Advertisment

ଏହି ସ୍ଥାନରେ ରହିଛି ଭାରତର ଶେଷ ଗାଁ, ପୂରା ଗାଁରେ ରହିଛି ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ

ଉତ୍ତରାଖଣ୍ଡ: ଭାରତରେ ଅନେକ ଗାଁ ରହିଛି। ବିଭିନ୍ନ ଗାଁ କିଛି ନା କିଛି ସଂସ୍କୃତି ପରମ୍ପରା ପାଇଁ ଜଣାଯାଏ। ତାହା ସେହି ଗାଁକୁ ପରିଚୟ ଦେଇଥାଏ। ଆପଣ ବିଭିନ୍ନ ଗାଁକୁ ଯାଇଥିବେ, କିନ୍ତୁ କେବେ ଭାବିଛନ୍ତି ଭାରତର ଶେଷ ଗାଁ କେଉଁଠାରେ ରହିଛି। ଆଜ୍ଞା ହଁ, ଉତ୍ତରାଖଣ୍ଡରେ ଏପରି ଏକ ଗାଁ ରହିଛି ଯାହା ଭାରତର ଶେଷ ଗାଁ। ଏହି ଗାଁ ପରେ ଚୀନ୍‌ ସୀମା ଆରମ୍ଭ ହୋଇଥାଏ। ଏହି ଗାଁର ନାମ ହେଉଛି ‘ମାଣା’ ଗାଁ। […]

author-image
Rosalin Rath
ଅଦ୍ୟତନ ହୋଇଛି
ଏହି ସ୍ଥାନରେ ରହିଛି ଭାରତର ଶେଷ ଗାଁ, ପୂରା ଗାଁରେ ରହିଛି ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ

l01

ଉତ୍ତରାଖଣ୍ଡ: ଭାରତରେ ଅନେକ ଗାଁ ରହିଛି। ବିଭିନ୍ନ ଗାଁ କିଛି ନା କିଛି ସଂସ୍କୃତି ପରମ୍ପରା ପାଇଁ ଜଣାଯାଏ। ତାହା ସେହି ଗାଁକୁ ପରିଚୟ ଦେଇଥାଏ। ଆପଣ ବିଭିନ୍ନ ଗାଁକୁ ଯାଇଥିବେ, କିନ୍ତୁ କେବେ ଭାବିଛନ୍ତି ଭାରତର ଶେଷ ଗାଁ କେଉଁଠାରେ ରହିଛି।

Advertisment

ଆଜ୍ଞା ହଁ, ଉତ୍ତରାଖଣ୍ଡରେ ଏପରି ଏକ ଗାଁ ରହିଛି ଯାହା ଭାରତର ଶେଷ ଗାଁ। ଏହି ଗାଁ ପରେ ଚୀନ୍‌ ସୀମା ଆରମ୍ଭ ହୋଇଥାଏ। ଏହି ଗାଁର ନାମ ହେଉଛି ‘ମାଣା’ ଗାଁ। ଏଠାକୁ ଗଲେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆପଣ ପାଖରୁ ଦେଖିପାରିବେ। ଜାଣନ୍ତୁ ଏହି ଜାଗା ବିଷୟରେ ଅଧିକ କିଛି।

uttrakhand

କେଉଁଠି ଅବସ୍ଥିତ ଭାରତର ଶେଷ ଗାଁ

ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ଧାମରୁ ପ୍ରାୟ ୪ କିଲୋମିଟର୍‌ ଦୂରରେ ଏହି ଗାଁ ରହିଛି। ଏହି ଗାଁରେ କେବଳ କିଛି ମାସ ହିଁ ଲୋକଙ୍କର ଚଳପ୍ରଚଳ ହୋଇଥାଏ। ଯେଉଁପର୍ଯ୍ୟନ୍ତ ବଦ୍ରିନାଥ ଧାମକୁ ଲୋକେ ଆସିବା ବନ୍ଦ କରିଦେଇଥାନ୍ତି, ସେତେବେଳେ ଏହି ଗାଁକୁ ମଧ୍ୟ ଲୋକମାନଙ୍କର ଆସିବା ବନ୍ଦ ହୋଇଯାଏ।

Advertisment

ଦେଖିବାକୁ ପାଇବେ ଏହି ସବୁ

uttrakhand

ଉତ୍ତରାଖଣ୍ଡ ପ୍ରକୃତିର କୋଳରେ ରହିଛି କହିଲେ କିଛି ଭୁଲ୍‌ ହେବ ନାହିଁ। ସେହିପରି ମାଣା ଗାଁ ମଧ୍ୟ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାରେ ଅନେକ ପୌରାଣିକ ଜାଗା ମଧ୍ୟ ରହିଛି। ଏଠାରେ ଗଶେଶ ଗୁମ୍ପା , ଭାରତ-ଚୀନ୍‌ ସୀମା, ହିମାଳୟ ଇତ୍ୟାଦିର ସୌନ୍ଦର୍ଯ୍ୟକୁ ଆପଣ ମନଭରି ଉପଭୋଗ କରିପାରିବେ।

ଏଠାକୁ ଯିବାର ପ୍ରକୃଷ୍ଟ ସମୟ

publive-image

ମେ’ ରୁ ଅକ୍ଟୋବର ମାସ  ହେଉଛି ଏହି ଗାଁକୁ ବୁଲି ଯିବାର ପ୍ରକୃଷ୍ଟ ସମୟ। ଏହି ସମୟରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଏହି ଗାଁକୁ ଆସିଥାନ୍ତି। ଏହି ସମୟରେ ବଦ୍ରିନାଥ ମନ୍ଦିର ଖୋଲୁଥିବାରୁ ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ସ୍ୱର୍ଗଠାରୁ କିଛି କମ୍‌ ଲାଗେ ନାହିଁ।

କିପରି ଯିବେ

ହରିଦ୍ୱାର ଏବଂ ଋଷିକେଶରୁ ଏହି ଗାଁକୁ ଆପଣ ସଡ଼କପଥରେ ଯାଇପାରିବେ। ହରିଦ୍ୱାରରୁ ମାଣା ଗାଁକୁ ଯିବାକୁ ଆପଣଙ୍କୁ ଟ୍ୟାକ୍ସି ଏବଂ ବସ୍‌ ମଧ୍ୟ ମିଳିଯିବ। ହରିଦ୍ୱାର ପର୍ଯ୍ୟନ୍ତ ଆପଣ ଭାରତର ଯେ, କୌଣସି ସ୍ଥାନରୁ ରେଳପଥ ମାଧ୍ୟମରେ ଆସି ପାରିବେ।

Odisha Tourism