Advertisment

ପକେଟ୍‌ରେ ପଇସା ଅଛି ହେଲେ ମନରେ ଖୁସି ନାହିଁ: କାହିଁକି ହୁଏ ଏମିତି ?

ଜଣେ ଯେତିକି ରୋଜଗାର କରୁ, ଅଭାବ ଲାଗି ରହିଥାଏ। ଅଧିକ ରୋଜଗାର କରୁଥିବା ବ୍ୟକ୍ତି ବି ଅଭାବରେ ଘାଣ୍ଟି ହେବାର ନଜିର ରହିଛି।  କିନ୍ତୁ ଆପଣମାନେ ଦେଖିଥିବେ ଯେଉଁମାନେ କମ୍‌ ଟଙ୍କା ରୋଜଗାର କରୁଥିବେ ସେମାନେ ଖୁସିରେ ଜୀବନ ବିତାଉଥିବେ। କିନ୍ତୁ ଅଧିକ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ଭାଗ୍ୟରେ ଏସବୁ ଜୁଟୁ ନଥିବ । କାହିଁକି ଏମିତି ହୁଏ । କୁହାଯାଏ ଏସବୁ ବାସ୍ତୁଦୋଷର କୁପ୍ରଭାବ। ଯଦି ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପକେଟ୍‌ରେ ପଇସା ଅଛି ହେଲେ ମନରେ ଖୁସି ନାହିଁ: କାହିଁକି ହୁଏ ଏମିତି ?

underpresure

ଜଣେ ଯେତିକି ରୋଜଗାର କରୁ, ଅଭାବ ଲାଗି ରହିଥାଏ। ଅଧିକ ରୋଜଗାର କରୁଥିବା ବ୍ୟକ୍ତି ବି ଅଭାବରେ ଘାଣ୍ଟି ହେବାର ନଜିର ରହିଛି।  କିନ୍ତୁ ଆପଣମାନେ ଦେଖିଥିବେ ଯେଉଁମାନେ କମ୍‌ ଟଙ୍କା ରୋଜଗାର କରୁଥିବେ ସେମାନେ ଖୁସିରେ ଜୀବନ ବିତାଉଥିବେ। କିନ୍ତୁ ଅଧିକ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ଭାଗ୍ୟରେ ଏସବୁ ଜୁଟୁ ନଥିବ । କାହିଁକି ଏମିତି ହୁଏ । କୁହାଯାଏ ଏସବୁ ବାସ୍ତୁଦୋଷର କୁପ୍ରଭାବ। ଯଦି ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ ନିଜ ଘରର ବାସ୍ତୁ ନେଇ ଟିକେ ଯାଂଚ କରନ୍ତୁ ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

Advertisment

ଘରର କବାଟ ଯଦି ଖୋଲିବା ବେଳେ ଶବ୍ଦ କରିଥାଏ, ଚଟଣାରେ ଘଷି ହୋଇ ଖୋଲୁଥାଏ ବାସ୍ତୁବିଜ୍ଞାନ ଅନୁସାରେ ଧ୍ୱନିୱେଦ ବୋଲି କୁହାଯାଇଥାଏ। ଏହି କାରଣରୁ ଘରକୁ ବିଭିନ୍ନ ସମସ୍ୟା ଆସିଥାଏ। ଟଙ୍କା ପଇସାର ଅଭାବ ଲାଗି ରହିଥାଏ ଓ ଘର  ଲୋକେ ସବୁବେଳେ ଅସୁସ୍ଥ ରହିଥାନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ପାଣି ଟାଙ୍କି ଉତ୍ତର ଦିଗରେ ରଖିବା ଅନୁଚିତ। ଏହା ଦ୍ୱାରା ଘରକୁ ବିଭିନ୍ନ ସମସ୍ୟା ଆସିଥାଏ।

Advertisment

ଅନେକ ଲୋକ ବାହାରେ ପାଣି ଟ୍ୟାପ୍‌ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦୋଷପୂର୍ଣ୍ଣ । ଏଭଳି ପରିବାରର ସନ୍ତାନମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଇଥାଏ।

ଘରର ମୁଖ୍ୟ ଦ୍ୱାର ନିକଟରେ ବିଜୁଳି ଖୁଣ୍ଟ ରହିଲେ ଘରର କ୍ଷତି ହୋଇଥାଏ। ଏହା ପରିବାରରେ ମତଭେଦ ସୃଷ୍ଟି କରିଥାଏ। ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ।