Advertisment

‘କୋଲେଷ୍ଟ୍ରଲ’ ଶରୀର ପାଇଁ ଭଲ ନା ଖରାପ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ହେଲେ ହୃଦ୍‌ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ କୋଲେଷ୍ଟ୍ରଲ୍‌ ଦେହ ପାଇଁ ଖରାପ ବୋଲି କୁହାଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଜଣେ ମଣିଷ ବଞ୍ଚିବା ପାଇଁ କୋଲେଷ୍ଟ୍ରଲ୍‌ ବି ନିହାତି ଆବଶ୍ୟକ। ଏହା ଜାଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ କଥାଟା ସତ।  ତା’ହେଲେ ଆସନ୍ତୁ, ଏ ବିଷୟରେ ଜାଣିବା। ପ୍ରଥମେ ଜାଣିବା କୋଲେଷ୍ଟ୍ରଲ୍‌ କ’ଣ ? ଆମ ଲିଭର୍‌ରେ ହିଁ କୋଲେଷ୍ଟ୍ରଲ୍‌ ତିଆରି […]

ଅଦ୍ୟତନ ହୋଇଛି
‘କୋଲେଷ୍ଟ୍ରଲ’ ଶରୀର ପାଇଁ ଭଲ ନା ଖରାପ !

ccc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ହେଲେ ହୃଦ୍‌ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ କୋଲେଷ୍ଟ୍ରଲ୍‌ ଦେହ ପାଇଁ ଖରାପ ବୋଲି କୁହାଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଜଣେ ମଣିଷ ବଞ୍ଚିବା ପାଇଁ କୋଲେଷ୍ଟ୍ରଲ୍‌ ବି ନିହାତି ଆବଶ୍ୟକ। ଏହା ଜାଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ କଥାଟା ସତ।  ତା’ହେଲେ ଆସନ୍ତୁ, ଏ ବିଷୟରେ ଜାଣିବା।

Advertisment

ପ୍ରଥମେ ଜାଣିବା କୋଲେଷ୍ଟ୍ରଲ୍‌ କ’ଣ ?
ଆମ ଲିଭର୍‌ରେ ହିଁ କୋଲେଷ୍ଟ୍ରଲ୍‌ ତିଆରି ହୋଇଥାଏ ଏବଂ ଏହା ଶରୀରର ପ୍ରତ୍ୟେକ ସେଲ୍‌ରେ ରହିଥାଏ। ଏମିତିକି ଆମେ ଯେଉଁ ଖାଦ୍ୟ ଖାଇଥା’ନ୍ତି, ସେଥିରେ ମଧ୍ୟ କୋଲେଷ୍ଟ୍ରଲ୍‌ ରହିଥାଏ।

ସାଧାରଣତଃ କୋଲେଷ୍ଟ୍ରଲ୍‌ ଦୁଇ ପ୍ରକାରର। ‘ଲୋ-ଡେନ୍‌ସିଟି-ଲିପୋପ୍ରୋଟିନ୍‌ସ’ (low-density lipoproteins) ବା ଖରାପ କୋଲେଷ୍ଟ୍ରଲ୍‌ ଏବଂ ହାଇ-ଡେନସିଟି-ଲିପୋପ୍ରୋଟିନ୍‌ସ (high-density lipoproteins ) ବା ଭଲ କୋଲେଷ୍ଟ୍ରଲ୍‌।

Advertisment

ଏହି ଦୁଇ ପ୍ରକାର କୋଲେଷ୍ଟ୍ରଲ୍‌ ଆମ ଶରୀରରେ ଥାଏ। କିନ୍ତୁ ରକ୍ତରେ ଏହି ଦୁଇ କୋଲେଷ୍ଟ୍ରଲ୍‌ର ସନ୍ତୁଳନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏ ଦୁଇଟି  ଅସନ୍ତୁଳିତ ହୋଇଗଲେ କାର୍ଡିଓଭାସ୍କୁଲାର୍‌ ରୋଗ ବା ହୃଦ୍‌ଜନିତ ସମସ୍ୟା ଦେଖାଦେଇଥାଏ।

କୋଲେଷ୍ଟ୍ରଲ୍‌ର ତିନୋଟି ମୁଖ୍ୟ କାମ :
୧. ସେକ୍ସ ହରମୋନ୍‌ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ।
୨. ଲିଭର୍‌ରେ ପିତ୍ତ ଉତ୍ପାଦନ କରିଥାଏ।
୩. ସେଲ୍‌ର ବିଲ୍‌ଡିଂ ବ୍ଲକ୍‌ ଭାବେ କାମ କରେ।

‘ଲୋ-ଡେନ୍‌ସିଟି-ଲିପୋପ୍ରୋଟିନ୍‌ସ’ ବା ଖରାପ କୋଲେଷ୍ଟ୍ରଲ୍‌ କ’ଣ ?

ଏହି କୋଲେଷ୍ଟ୍ରଲ୍‌କୁ ଖରାପ କହିବାର କାରଣ ହେଉଛି, ଶରୀରରେ ଏହାର ମାତ୍ରା ବଢ଼ିଲେ ରକ୍ତବାହିକାଗୁଡ଼ିକ ସଂକୀର୍ଣ୍ଣ ହେବା ସହିତ ଶରୀରରେ ଅକ୍ସିଜେନ୍‌ଯୁକ୍ତ ରକ୍ତ ପ୍ରବାହ ସୀମିତ ହୋଇଥାଏ ବା ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ। ଏଥିପାଇଁ ଭବିଷ୍ୟତରେ ଆପଣଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ରହିଥାଏ।

‘ହାଇ-ଡେନ୍‌ସିଟି-ଲିପୋପ୍ରୋଟିନ୍‌ସ’ ବା ଭଲ କୋଲେଷ୍ଟ୍ରଲ୍‌ କ’ଣ ?
ଏହି କୋଲେଷ୍ଟ୍ରଲ୍‌ କାର୍ଡିଓଭାସ୍କୁଲାର୍‌ ସିଷ୍ଟମ୍‌କୁ ସୁସ୍ଥ ରଖି ଆପଣଙ୍କୁ ହୃଦ୍‌ଘାତ ହେବାରୁ ରକ୍ଷା କରିଥାଏ। ଏହି କୋଲେଷ୍ଟ୍ରଲ୍‌ର ମାତ୍ରା ଶରୀରରେ କମ୍‌ ହେଲେ ହୃଦ୍‌ଜନିତ ସମସ୍ୟା ଉପୁଜିଥାଏ।

ସର୍ବୋପରି କହିବାକୁ ଗଲେ ଏପରି ଅନେକ ଜିନିଷ ଅଛି, ଯାହା ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ପ୍ରଭାବିତ କରିଥାଏ। କିଛି ପରିମାଣରେ ଏହାକୁ ନିୟନ୍ତ୍ରଣ କରାଯାଇପାରେ। କିନ୍ତୁ ଏହି ସମସ୍ୟା ବଂଶାନୁଗତିକ ହୋଇଥିଲେ, ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଥାଏ।

ଏଥିପାଇଁ ସୁସ୍ଥ ଖାଦ୍ୟ ଖା’ନ୍ତୁ। ଓଜନକୁ ଠିକ୍‌ ରଖିବା ସହିତ ନିୟମିତ ବ୍ୟାୟାମ କରନ୍ତୁ। ଏସବୁ କରିବା ଏଦ୍ୱାରା ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ର ସ୍ତର କମ୍‌ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe