Advertisment

ସମୁଦ୍ରରୁ ସମୃଦ୍ଧି: ଧନୀ ହେବାରେ ସାହାଯ୍ୟ କରେ ଲୁଣ

ଲୁଣ ନ ପକାଇଲେ ସବୁ ତିଅଣ (ତରକାରି) ସ୍ୱାଦହୀନ। ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତି  ବେଳେ ବ୍ୟବହାର କରିଥାଉ। କିନ୍ତୁ ଜାଣନ୍ତି କି ଲୁଣ ପଛରେ ଏକ ରହସ୍ୟ  ଲୁଚି ରହିଛି। ଯାହା ଆପଣଙ୍କ ଘରର ସୁଖ ସମୃଦ୍ଧି ବଢ଼ାଇବା ସହ ଆପଣଙ୍କୁ ଧନୀ ହେବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହି ରାଜ୍‌। ୧-  ଆପଣଙ୍କ ଘରେ ଗୋଟିଏ କାଚପାତ୍ରରେ ଲୁଣ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଥାଏ। ୨- ଗୁରୁବାର ଦିନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସମୁଦ୍ରରୁ ସମୃଦ୍ଧି: ଧନୀ ହେବାରେ ସାହାଯ୍ୟ କରେ ଲୁଣ

mmm

ଲୁଣ ନ ପକାଇଲେ ସବୁ ତିଅଣ (ତରକାରି) ସ୍ୱାଦହୀନ। ସାଧାରଣତଃ ଲୁଣକୁ ଆମେ ଖାଦ୍ୟ ପ୍ରସ୍ତୁତି  ବେଳେ ବ୍ୟବହାର କରିଥାଉ। କିନ୍ତୁ ଜାଣନ୍ତି କି ଲୁଣ ପଛରେ ଏକ ରହସ୍ୟ  ଲୁଚି ରହିଛି। ଯାହା ଆପଣଙ୍କ ଘରର ସୁଖ ସମୃଦ୍ଧି ବଢ଼ାଇବା ସହ ଆପଣଙ୍କୁ ଧନୀ ହେବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହି ରାଜ୍‌।

Advertisment

୧-  ଆପଣଙ୍କ ଘରେ ଗୋଟିଏ କାଚପାତ୍ରରେ ଲୁଣ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଥାଏ।

୨- ଗୁରୁବାର ଦିନ ବା ସପ୍ତାହରେ ଥରେ ପାଣିରେ ଲୁଣ ମିଶାଇ ଘରର ସଫା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରକୁ ଦୁଷ୍ଟଶକ୍ତି  ପ୍ରବେଶ କରିବେ ନାହିଁ । ଘରକୁ ମହାଲକ୍ଷ୍ମୀ ଆସିଥାନ୍ତି।

Advertisment

୩- ଏକ କାଚ ଗ୍ଲାସରେ ପାଣି ଓ ଲୁଣ ମିଶାଇ ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖନ୍ତୁ। ଏହା କଲେ ଆପଣ ଉପରେ ଧନଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

4- ଲୁଣକୁ ଏକ ପାତ୍ରରେ ରଖି ବାଥରୁମରେ ରଖନ୍ତୁ। ଘରର ବାସ୍ତୁଦୋଷ  ଦୂର ହୋଇଯିବା ସହ ଆପଣଙ୍କ ଘରେ ଟଙ୍କା ପଇସା ବଢ଼ିବ। ଏହାକୁ ମାସକୁ ଥରେ କରନ୍ତୁ।

 ୫-  ବ୍ୟକ୍ତିଗତ ସମସ୍ୟା ଦୂର କରିବା ପାଇଁ  ଆପଣ ଏକ ମୁଠା ଲୁଣକୁ ମୁଣ୍ଡରେ ଛୁଆଇଁ ତାକୁ ଘରର ବାହାରେ ଫିଙ୍ଗି ଦିଅନ୍ତୁ। ଏହି ପ୍ରକ୍ରିୟାକୁ ତିନିଦିନ କରନ୍ତୁ। ଏହା କରିବା ଦ୍ୱାରା ବ୍ୟକ୍ତିଗତ ସମସ୍ୟା ଦୂର ହୋଇଯିବ।

୬- ଛୋଟପିଲାଙ୍କୁ ନଜର ଲାଗିଲେ  ଲୁଣ ଦ୍ୱାରା  ଝଡ଼ା ଯାଇଥାଏ। ଲୁଣକୁ ମନ୍ତ୍ରାଇ ତାଙ୍କୁ ଖାଇଲେ ଫାଇଦା ମିଳିଥାଏ।