖାଯାଏ। ଏହି ଆସନ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ।

୨- ପଦ୍ମାସନ ଭଳି ତଳେ ବସି ଖାଇବା ଦ୍ୱାରା ମେରୁଦଣ୍ଡର ତଳ ଭାଗର ହାଡ଼ ଗୁଡ଼ିକ ଉପରେ ଚାପ ପଡ଼େ। ଏହା ଦ୍ୱାରା ଶରୀରକୁ ଆରମ ମିଳେ। ଏହା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ଧୀର ରହେ। ମାଂସପେଶୀ ବେଶି ଟାଣି ହୁଏ ନାହିଁ। ରକ୍ତଚାପ କମେ।

Advertisment

୩-ତଳେ ବସି ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହୁଏ। ତଳେ ବସି ଖାଇଲେ ଆମେ ବାରମ୍ବାର ଥାଳି ଆଡ଼କୁ ନଇଁ ଥାଉ। ବାରମ୍ବାର ଏଭଳି ନଇଁବା ଦ୍ୱାରା ଆମର ମାଂସପେଶୀ ନିରନ୍ତର କାର୍ଯ୍ୟ କରନ୍ତି। ଏଥିଯୋଗୁଁ ପାଚନ ବା ହଜମ କ୍ରିୟା ଭଲ ହୁଏ।

୪- ତଳେ ଠିକ୍ ଢଙ୍ଗରେ ବସି ଖାଇଲେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ। ଶିରାଗୁଡ଼ିକରେ ଚାପ ଅନୁଭୂତ ହୁଏ ନାହିଁ। ହଜମ କ୍ରିୟାରେ ରକ୍ତ ସଂଚାଳନର ପ୍ରମୁଖ ଭୂମିକା ରହିଛି। ଖାଦ୍ୟ ଶୀଘ୍ର ହଜମ ହେଲେ ହୃତପିଣ୍ଡକୁ ବି କମ୍ ପରିଶ୍ରମ କରିବା ପଡ଼େ। ଫଳରେ ହୃତପିଣ୍ଡ ବି ସୁସ୍ଥ ରହେ।

୫- ଯଦି ତଳେ ବସି ଖାଇବା ଦ୍ୱାରା ଆପଣଙ୍କ ହୃତପିଣ୍ଡ, ମାଂସପେଶୀ ସୁସ୍ଥ ରହିବ ଓ ରକ୍ତ ସଞ୍ଚାଳନ ଭଲ ହେବ ତା’ହେଲେ ଆପଣ ଦୀର୍ଘାୟୁ ହୋଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe