Advertisment

ଫୋନ୍‌ରେ କିପରି ଝିଅଙ୍କୁ କରିବେ ଇମ୍ପ୍ରେସ୍?

ଆପଣ  ଗୋଟିଏ  ଝିଅକୁ ପ୍ରେମ କରୁଛନ୍ତି, କିନ୍ତୁ ସାମ୍ନାରେ ହୃଦୟର କଥା କହିପାରୁ ନାହାନ୍ତି। ତା’ହେଲେ ସବୁଠୁ ସହଜ ଉପାୟ ହେଉଛି ତାଙ୍କୁ  ଫୋନ୍‌ରେ ହୃଦୟର କଥା କହି ଦିଅନ୍ତୁ। ଯଦି ଫୋନ୍‌ରେ ତାଙ୍କୁ ଆପଣ ଇମ୍ପ୍ରେସ୍ କରିବାରେ ସଫଳ ହୋଇଯିବେ, ତା’ହେଲେ ଜାଣ ଅଧା କାମ ହୋଇଗଲା। ଫୋନ୍‌ରେ ଜଣେ ଝିଅକୁ କେମିତି ଇମ୍ପ୍ରେସ୍ କରିବେ ସେ ନେଇ ଆମେ କିଛି ଟିପ୍ସ ଦେଉଛୁ। ଏହାକୁ କାମରେ ଲଗାଇଲେ ଆପଣ ତାଙ୍କ ହୃଦୟରେ ଜାଗା ବନାଇବାରେ […]

ଅଦ୍ୟତନ ହୋଇଛି
ଫୋନ୍‌ରେ କିପରି ଝିଅଙ୍କୁ କରିବେ ଇମ୍ପ୍ରେସ୍?

ek_call-in-dating,,

Advertisment

ଆପଣ  ଗୋଟିଏ  ଝିଅକୁ ପ୍ରେମ କରୁଛନ୍ତି, କିନ୍ତୁ ସାମ୍ନାରେ ହୃଦୟର କଥା କହିପାରୁ ନାହାନ୍ତି। ତା’ହେଲେ ସବୁଠୁ ସହଜ ଉପାୟ ହେଉଛି ତାଙ୍କୁ  ଫୋନ୍‌ରେ ହୃଦୟର କଥା କହି ଦିଅନ୍ତୁ। ଯଦି ଫୋନ୍‌ରେ ତାଙ୍କୁ ଆପଣ ଇମ୍ପ୍ରେସ୍ କରିବାରେ ସଫଳ ହୋଇଯିବେ, ତା’ହେଲେ ଜାଣ ଅଧା କାମ ହୋଇଗଲା। ଫୋନ୍‌ରେ ଜଣେ ଝିଅକୁ କେମିତି ଇମ୍ପ୍ରେସ୍ କରିବେ ସେ ନେଇ ଆମେ କିଛି ଟିପ୍ସ ଦେଉଛୁ। ଏହାକୁ କାମରେ ଲଗାଇଲେ ଆପଣ ତାଙ୍କ ହୃଦୟରେ ଜାଗା ବନାଇବାରେ ସଫଳ ହେବେ।

Advertisment

ଠିକ୍ ସମୟରେ କରନ୍ତୁ କଲ୍:

ଯେତେବେଳେ ଇଚ୍ଛା ହେବ ସେତେବେଳେ ଫୋନ୍‌ କରନ୍ତୁ ନାହିଁ। ଠିକ୍ ସମୟରେ ଫୋନ୍‌ କରନ୍ତୁ।  ବିଶେଷ କରି ସନ୍ଧ୍ୟା ସମୟରେ ଫୋନ୍‌ କରନ୍ତୁ। ଏହି ସମୟରେ ସେ ଫ୍ରି ଥିବେ। ଆପଣଙ୍କ ତାଙ୍କ ସହ ଠିକ୍ ଭାବରେ କଥା ହୋଇପାରିବେ। ସକାଳେ ଓ ଦ୍ୱିପହରେ ଫୋନ୍‌ କଲେ ସେ ଅଫିସ ଅବା କଲେଜରେ ବ୍ୟସ୍ତ ଥିବେ। ଆପଣ ତାଙ୍କ ସହିତ ଭଲରେ କଥା ହୋଇପାରିବେ ନାହିଁ।

କ’ଣ କଥା ହେବେ:

କେବେବି ଝିଅଙ୍କ ସହ ଫୋନ୍‌ରେ ସିରିୟସ କଥା ହୁଅନ୍ତ ନାହିଁ। ରୋମାଣ୍ଟିକ୍‌ ଓ  ମିଠା ମିଠା କଥା ହେବାକୁ ଝିଅମାନେ ପସନ୍ଦ କରନ୍ତି। ଫୋନ୍‌ରେ କଥା ହେଲେ ବେଳେ ତାଙ୍କ ଲାଇଫ୍‌ ଓ ସମସ୍ୟା ବିଷୟରେ ପଚାରନ୍ତୁ। ଚିନ୍ତା ବ୍ୟକ୍ତ କରନ୍ତୁ। ଏଭଳି ଦୀର୍ଘ ସମୟ କଥା ହେଲେ ସେ ଆପଣଙ୍କୁ ନିଜର ଭାବିବେ। ତେବେ ଯଦି ପୂର୍ବରୁ ଆପଣଙ୍କର କୌଣସି ଗର୍ଲଫ୍ରେଣ୍ଡ ଥିଲେ, ତା’ହେଲେ ସଂପର୍କରେ କୁହନ୍ତୁ ନାହିଁ।

Advertisment

ମିଠା ମିଠା କଥା:

ଫୋନ୍‌ରେ  କଥା ହେଲେ  ଉଚ୍ଚ ସ୍ୱରରେ  ବା ରାଗି କି କଥା ହୁଅନ୍ତୁ ନାହିଁ।  ଏହା ଝିଅଙ୍କୁ ଭଲ ଲାଗେ ନାହିଁ।  ଫୋନ୍‌ରେ ମିଠା ମିଠା କଥା କୁହନ୍ତୁ। ବେଶୀ ଭଲ ହେବ ଯଦି ଆପଣ ସେ ଭଲ ପାଉଥିବା ବିଷୟରେ କଥା ହୁଅନ୍ତୁ। ଆଉ  ସେହି ସମୟରେ ମଉକା ଦେଖି ନିଜର ହୃଦୟ କଥା ଖୋଲି କହି ଦିଅନ୍ତୁ।

ବିବାଦୀୟ କଥା କୁହନ୍ତୁ ନାହିଁ:

ବେଳେ ବେଳେ ଏମିତି କଥା ହୁଅନ୍ତୁ ନାହିଁ ଯାହାକୁ ନେଇ ଆପଣ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବ। ଯଦି ଆପଣ ତାଙ୍କର କୌଣସି ସିକ୍ରେଟ୍ କଥା ଜାଣିଛନ୍ତି, ତା’ହେଲେ ଆଦୌ କୁହନ୍ତୁ ନାହିଁ। ସେ ଆପଣଙ୍କ ହାତରୁ ଖସି ଯାଇପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe