Advertisment

ଅନିଦ୍ରାରେ ପଡିବ ପୂର୍ଣ୍ଣଚ୍ଛେଦ: ‘ସ୍ଳିପ୍‌ ଲ୍ୟାବ୍‌’ କରିବ ସଂପୂର୍ଣ୍ଣ ସୁସ୍ଥ, ଜାଣନ୍ତୁ କେଉଁଠି ଓ କେମିତି

ଯଦି ରାତିରେ ନିଦ ଠିକ୍‌ ହୋଇ ନ ଥାଏ ଦିନବେଳା କୌଣସି କାମରେ ମନ  ଲାଗି ନ ଥାଏ। ମାନ୍ଦା ଓ ଚିଡିଚିଡା ଲାଗେ। ଏପରି ସମସ୍ୟା ଦିନେ ଅଧେ ହେଲେ ଚଳିବ। ହେଲେ ଯଦି ଆପଣ ନିଦ୍ରାହୀନତାର ଶିକାର, ତେବେ ଏହା ଚିନ୍ତାଜନକ। ରାତିରେ ଠିକ୍‌ରେ ନିଦ ହେଉନାହିଁ ଓ ଏହାର କାରଣ ଆପଣ ପାଉନାହାନ୍ତି। ଏଥିପାଇଁ ଚିନ୍ତିତ ରହୁଛନ୍ତି କି ? ଏବେ ଚିନ୍ତା କରିବା ଛାଡିଦିଅନ୍ତୁ। କାରଣ ମୁମ୍ବାଇର ଏକ ହସ୍ପିଟାଲରେ ଏକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅନିଦ୍ରାରେ ପଡିବ ପୂର୍ଣ୍ଣଚ୍ଛେଦ: ‘ସ୍ଳିପ୍‌ ଲ୍ୟାବ୍‌’ କରିବ ସଂପୂର୍ଣ୍ଣ ସୁସ୍ଥ, ଜାଣନ୍ତୁ କେଉଁଠି ଓ କେମିତି

sleep-problems

ଯଦି ରାତିରେ ନିଦ ଠିକ୍‌ ହୋଇ ନ ଥାଏ ଦିନବେଳା କୌଣସି କାମରେ ମନ  ଲାଗି ନ ଥାଏ। ମାନ୍ଦା ଓ ଚିଡିଚିଡା ଲାଗେ। ଏପରି ସମସ୍ୟା ଦିନେ ଅଧେ ହେଲେ ଚଳିବ। ହେଲେ ଯଦି ଆପଣ ନିଦ୍ରାହୀନତାର ଶିକାର, ତେବେ ଏହା ଚିନ୍ତାଜନକ। ରାତିରେ ଠିକ୍‌ରେ ନିଦ ହେଉନାହିଁ ଓ ଏହାର କାରଣ ଆପଣ ପାଉନାହାନ୍ତି। ଏଥିପାଇଁ ଚିନ୍ତିତ ରହୁଛନ୍ତି କି ? ଏବେ ଚିନ୍ତା କରିବା ଛାଡିଦିଅନ୍ତୁ। କାରଣ ମୁମ୍ବାଇର ଏକ ହସ୍ପିଟାଲରେ ଏକ ବିଭାଗ ଖୋଲା ଯାଇଛି ଯେଉଁଠି ଆପଣ ନିଦ ଜନିତ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ପାଇପାରିବେ।

Advertisment

ମୁମ୍ବାଇ ସହର ମଧ୍ୟରେ ଥିବା କୁପର ହସ୍ପିଟାଲରେ ଆରମ୍ଭ ହୋଇଛି ଏହି ନିଦ୍ରା ପ୍ରୟୋଗଶାଳା (ସ୍ଲିପ୍‌ ଲ୍ୟାବ୍‌)। ଏହି ଲ୍ୟାବ୍‌ରେ ସ୍ଲିପ୍‌ ଏମ୍ପ୍ରିୟାରେ ପୀଡିତ ରୋଗୀଙ୍କ ଚିକିତ୍ସା କରାଯିବ।

ଡାକ୍ତରଙ୍କ କହିବା ଅନୁସାରେ ଠିକ୍‌ରେ ନିଦ ନ ହେବାର ବହୁ କାରଣ ରହିଛି। ଚିନ୍ତା, ଶାରୀରିକ ଅସୁସ୍ଥତା, ଔଷଧ ଓ ଆପଣଙ୍କ କଫି ନିଦ ନ ହେବାର କାରଣ ହୋଇପାରେ। ଶାରୀରିକ ଓ ମାନସିକ ସ୍ଥିତି ବ୍ୟତୀତ ମେଦବୃଦ୍ଧି ବି ଏହି ବେମାରିକୁ ଆମନ୍ତ୍ରଣ କରିଥାଏ। ଏପରି ସମସ୍ୟାରେ ପଡି ନିଦ ହେଉ ନ ଥିବା ରୋଗୀଙ୍କ ଚିକିତ୍ସା ଏହି ଲ୍ୟାବରେ କରାଯିବ ବୋଲି ହସ୍ପିଟାଲର ଡିନ୍‌ ଡାକ୍ତର ଗଣେଶ ସିଂହ କହିଛନ୍ତି।

Advertisment

ଲ୍ୟାବ୍‌ରେ ପାଲିସାମ୍ନୋଗ୍ରାଫି (ପିଏସ୍‌ଜି)ର ବ୍ୟବସ୍ଥା ଅଛି। ଏହାବାଦ୍‌ ମଲଟି ପାରାମେଟ୍ରିକ୍‌ ଟେଷ୍ଟର ବ୍ୟବସ୍ଥା ରହିଛି। ଶୋଇବା ଅବସ୍ଥାରେ ରୋଗୀଙ୍କ ବ୍ୟବହାର ଯଥା ବ୍ରେନ୍‌, ଆଖି, ମାଂସପେଶୀ ଆକ୍ଟିଭିଟି ଓ ଦୃଦୟର ସ୍ଥିତି ଉପରେ ଏହି ପିଏସ୍‌ଜି ଜରିଆରେ ନଜର ରଖାଯିବ। ଲ୍ୟାବ୍‌ରେ ରୋଗୀଙ୍କ ସ୍ଥିତି ଉପରେ ନଜର ରଖିବାକୁ ୮ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହାବାଦ ପ୍ରଶିକ୍ଷିତ ଷ୍ଟାଫ୍‌ ରହିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ଏଚ୍‌ଓଡି ଓ ୩ ଜଣ ଟେକ୍ନିସିଆନ ଅଛନ୍ତି। ରୋଗୀଙ୍କୁ ଯେତେବେଳେ ୮ ଘଣ୍ଟା ପାଇଁ ଶୋଇବାକୁ ଲ୍ୟାବ୍‌କୁ ପଠାଯିବା ସମୟରେ ସେମାନଙ୍କ ମୁଣ୍ଡ, ମୁହଁ, ଛାତି ଓ ହାତରେ ଇଲେଟ୍ରିକ୍‌ ଷ୍ଟ୍ରିପ୍‌ ଲଗାଯିବ। ଏହା ଜରିଆରେ ଡାକ୍ତର ଆପଣଙ୍କ ସ୍ଥିତି ଉପରେ ନଜର ରଖିବେ।