କେଉଁ ରାଶିର କ’ଣ ରହିଛି ଖରାପ ଗୁଣ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ରରେ ମୋଟ ୧୨ଟି ରାଶି ରହିଛି। ପ୍ରତ୍ୟେକ ରାଶିରେ କିଛି ଭଲ ଗୁଣ ଅଛି ଓ କିଛି ଖରାପ ଗୁଣ ଅଛି। ଆଜି ଆସନ୍ତୁ ଜାଣିବା ରାଶିମାନଙ୍କର ବଦ୍‌ଗୁଣ ବିଷୟରେ କହିବୁ। ମେଷ- ଏହି ରାଶିର ଲୋକମାନେ ବହୁତ ରାଗୀ। ଏମାନେ ଛୋଟ ଛୋଟ କଥାରେ ଉତ୍ସାହିତ ହୋଇଯାଆନ୍ତି ଓ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି। ଏହି ଉତ୍ସାହ ଏମାନଙ୍କ ସଫଳତାରେ ବାଧକ ସାଜେ। ବୃଷ- ଏହି ରାଶିର ଲୋକମାନେ ଈର୍ଷାଳୁ ସ୍ୱଭାବର […]

zodaic

zodaic

Rakesh Mallick
  • Published: Friday, 04 August 2017
  • Updated: 04 August 2017, 08:34 AM IST

Sports

Latest News

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ରରେ ମୋଟ ୧୨ଟି ରାଶି ରହିଛି। ପ୍ରତ୍ୟେକ ରାଶିରେ କିଛି ଭଲ ଗୁଣ ଅଛି ଓ କିଛି ଖରାପ ଗୁଣ ଅଛି। ଆଜି ଆସନ୍ତୁ ଜାଣିବା ରାଶିମାନଙ୍କର ବଦ୍‌ଗୁଣ ବିଷୟରେ କହିବୁ।

ମେଷ- ଏହି ରାଶିର ଲୋକମାନେ ବହୁତ ରାଗୀ। ଏମାନେ ଛୋଟ ଛୋଟ କଥାରେ ଉତ୍ସାହିତ ହୋଇଯାଆନ୍ତି ଓ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି। ଏହି ଉତ୍ସାହ ଏମାନଙ୍କ ସଫଳତାରେ ବାଧକ ସାଜେ।

ବୃଷ- ଏହି ରାଶିର ଲୋକମାନେ ଈର୍ଷାଳୁ ସ୍ୱଭାବର ହୋଇଥାଆନ୍ତି। ଏମାନେ ନିଜ ସଂପର୍କକୁ ଗୁପ୍ତ ରଖିବାକୁ ଚାହାଁନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଜିଦିଆ ହୋଇଥାଆନ୍ତି।
ମିଥୁନ- ଏମାନେ ଭାରି ମୁଡ୍ଡି ହୋଇଥାଆନ୍ତି। ତେଣୁ ଏମାନଙ୍କ ସଂପର୍କରେ ସର୍ବଦା ମତଭେଦ ଦେଖାଦିଏ।

କର୍କଟ-ଏହି ରାଶିର ଲୋକମାନେ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ ଖୁବଶୀଘ୍ର ଡିପ୍ରେସନର ଶିକାର ହୁଅନ୍ତି।

ସିଂହ- ଏହି ରାଶିର ଲୋକମାନଙ୍କର ସବୁଠୁ ବଡ଼ ଖରାପ ଗୁଣ ହେଉଛି ଯେ ଏମାନେ ଅନ୍ୟମାନଙ୍କ ଉପରେ ହୁକୁମ ଚଳାଇବାକୁ ପସନ୍ଦ କରନ୍ତି। ଏମାନେ ଭାରି ଅହଙ୍କାରୀ।

କନ୍ୟା- ଏମାନେ ଅନ୍ୟର ଭୁଲକୁ ଏତେ ଜଲ୍‌ଦି କ୍ଷମା କରନ୍ତି ନାହିଁ। ସବୁ କଥାରେ ବହୁତ ଖୋଳତାଡ଼ କରନ୍ତି। କଳୁହା ସ୍ୱଭାବର ହୋଇଥାଆନ୍ତି।

ତୁଳା- ତୁଳା ରାଶିର ଲୋକମାନେ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ବାରମ୍ବାର ନିଜ ନିଷ୍ପତ୍ତି ବଦଳାନ୍ତି।

ବିଛା- ପ୍ରତିଶୋଧ ନେବା ପାଇଁ ଏହି ରାଶିର ଲୋକମାନେ କିଛି ବି କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହୋଇଥାଆନ୍ତି। ଅନ୍ୟର ଭୁଲ୍ ବାଛନ୍ତି।

ଧନୁ- ଏମାନେ ଅନ୍ୟଙ୍କୁ କଡ଼ା କଥା କହନ୍ତି। ଏମାନଙ୍କ ମୁଡ୍ ବାରମ୍ବାର ବଦଳେ।

ମକର- ମକର ରାଶିର ଲୋକମାନେ ଅନ୍ୟମାନଙ୍କୁ ଆଦୌ ସମ୍ମାନ କରନ୍ତି ନାହିଁ। ଏମାନେ ନିଜେ ନୀତିନିୟମ କରି କାର୍ଯ୍ୟ କରନ୍ତି।

କୁମ୍ଭ- ଏହି ରାଶିର ଲୋକମାନେ ସବୁବେଳେ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି। ଏମାନେ ବେଳେ ବେଳେ ବିଦ୍ରୋହାତ୍ମକ ମଧ୍ୟ ହେଇଯାଆନ୍ତି।

ମୀନ- ଏମାନେ ନିଜ ସ୍ୱପ୍ନର ଦୁନିଆରେ ବଞ୍ଚିବାକୁ ପସନ୍ଦ କରନ୍ତି। ନିଜର କ’ଣ ଆବଶ୍ୟକତା ରହିଛି ତାହା ବି ଏମାନେ ଜାଣନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos