ଆମ ଜୀବନକାଳ ଭିତରେ ଅଦୃଶ୍ୟ ହୋଇଯିବ ଏଇ ୧୦ ଜିନିଷ

ନୂଆଦିଲ୍ଲୀ: ସମୟ ଉପଗତ। ଖୁବଶୀଘ୍ର ଅନେକ ସେବା ପ୍ରଦାନକାରୀ ବ୍ୟବସ୍ଥା ଓ ଜିନିଷ ଅଦୃଶ୍ୟ ହୋଇଯିବ। ତାହା ପୁଣି ଆମରି ଜୀବନକାଳ ଭିତରେ। ଆଧୁନିକ ଜ୍ଞାନକୌଶଳର ଅଧିକ ଉପଯୋଗ ଏହାର କାରଣ ହେବ। ଆସନ୍ତୁ ଜାଣିବା ଅଦୃଶ୍ୟ ହେବାକୁଥିବା ବା ହେଇଚାଲିଥିବା ଏସବୁ ଜିନିଷ କ’ଣ? ୧. ପୋଷ୍ଟ ଅଫିସ୍: ସମୟ ଥିଲା ଏହି ସେବା ବିନା ବାର୍ତ୍ତା କିମ୍ବା ଆର୍ଥିକ ସହାୟତା ପହଞ୍ଚି ପାରୁ ନ ଥିଲା। ହେଲେ ଅଦ୍ୟାବଧି ଇ-ମେଲ୍, ଫେଡ୍ ଏକ୍ସ, ୟୁପିଏସ୍ […]

10-things

10-things

Niranjan Mishra
  • Published: Wednesday, 20 April 2022
  • Updated: 20 April 2022, 06:19 PM IST

Sports

Latest News

ନୂଆଦିଲ୍ଲୀ: ସମୟ ଉପଗତ। ଖୁବଶୀଘ୍ର ଅନେକ ସେବା ପ୍ରଦାନକାରୀ ବ୍ୟବସ୍ଥା ଓ ଜିନିଷ ଅଦୃଶ୍ୟ ହୋଇଯିବ। ତାହା ପୁଣି ଆମରି ଜୀବନକାଳ ଭିତରେ। ଆଧୁନିକ ଜ୍ଞାନକୌଶଳର ଅଧିକ ଉପଯୋଗ ଏହାର କାରଣ ହେବ। ଆସନ୍ତୁ ଜାଣିବା ଅଦୃଶ୍ୟ ହେବାକୁଥିବା ବା ହେଇଚାଲିଥିବା ଏସବୁ ଜିନିଷ କ’ଣ?

୧. ପୋଷ୍ଟ ଅଫିସ୍: ସମୟ ଥିଲା ଏହି ସେବା ବିନା ବାର୍ତ୍ତା କିମ୍ବା ଆର୍ଥିକ ସହାୟତା ପହଞ୍ଚି ପାରୁ ନ ଥିଲା। ହେଲେ ଅଦ୍ୟାବଧି ଇ-ମେଲ୍, ଫେଡ୍ ଏକ୍ସ, ୟୁପିଏସ୍ ସେବା ବାର୍ତ୍ତାକୁ ସୁରକ୍ଷିତ, ଖୁବ୍ କମ୍ ସମୟରେ ଓ ଖୁବ୍ କମ୍ ଖର୍ଚ୍ଚରେ ଜଣଙ୍କ ଠାରୁ ଅନ୍ୟଜଣଙ୍କ ପାଖରେ ପହଞ୍ଚାଇପାରୁଛି। ତେଣୁ ଖୁବ୍ କମ୍ ରାଜସ୍ୱ ଆସୁଥିବା ପୋଷ୍ଟ ଅଫିସ୍ ସେବା ବନ୍ଦ ହୋଇଯିବା ନେଇ ଆକଳନ କରାଗଲାଣି।

୨- ଚେକ୍: ଖୁବଶୀଘ୍ର ବ୍ରିଟେନରେ ବ୍ୟାଙ୍କ ଚେକ୍ ହଟିବ। ଏନେଇ କାମ ଆରମ୍ଭ ହୋଇଯାଇଛି। ଅନଲାଇନ୍ ଓ ପ୍ଲାଷ୍କ୍ଟିକ କାର୍ଡ ଜରିଆରେ ନେଣଦେଣ ବ୍ୟବସ୍ଥା ଚେକ୍ ବ୍ୟବସ୍ଥାକୁ ହଟାଇବାକୁ ବସିଛି। ଏହା ପୋଷ୍ଟ ଅଫିସ୍ ମନିଅର୍ଡର ଭଳି ଆର୍ଥିକ କାରବାର ବ୍ୟବସ୍ଥାକୁ ମୃତକ ପ୍ରାୟ କରିଦେବ। ଆଗକୁ ଇ-ମେଲ ଦ୍ୱାରା ସମସ୍ତ ନେଣଦେଣ ବ୍ୟବସ୍ଥା ବାର୍ତ୍ତା ନିୟନ୍ତ୍ରଣ ହେବ। ଯାହା ଚେକ ବ୍ୟବସ୍ଥାକୁ ହଟାଇଦେବ।

୩- ଖବର କାଗଜ: ଅଧିକାଂଶ ଯୁବପିଢ଼ି ଏବେ ଖବରକାଗଜ ପଢ଼ିବାଠାରୁ ଦୂରେଇ ଗଲେଣି। ତେଣୁ ଖବରକାଗଜ ଗ୍ରାହକ ହେବାକୁ ପସନ୍ଦ କରୁନାହାନ୍ତି। ଅନଲାଇନରେ ଖବର ପଡ଼ିବା ବ୍ୟବସ୍ଥା ଆଗକୁ ଖବର କାଗଜ ଯୁଗ ବନ୍ଦ କରିଦେବା ଆଶଙ୍କା ସୃଷ୍ଟି କରିଛି। ଏହାଛଡା ଏବେ ଖବରକାଗଜ ଓ ମାଗାଜିନ ଇ-ପେପର ଫର୍ମାଟରେ ଆସିବା ଗ୍ରାହକଙ୍କୁ ଇଣ୍ଟରନେଟ ମୁହାଁ କରିଦେଇଛି। ତେଣୁ ଆଗକୁ ଖବରକାଗଜ ଅଦୃଶ୍ୟ ହେବା ଆଶଙ୍କା କରାଗଲାଣି।

୪- ବହି: ଇଣ୍ଟରନେଟ୍ ଜରିଆରେ ବୁକଷ୍ଟୋର ବ୍ରାଉଜର ଖୋଲି ବହିପଢ଼ିବା ବ୍ୟବସ୍ଥା ବହି କିଣିବା ବୋଝକୁ କମାଇ ଦେଲେଣି। ସୀମିତ ଇଣ୍ଟରନେଟ୍ ଖର୍ଚ୍ଚରେ ବହି ଡାଉନଲୋଡ କରାଯାଇପାରିବା ଆଗକୁ ପାଠପଢ଼ା ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ କରାଯାଉଛି। ଗୀତ, ଫିଲ୍ମ ଭଳି ବହିର ପୃଷ୍ଟାଗୁଡ଼ିକୁ ଡାଉନ୍ ଲୋଡ କରି କମ୍ପ୍ୟୁଟରରେ ରଖି ପଢ଼ାଯାଇପାରୁଛି। ବିଦ୍ୟାର୍ଥୀ ଓ ଉଚ୍ଚ ଶିକ୍ଷିତ ଯୁବପିଢ଼ି ଏବେ ଏଥିପ୍ରତି ବହୁତ ଅଭ୍ୟସ୍ତ ହୋଇପଡ଼ିଲେଣି। ତେଣୁ ବହି ନିକଟ ଭବିଷ୍ୟତରେ ଅଦୃଶ୍ୟ ହେବା ଆଶଙ୍କା ସୃଷ୍ଟି କରିଛି।

୫- ଲ୍ୟାଣ୍ଡଲାଇନ ଫୋନ୍: ପ୍ରତ୍ୟକଙ୍କ ହାତରେ ମୋବାଇଲ୍। ଏପରିକି ଏକାଠି ରହୁଥିବା ବଡ ପରିବାର ମଧ୍ୟ ବ୍ୟବହାର ନିମନ୍ତେ ଘରେ ଗୋଟିଏ ମୋବାଇଲ ବ୍ୟବହାର କରୁଛନ୍ତି। ଏଥିରୁ ଦେଶବିଦେଶକୁ ଫୋନ୍ ଓ ଭିଡିଓ କଲ୍ ମଧ୍ୟ କରାଯାଇପାରୁଛି। ଯାହା ଲ୍ୟାଣ୍ଡଲାଇନ୍ ସଂଯୋଗ, ବିଲ୍ ପୈଠ, ଯୋଗାଯୋଗ ବିଛିନ୍ନ ଭଳି ସମସ୍ୟାରୁ ମୁକ୍ତି ଦେଉଛି। ତେଣୁ ଆସ୍ତେ ଆସ୍ତେ ଲ୍ୟାଣ୍ଡଲାଇନ୍ ଫୋନ୍ ବ୍ୟବସ୍ଥା ଅଦୃଶ୍ୟ ହେବାରେ ଲାଗିଛି।

୬- ସଙ୍ଗୀତ : ଧୀରେ ଧୀରେ ଅନେକ ମ୍ୟୁଜିକ କମ୍ପାନୀ ତାର ସତ୍ତା ହରାଇଲାଣି। ବେଆଇନ ଡାଉନଲୋଡିଂ ହେଉଛି। ରୁଚି ଅନୁଯାୟୀ ଲୋକେ ବିଭିନ୍ନ ପ୍ରକାର ନୂଆ ମ୍ୟୁଜିକ ଉଦଭାବନ କରି ଶୁଣୁଛନ୍ତି। ଲୋଭ ଓ ଦୁର୍ନୀତି ମଧ୍ୟ ଅନ୍ୟଏକ କାରଣ ହୋଇ ଉଭା ହୋଇଛି। ରେଡିଓ ଜରିଆରେ ଶୁଣିବାକୁ ମିଳୁଥିବା ଗୀତ ମ୍ୟୁଜିକ କମ୍ପାନୀ ଉପରେ ପ୍ରଭାବ ପକାଉଛି। ଲୋକେ ପୁରୁଣା ଗୀତକୁ ନୂଆ ମ୍ୟୁଜିକ ଢାଞ୍ଚାରେ କିମ୍ବା ଆଖି ଆଗରେ ଶୁଣିବାକୁ ପସନ୍ଦ କରୁଛନ୍ତି। ଯାହା ମ୍ୟୁଜିକ୍ ଓ ମ୍ୟୁଜିକ କମ୍ପାନୀ ତିଷ୍ଠି ରହିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୭- ଟେଲିଭିଜନ: କମ୍ପ୍ୟୁଟର ଓ ମୋବାଇଲରେ ଖବରଠାରୁ ଆରମ୍ଭ କରି ଫିଲ୍ମ, ଖେଳ, ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖାଯାଇପାରୁଛି। ତେଣୁ ଟେଲିଭିଜନ ଏବେ ବନ୍ଦ ହେବାକୁ ବସିଛି। ଟେଲିଭିଜନ ନେଟଓ୍ୱାର୍କ ଚଳାଇବା ନିମେନ୍ତ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। କେବୁଲ ଦ୍ୱାରା ଟିଭି ଦେଖିବା ମଧ୍ୟ ବହୁ ମୂଲ୍ୟ ସାପେକ୍ଷ ହେଲେଣି। ଯାହା କମ୍ପ୍ୟୁଟର ଯୁଗରେ ଟେଲିଭିଜନର ଅସ୍ତିତ୍ୱ ହରାଇବା ଆଶଙ୍କା ସୃଷ୍ଟି କରିଛି।

୮- ମେମୋରି କାର୍ଡ: ତଥ୍ୟ ସୁରକ୍ଷିତ ରଖିବାକୁ କ୍ଲାଉଡ ସର୍ଭିସ ଭଳି ସଫ୍ଟଓ୍ୱର ତିଆରି ହୋଇପାରିଲାଣି। ଯାହା କମ୍ପ୍ୟୁଟର ଓ ମୋବାଇଲ ଖୋଲିବା ମାତ୍ର ଏଥିରେ ରହିଥିବା ସମସ୍ତ ତଥ୍ୟକୁ ମାତ୍ର ଗୋଟିଏ କ୍ଲିକରେ ସୁରକ୍ଷିତ ରଖିପାରୁଛି। ଏଥିପାଇଁ ମଧ୍ୟ ଖୁବ୍ କମ୍ ଦେୟ ଦେବାକୁ ପଡ଼ୁଛି। ତେଣୁ ମେମୋରି ଚିପ୍, ସିଡି, ଡିଭିଡି ଡ୍ରାଇଭ ପ୍ରଭୃତି ଆଗକୁ ଅବ୍ୟବହୃତ ହୋଇପଡ଼ିବା ଆଶଙ୍କା ହେଲେଣି।

୯- ଖାତା: କମ୍ପ୍ୟୁଟର ଓ ଟାବଲେଟ୍ ଦ୍ୱାରା ଲେଖିବା ଓ ଏହାକୁ ସୁରକ୍ଷିତ ରଖିବା ସହଜ ହୋଇଗଲାଣି। ଶିକ୍ଷା ପ୍ରତିଷ୍ଠାନ ଓ ଅଫିସମାନଙ୍କରେ ଏବେ ସମସ୍ତ ଲେଖାପଢ଼ା ଏହି ଜରିଆରେ ହେଲେଣି। ତେଣୁ ଆଗକୁ ଖାତା ମଧ୍ୟ ଅଦୃଶ୍ୟ ହୋଇଯିବା ଆଶଙ୍କା ହେଲେଣି।

୧୦- ଗୋପନୀୟତା: କେଉଁଠିକୁ ଯାଆନ୍ତୁ, କିଛି ବି କରନ୍ତୁ। ସବୁ ଗୋପନୀୟତା ଉପରେ ରହିଛି କ୍ୟାମେରା ଓ ଇଣ୍ଟର୍ନେଟ ନଜର। ଘର ହେଉ କି ସହର ସମସ୍ତଙ୍କ ସୁରକ୍ଷା ନିମନ୍ତେ ଲାଗିଛି ସିସିଟିଭି କ୍ୟାମେରା। ପ୍ରତ୍ୟେକଙ୍କ ଚାଲିଚଳନ ଓ ଗୋପନୀୟତାକୁ ରେକର୍ଡ କରି ରଖୁଛି। କିଏ କେଉଁଠିକୁ ଯାଉଛି ଓ କେଉଁଠି ଅଛି ତାହାକୁ ଜିପିଏସ୍ ବ୍ୟବସ୍ଥା ଟ୍ରାକ୍ କରି ଅନ୍ୟକୁ ଜଣାଇ ଦେଉଛି। ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ସାଙ୍ଗକୁ ବ୍ୟକ୍ତିର ସମସ୍ତ ଗୋପନୀୟତା ସୁରକ୍ଷା ଏବେ ଅଦୃଶ୍ୟ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story