Advertisment

ବୈବାହିକ ଜୀବନକୁ କିପରି କରିବେ ସୁଖମୟ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହ ପରେ ସୁଖମୟ ଦାମ୍ପତ୍ୟ ଜୀବନ ବିତାଇବା ପାଇଁ କାହାରବା ଇଛା ନ ଥାଏ । ସବୁ ସୁଖଦୁଃଖରେ ପରସ୍ପରର ହାତ ଧରାଧରି ହୋଇ ଛିଡ଼ା ହେବା ପାଇଁ ଉଭୟ ନେଇଥାନ୍ତି ଶପଥ। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ବିବାହ ସଫଳ ହୋଇ ପାରି ନ ଥାଏ।  ବିବାହ ପରେ କିଛି ଲୋକ ଖୁସିରେ ଜୀବନ ବିତାଇଥାନ୍ତି । କିନ୍ତୁ  କେତେ ଜଣଙ୍କ ଜୀବନରେ ଏଥିଯୋଗୁ ଆସିଥାଏ ଅନେକ ସମସ୍ୟା । ଆଉ ସେହି ସମସ୍ୟାର […]

ଅଦ୍ୟତନ ହୋଇଛି
ବୈବାହିକ ଜୀବନକୁ କିପରି କରିବେ ସୁଖମୟ ?

44

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହ ପରେ ସୁଖମୟ ଦାମ୍ପତ୍ୟ ଜୀବନ ବିତାଇବା ପାଇଁ କାହାରବା ଇଛା ନ ଥାଏ । ସବୁ ସୁଖଦୁଃଖରେ ପରସ୍ପରର ହାତ ଧରାଧରି ହୋଇ ଛିଡ଼ା ହେବା ପାଇଁ ଉଭୟ ନେଇଥାନ୍ତି ଶପଥ। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ବିବାହ ସଫଳ ହୋଇ ପାରି ନ ଥାଏ।  ବିବାହ ପରେ କିଛି ଲୋକ ଖୁସିରେ ଜୀବନ ବିତାଇଥାନ୍ତି । କିନ୍ତୁ  କେତେ ଜଣଙ୍କ ଜୀବନରେ ଏଥିଯୋଗୁ ଆସିଥାଏ ଅନେକ ସମସ୍ୟା । ଆଉ ସେହି ସମସ୍ୟାର ସମାଧାନ ବାଟ ନ ମିଳିଲେ ଶେଷକୁ ତାହା ବିଚ୍ଛେଦରେ ପରିଣତ ହୁଏ। ତେବେ ଆପଣଙ୍କ ବୈବାହିକ ଜୀବନ କିପରି ଭଲ ଭାବେ କଟିବ ତାହା ପଛରେ ଲୁଚି ରହିଛି ଆଉ ଏକ କାରଣ । ପଢ଼ନ୍ତୁ ସେହି କାରଣଟି କ’ଣ।

Advertisment

publive-image

ଆପଣଙ୍କ ବୈବାହିକ ଜୀବନ ଖୁସିରେ ବା ଦୁଃଖରେ କଟିବା ପଛରେ ଜିନ୍‌  (Gene) ବି ଦାୟୀ ଅଟେ । ନିକଟରେ ଏକ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ, ଆପଣଙ୍କ ସଫଳ ବୈବାହିକ ଜୀବନ ପଛରେ ଆପଣଙ୍କ ଜିନ୍‌ର ବିଶେଷ ଭୂମିକା ଥାଏ।

ଏହା ଆଗରୁ ଏହି ବିଷୟରେ ଆଉ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ବୈବାହିକ ଜୀବନ  ଅଧିକାଂଶ କ୍ଷେତ୍ରରେ ବଂଶଗତ କାରଣ ଯୋଗୁ ପ୍ରଭାବିତ ହୋଇଥାଏ। ଏହାର ଅର୍ଥ ହେଲା, ଯଦି ଆପଣଙ୍କ ବଂଶରେ କେହି ସୁଖଦ ବୈବାହିକ ଜୀବନ ବିତାଇଥାନ୍ତି, ତାହାଲେ ସେହି ଜିନ୍‌ ପ୍ରଭାବରେ ଆପଣ ମଧ୍ୟ ସୁଖି ଆଉ ଯଦି ଆପଣଙ୍କ ବଂଶରେ କେହି ସୁଖି ଜୀବନ ବିତାଇ ନ ଥାନ୍ତି ତାହାଲେ ଆପଣଙ୍କ ବୈବାହିକ ଜୀବନ ମଧ୍ୟ  ପ୍ରଭାବିତ ହେବାର ଆଶଙ୍କା ରହିଛି।

Advertisment

publive-image

ଏହି ଜିନ୍‌ ଆପଣଙ୍କ ପାର୍ଟନରଙ୍କ ସମ୍ବନ୍ଧରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଆପଣଙ୍କ ପାର୍ଟନର କିଭଳି ଆପଣଙ୍କୁ ବୈବାହିକ ଜୀବନରେ ଖୁସିରେ ରହିବାକୁ ସହଯୋଗ କରୁଛନ୍ତି। ଏହା ଆପଣଙ୍କ ଜୀବନସାଥିଙ୍କ ଉପରେ ନିର୍ଭର କରେ। ଆଉ ଏହା ହିଁ ଏକ ସୁଖି ଜୀବନ ବିତାଇବାର  ପ୍ରମୁଖ କାରଣ ହୋଇଥାଏ।

publive-image

ଆମେରିକାର associate professor of the University of Binghamtonର ରିଚାର୍ଡ ମାଟ୍‌ସୋନ୍‌ ନାମକ ଜଣେ ରିସର୍ଚ୍ଚର କହିଛନ୍ତି ଯେ, ସୁଖମୟ ବୈବାହିକ ଜୀବନ ବିତାଇବା ପାଇଁ ଜିନ୍‌ ମଧ୍ୟ ପ୍ରମୁଖ ଭୂମିକା ନେଇଥାଏ।  ବିବାହ ପରେ  ଉଭୟ ପାର୍ଟନରଙ୍କ ଉପରେ ଏହାର ପ୍ରଭାବ ପକାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe