Advertisment

ପ୍ରେମରେ ପଡ଼ିଲେ କ’ଣ ହୁଏ ପ୍ରେମିକାର ମନ?

ପ୍ରେମରେ ପଡ଼ିଲେ ଝିଅମାନେ ଭୋକଶୋଷ ଭୁଲି ଯାଆନ୍ତି । ବଦଳି ଯାଏ  ତାଙ୍କ ଜୀବନଚର୍ଯ୍ୟା, ବଦଳିଯାଏ କଥାବାର୍ତ୍ତାଶୈଳୀ । ପ୍ରେମକୁ ନେଇ ଖୁବ୍‌ ଭାବପ୍ରବଣ ହୋଇ ପଡନ୍ତି। ଅଜଣାତରେ ପାଲଟି ଯାଆନ୍ତି ଜଣେ ଭାବୁକ। ପ୍ରତି ମୁହୂର୍ତ୍ତରେ ପ୍ରେମିକାର ଆଖିରେ ଖାଲି ନାଚି ଉଠେ ପ୍ରେମିକର ମୁହଁ। ଆସନ୍ତୁ ଜାଣିବା ପ୍ରେମରେ ପଡ଼ିଲେ ଝିଅଙ୍କ ବ୍ୟବହାରରେ କେଉଁ କେଉଁ ପରିବର୍ତ୍ତନ ଆସିଯାଏ। -ପ୍ରେମରେ ପଡ଼ିଲେ ଝିଅଙ୍କ ଆଖିକୁ ନିଦ ଆସି ନଥାଏ। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ […]

ଅଦ୍ୟତନ ହୋଇଛି
ପ୍ରେମରେ ପଡ଼ିଲେ କ’ଣ ହୁଏ ପ୍ରେମିକାର ମନ?

2016_6image

Advertisment

ପ୍ରେମରେ ପଡ଼ିଲେ ଝିଅମାନେ ଭୋକଶୋଷ ଭୁଲି ଯାଆନ୍ତି । ବଦଳି ଯାଏ  ତାଙ୍କ ଜୀବନଚର୍ଯ୍ୟା, ବଦଳିଯାଏ କଥାବାର୍ତ୍ତାଶୈଳୀ । ପ୍ରେମକୁ ନେଇ ଖୁବ୍‌ ଭାବପ୍ରବଣ ହୋଇ ପଡନ୍ତି। ଅଜଣାତରେ ପାଲଟି ଯାଆନ୍ତି ଜଣେ ଭାବୁକ। ପ୍ରତି ମୁହୂର୍ତ୍ତରେ ପ୍ରେମିକାର ଆଖିରେ ଖାଲି ନାଚି ଉଠେ ପ୍ରେମିକର ମୁହଁ। ଆସନ୍ତୁ ଜାଣିବା ପ୍ରେମରେ ପଡ଼ିଲେ ଝିଅଙ୍କ ବ୍ୟବହାରରେ କେଉଁ କେଉଁ ପରିବର୍ତ୍ତନ ଆସିଯାଏ।

Advertisment

-ପ୍ରେମରେ ପଡ଼ିଲେ ଝିଅଙ୍କ ଆଖିକୁ ନିଦ ଆସି ନଥାଏ। ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିଥାନ୍ତି। ରାତିରାତି ଫୋନରେ କଥା ହୋଇଥାନ୍ତି। କେତେବେଳେ ରାତି ପାହି ସକାଳ ହୋଇ ଯାଇଥାଏ, ତାହା ତାଙ୍କୁ ଜଣା ପଡେନି।

-ପ୍ରେମରେ ପଡ଼ିଲେ ଝିଅମାନେ ଅଧିକ ସଜେଇ ହେବାକୁ ଭଲ ପାଆନ୍ତି।  ସେମାନେ ଚାହାଁନ୍ତି ତାଙ୍କ ପ୍ରେମିକ ଆଗରେ ପରିଟିଏ ପରି ଦେଖାଯିବେ। ସେଥିପାଇଁ ସବୁବେଳେ ଆଇନା ଆଗରେ ଠିଆ ହୋଇ ନିଜକୁ ସଜେଇବାରେ ବ୍ୟସ୍ତ ଥାଆନ୍ତି। ଏହା ସହ ଆଇନାକୁ ଚାହିଁ ଚାହିଁ ମନକୁ ମନ କଥା ହୋଇଥାନ୍ତି, ଖୁବ୍‌ ହସିଥାନ୍ତି।

Advertisment

-ଝିଅମାନେ ପ୍ରେମରେ ପଡ଼ିଲେ ରୋମାଣ୍ଟିକ୍‌ ଷ୍ଟୋରୀ ଓ ଲଭ ଷ୍ଟୋରୀ ପଢ଼ିବା ପାଇଁ ଭଲ ପାଇଥାନ୍ତି। ସବୁବେଳେ ରୋମାଣ୍ଟିକ୍ ଗୀତ ମଧ୍ୟ ଶୁଣିବାକୁ ଭଲ ପାଇଥାନ୍ତି।

-ଥରେ ପ୍ରେମରେ ପଡିଲେ, ଝିଅମାନଙ୍କ ଚାଲି ଓ କଥା କହିବାର ଶୈଳୀ ପରିବର୍ତ୍ତନ ହୋଇଯାଇଥାଏ।  ସବୁବେଳେ ଝିଅମାନେ ଲାଜେଇଲା ଭଳି କଥା ହୋଇଥାନ୍ତି। ବିଭିନ୍ନ ଫ୍ୟାସନ୍‌ର ପୋଷାକ ପିନ୍ଧିବାକୁ ଭଲ ପାଇଥାନ୍ତି। ନିଜର ମେକଅପ୍‌ ନେଇ ସବୁବେଳେ ବ୍ୟସ୍ତ ହୋଇ ପଡିଥାନ୍ତି।

-ତେବେ ଆଜିର ଯୁଗରେ ବିନା ମୋବାଇଲରେ ପ୍ରେମ ଯେମିତି ଅସମ୍ଭବ ହୋଇ ପଡିଛି। ଘଣ୍ଟାଘଣ୍ଟା ଚାଟିଂ। ମେସେଜ୍‌ ଦିଆନିଆରେ ଭୋକଶୋଷ ମରିଯାଏ। ଥରୁଟିଏ ପ୍ରେମରେ ପଡିଲେ ପ୍ରେମିକା ଚାଲିଯାଏ ଭିନ୍ନ ଏକ ଦୁନିଆକୁ। ଯେଉଁ ଜୀବନର ବେଗ ବଢିଯାଏ ଆବେଗ ସହ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe