ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିହାତି ଝଗଡ଼ା ହେବା ଦରକାର, ଜାଣନ୍ତୁ କାରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। ଏହା ଘର ଘରର କଥା। କାରଣ ପ୍ରେମ ଯେଉଁଠି ଝଗଡ଼ା ବି ସେଇଠି। ଆଉ ଝଗଡ଼ା ହେଲେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ତା ଆହୁରି ବଢ଼ିଥାଏ। ତେବେ ବେଳେବେଳେ କିଛି ଲୋକ ଏସବୁକୁ ନେଇ ଖୁବ୍‌ ଚିନ୍ତିତ ହୋଇଯାଆନ୍ତି। କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ଏମିତି କିଛି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଦରକାର। ଏହି ଝଗଡ଼ା […]

couple

Sangita Sahoo
  • Published: Tuesday, 11 September 2018
  • , Updated: 11 September 2018, 10:27 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। ଏହା ଘର ଘରର କଥା। କାରଣ ପ୍ରେମ ଯେଉଁଠି ଝଗଡ଼ା ବି ସେଇଠି। ଆଉ ଝଗଡ଼ା ହେଲେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ତା ଆହୁରି ବଢ଼ିଥାଏ।

ତେବେ ବେଳେବେଳେ କିଛି ଲୋକ ଏସବୁକୁ ନେଇ ଖୁବ୍‌ ଚିନ୍ତିତ ହୋଇଯାଆନ୍ତି। କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ଏମିତି କିଛି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଦରକାର। ଏହି ଝଗଡ଼ା ଦୁହିଁଙ୍କ ମଧ୍ୟରେ ଥିବା ମତାନ୍ତରକୁ ଦୂର କରିବା ସହ ଭଲ ପାଇବାକୁ ଦ୍ଵିଗୁଣିତ କରିଦେଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ କଥାକୁ ନେଇ ଝଗଡ଼ା ହେଲେ ଭଲ।

[caption id="attachment_274663" align="alignnone" width="1102"] image credit- internet[/caption]

ଏକୁଟିଆ ପଣକୁ ନେଇ ଝଗଡ଼ା: ଅନେକ ସମୟରେ ସ୍ତ୍ରୀ ଅଭିଯୋଗ କରନ୍ତି ଯେ ସ୍ୱାମୀ ତାଙ୍କୁ ସମୟ ଦେଉ ନାହାନ୍ତି। ଏହି କାରଣରୁ ସେ ଏକୁଟିଆ ଅନୁଭବ କରୁଛନ୍ତି। ଆଉ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୁଏ। ଏଭଳି ଝଗଡ଼ା ହେଲେ ସ୍ୱାମୀ ତାଙ୍କ ଭୁଲ୍ ବୁଝିପାରନ୍ତି ଓ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢ଼ିଯାଏ।

ମିଶିକି କାମ କରିବାକୁ ନେଇ ଲଢ଼େଇ: ଆଜିର ସମାଜରେ ନାରୀ ଓ ପୁରୁଷ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। କାରଣ ପୁରୁଷ କରିପାରୁଥିବା ସବୁ କାମ, ନାରୀମାନେ ବି କରିପାରୁଛନ୍ତି। କିନ୍ତୁ ସାଧାରଣତଃ ଦେଖିବାକୁ ମିଳେ ଯେ ଘର କାମ ସବୁ ମହିଳାମାନଙ୍କୁ ହିଁ କରିବାକୁ ପଡ଼େ। ସ୍ୱାମୀ ଖାଲି ବାହାର କାମ କରନ୍ତି। କିନ୍ତୁ ଏମିତି ହେବା ଉଚିତ୍‌ ନୁହେଁ। ଯଦି ସ୍ତ୍ରୀ, ସ୍ୱାମୀଙ୍କୁ ସହଯୋଗ କରୁଛନ୍ତି, ତା’ହେଲେ ସ୍ୱାମୀବି ତାଙ୍କୁ ଘର କାମରେ ସହଯୋଗ କରିବା କଥା। ବେଳେବେଳେ ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗେ। ଏହି ଝଗଡ଼ା ଫଳରେ ଉଭୟ ପରସ୍ପରର ଦାୟିତ୍ୱକୁ ବୁଝନ୍ତି ଓ ତାକୁ ନିର୍ବାହ କରିବା ପାଇଁ ଚେଷ୍ଟା କରନ୍ତି। ଆଉ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢ଼େ।

ଟଙ୍କାକୁ ନେଇ ଝଗଡ଼ା: ଦାମ୍ପତ୍ୟ ଜୀବନରେ ଟେନ୍‌ସନ୍‌ ବା ଷ୍ଟ୍ରେସ୍‌ର ଆଉ ଏକ ବଡ଼ କାରଣ ହେଉଛି ଟଙ୍କା। ଯଦିଓ ଆଜିକାଲି ସ୍ୱାମୀ-ସ୍ତ୍ରୀମାନେ ଅଲଗା ଅଲଗା ରୋଜଗାର କରୁଛନ୍ତି, ତଥାପି ଅଯଥା ଖର୍ଚ୍ଚର ପ୍ରଭାବ ଦୁହିଁଙ୍କ ସଂପର୍କ ଉପରେ ପଡ଼ିଥାଏ। ଆଉ ଯଦି ଭଲରେ ବୁଝାଇଲେ ଏହାର ସମାଧାନ ନହେଉଛି, ତେବେ ଝଗଡ଼ା ହୋଇଥାଏ। ଏମିତି ଝଗଡ଼ା କେବେ କେମିତି ହେଲେ ଭଲ। ଏହାଦ୍ୱାରା ସ୍ୱାମୀ ହୁଅନ୍ତୁ କି ସ୍ତ୍ରୀ, ନିଜ ଭୁଲ୍ ବୁଝିପାରନ୍ତି ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ବଢ଼ିଯାଏ।

କଥାବାର୍ତ୍ତାକୁ ନେଇ ଝଗଡ଼ା: ଆଜିକାଲି ସମସ୍ତେ ନିଜ ନିଜ କାମ ଓ ସୋଶାଲ୍‌ ମିଡିଆରେ ଏତେ ବ୍ୟସ୍ତ ଯେ, ପାର୍ଟନର ପାଖରେ ଥାଇ ବି ତାଙ୍କ ସହ କଥାବାର୍ତ୍ତା ହେବାକୁ ଜରୁରୀ ଭାବନ୍ତିନି। ଜଣେ ଜଣେ ଅଛନ୍ତି ଯେଉଁମାନେ କି ସେମାନଙ୍କ ସ୍ୱାମୀ ଅବା ସ୍ତ୍ରୀଙ୍କ ସହ ଖୁବ୍‌ କମ୍‌ କଥା ହୁଅନ୍ତି। ଏଥିପାଇଁ ତାଙ୍କ ପାର୍ଟନର ଖୁବ୍‌ ଚିନ୍ତିତ ରହନ୍ତି। ଆଉ ଯଦି ସେହି କଥାକୁ ନେଇ ପାର୍ଟନରଙ୍କ ମଧ୍ୟରେ ଝଗଡ଼ା ହୋଇଯାଉଛି, ତେବେ ଚିନ୍ତାର କାରଣ ନାହିଁ। ଏହାର ପ୍ରଭାବ ଭଲ ମଧ୍ୟ ହୋଇଥାଏ।

ଶାରୀରିକ ମିଳନ ପାଇଁ ଝଗଡ଼ା: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଆକର୍ଷଣ ହେଲା ଶାରିରୀକ ସଂପର୍କ। ପ୍ରକୃତି କହୁଛି, ଏହାକୁ କୌଣସି ବି ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୌଣ ମନେକରିବା ଉଚିତ ନୁହେଁ। କାରଣ ଉଭୟଙ୍କ ମଧ୍ୟରେ ସଂପର୍କର ଯେଉଁ ଡୋରିଟି ସୁଦୃଢ଼ ହୋଇ ରହିଥାଏ, ତା’ର ପ୍ରମୁଖ କାରଣ ହେଲା ‘ଶାରିରୀକ ମିଳନ’। ଯଦି କୌଣସି କାରଣରୁ ତାହା ମିଳୁନି ବା ବନ୍ଦ ରହିଛି, ତେବେ ଏଥିପାଇଁ ଝଗଡ଼ା ବା ଚିଡ଼ିଚିଡ଼ି ହେବା ଏକ ଖରାପ କଥା ନୁହେଁ। ସେଇ ଇଙ୍ଗିତରୁ ହିଁ ଜଣେ ଅନ୍ୟଜଣଙ୍କର ମନକଥା ଜାଣିପାରେ। ତେଣୁ ଶାରିରୀକ ମିଳନ ପାଇଁ ଝଗଡ଼ାକୁ କେବେ ଖରାପ ଦୃଷ୍ଟିରୁ ବିଚାର କରିବା କଥା ନୁହେଁ।

 

Related story