ହୁସିଆର ! ଏଇ ୫ ପ୍ରକାର ଖାଦ୍ୟ ଅଧିକ ଖାଆନ୍ତୁନି, ଚମ କଳା ପଡ଼ିଯାଇ ପାରେ

ସୁନ୍ଦର ଦିଶିବାକୁ କାହାର ବା ଇଚ୍ଛା ନଥାଏ। ସେଥିପାଇଁ ଝିଅମାନେ କେତେ କେତେ ଉପାୟ ଅବଲମ୍ବନ କରୁଛନ୍ତି। ସବୁ ଝିଅଙ୍କର ଗୋଟିଏ ଚିନ୍ତା। ମୁହଁଟି କେମିତି ଗୋରା ଦିଶିବ। ସେଥିପାଇଁ କିଏ କେତେ ପ୍ରକାର କ୍ରିମ୍ ବ୍ୟବହାର କରୁଛି ତାହା ଜାଣିବା କଷ୍ଟକର। ତେବେ ଯଦି ଆପଣଙ୍କ ମୁହଁ ମଳିନ ପଡ଼ିଯାଉଛି ବା ଟିକିଏ ସାବନା ବା ଡସ୍କି ଦିଶୁଛି ଓ ସେଥିପାଇଁ ଆପଣ ଚିନ୍ତିତ, ତେବେ ଆସନ୍ତୁ ଜାଣିବା ଏଥିରୁ ରକ୍ଷା ପାଇବାର କିଛି ସାଧାରଣ […]

Rakesh Mallick
  • Published: Monday, 04 September 2017
  • , Updated: 13 September 2017, 12:56 PM IST

ସୁନ୍ଦର ଦିଶିବାକୁ କାହାର ବା ଇଚ୍ଛା ନଥାଏ। ସେଥିପାଇଁ ଝିଅମାନେ କେତେ କେତେ ଉପାୟ ଅବଲମ୍ବନ କରୁଛନ୍ତି। ସବୁ ଝିଅଙ୍କର ଗୋଟିଏ ଚିନ୍ତା। ମୁହଁଟି କେମିତି ଗୋରା ଦିଶିବ। ସେଥିପାଇଁ କିଏ କେତେ ପ୍ରକାର କ୍ରିମ୍ ବ୍ୟବହାର କରୁଛି ତାହା ଜାଣିବା କଷ୍ଟକର। ତେବେ ଯଦି ଆପଣଙ୍କ ମୁହଁ ମଳିନ ପଡ଼ିଯାଉଛି ବା ଟିକିଏ ସାବନା ବା ଡସ୍କି ଦିଶୁଛି ଓ ସେଥିପାଇଁ ଆପଣ ଚିନ୍ତିତ, ତେବେ ଆସନ୍ତୁ ଜାଣିବା ଏଥିରୁ ରକ୍ଷା ପାଇବାର କିଛି ସାଧାରଣ ଉପାୟ। ବିଶେଷଜ୍ଞଙ୍କ କହିବା କଥା, ଏମିତି କିଛି ଖାଦ୍ୟ ଅଛି, ଯାହା ଅଧିକ ପରିମାଣରେ ଖାଇଲେ ଶରୀରରେ ସାବନାପଣ ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ଏମିତି ୫ଟି ଖାଦ୍ୟ ସଂପର୍କରେ।
ଚିନି: ଅନେକ ଲୋକ ବେଶୀ ମିଠା ଖାଇଥାନ୍ତି। ସେଥିପାଇଁ ସବୁ ଖାଦ୍ୟରେ ସେମାନେ ଚିନି ବ୍ୟବହାର କରିଥାନ୍ତି। କିନ୍ତୁ ଖାଦ୍ୟ ବିଶେଷଜ୍ଞଙ୍କ କହିବା କଥା, ଅଧିକ ମାତ୍ରାରେ ଚିନି ଖାଇଲେ ଶରୀରରେ ସାବନାପଣ ବୃଦ୍ଧି ହେବାର ସମ୍ଭାବନା ଥାଏ। କାରଣ ରକ୍ତରେ ସର୍କରା ମାତ୍ରା ବଢ଼ିଲେ ସ୍କିନ୍ ଟିସୁର କିଛି ନିର୍ଦ୍ଦିଷ୍ଟ ଉପାଦାନ କ୍ଷତିଗ୍ରସ୍ତ ହୋଇଥାଏ। ଫଳରେ ତ୍ୱଚାରୁ ଗୋରାପଣ ଦୂର ହୋଇଯାଇଥାଏ।

କମଳା ରସ: କମଳା ରସରେ ଫାଇବର୍ସ ନଥାଏ। ତେଣୁ ଏହା ରକ୍ତ ସଂଚାଳନ କମେଇ ଦେଇଥାଏ। ଫଳରେ ତ୍ବଚାରେ ସାବନାପଣ ବୃଦ୍ଧି ପାଇଥାଏ।
ପାଉଁରୁଟି: ଅଧିକାଂଶ ଲୋକ ବାଉନ୍ ବ୍ରେଡ୍ ଅପେକ୍ଷା ଧଳା ବ୍ରେଡ୍ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଖାଦ୍ୟ ବିଶେଷଜ୍ଞଙ୍କ କହିବା କଥା ହେଲା, ଧଳା ପାଉଁରୁଟି ତ୍ୱଚାର ଫେୟାରନେସ୍ କମେଇ ଦେଇଥାଏ। କାରଣ ଧଳା ବ୍ରେଡରେ ଅଧିକ ପରିମାଣର ଇନସୁଲିନ୍ ଥାଏ। ଫଳରେ ସ୍କିନରେ ତେଲ ପରିମାଣ ବଢ଼େ ସ୍କିନ କଳା ହେବାରେ ସାହାଯ୍ୟ କରେ।
ମସଲାଯୁକ୍ତ ଖାଦ୍ୟ: ସ୍ପାଇସି ଖାଦ୍ୟରୁ ଦୂରେଇ ରହନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଦେହ ପାଇଁ ଖରାପ। ସ୍କିନ୍ ପାଇଁ ମଧ୍ୟ ବହୁତ ହାନିକାରକ ହୋଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ କହିବା କଥା, ଏହା ଶରୀରର ତାପମାତ୍ରାକୁ ବଢେଇଥାଏ। ଯାହାଫଳରେ ବ୍ଲଡ୍ ଭେସେଲ୍ ଗୁଡ଼ିକ ପ୍ରସାରଣ ହୋଇ ସାବନାପଣ ବୃଦ୍ଧି କରିଥାଏ।
କଫି: ଗୋଟେ ଦିନରେ ତିନି କପରୁ ଅଧିକ କଫି ପିଇଲେ ତ୍ୱଚାରେ ସାବାନାପଣ ବୃଦ୍ଧିପାଏ। ଅଧିକ କଫି ପିଇଲେ ଶରୀରରେ କାଫିନ୍ ଷ୍ଟ୍ରେସ୍ ହରମୋନ୍ ସ୍ତର ବୃଦ୍ଧି ପାଇଥାଏ। ଯାହା କି ଚର୍ମ ଉପରେ ପ୍ରଭାବ ପକାଇଥାଏ।
(ତେବେ ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସାଧାରଣ ଭାବେ ଏ ସବୁ ଖାଦ୍ୟ ଖାଇଲେ ତାହା ଶରୀରର ଚର୍ମ ଉପରେ କିଛି ପ୍ରଭାବ ପକାଏ ନାହିଁ। କେବଳ ଅତ୍ୟଧିକ ସେବନ ଦ୍ୱାରା ଚର୍ମର ରଙ୍ଗ ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି। ତେଣୁ ଏସବୁ ଖାଦ୍ୟର ଗୁଣ ସଂପର୍କରେ ଅଧିକ ଆଲୋଚାନ କରାଯାଇପାରେ।)

Related story