Advertisment

Kitchen Room Tips: ରୋଷେଇ ଘରେ ଏହି ସବୁ ଜିନିଷ ରଖନ୍ତୁ ସଫା: ପାଖ ମାଡ଼ିବନି ରୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁଦିନ ସକାଳେ ଘର ସଫା କରିବା ପ୍ରଥମ କାମ। ଆଉ ଘର ଭିତରେ ରୋଷେଇ ଘର ମଧ୍ୟ ଏକ ପ୍ରମୁଖ ଅଂଶ। ରୋଷେଇ ଘରେ ଖାଇବା ତିଆରି ହେବା ସହ ଆମ ସମସ୍ତଙ୍କର ସ୍ୱାସ୍ଥ୍ୟ ମଧ୍ୟ ତିଆରି ହୋଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ରୋଷେଇ ଘରେ ଖାଇବା ତିଆରି କରିବା ପରେ ତାକୁ ସଫା ରଖିବା ବହୁତ ଜରୁରୀ । କାରଣ ଏହି ସ୍ଥାନକୁ ସଫା ନରଖିବା ଅର୍ଥ ସ୍ୱାସ୍ଥ୍ୟ ପ୍ରତି […]

ଅଦ୍ୟତନ ହୋଇଛି
Kitchen Room Tips: ରୋଷେଇ ଘରେ ଏହି ସବୁ ଜିନିଷ ରଖନ୍ତୁ ସଫା: ପାଖ ମାଡ଼ିବନି ରୋଗ

k55

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁଦିନ ସକାଳେ ଘର ସଫା କରିବା ପ୍ରଥମ କାମ। ଆଉ ଘର ଭିତରେ ରୋଷେଇ ଘର ମଧ୍ୟ ଏକ ପ୍ରମୁଖ ଅଂଶ। ରୋଷେଇ ଘରେ ଖାଇବା ତିଆରି ହେବା ସହ ଆମ ସମସ୍ତଙ୍କର ସ୍ୱାସ୍ଥ୍ୟ ମଧ୍ୟ ତିଆରି ହୋଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ରୋଷେଇ ଘରେ ଖାଇବା ତିଆରି କରିବା ପରେ ତାକୁ ସଫା ରଖିବା ବହୁତ ଜରୁରୀ । କାରଣ ଏହି ସ୍ଥାନକୁ ସଫା ନରଖିବା ଅର୍ଥ ସ୍ୱାସ୍ଥ୍ୟ ପ୍ରତି ସଜାଗ ନ ହେବା। ତେଣୁ ପୂରା ରୋଷେଇ ଘର ତ ସଫା ରଖିବା ଦରକାର କିନ୍ତୁ, ଏହି କିଛିଟା ଜିନିଷ ଅଛି ଯାହାକୁ ସଫା କରିବା ନିହାତି ଜରୁରୀ ଆଉ ସେତିକି କରିପାରିଲେ ଆପଣ ଅନେକ ରୋଗକୁ ଦୂରେଇ ପାରିବେ।

Advertisment

Kitchen decor tips

୧-ରୋଷେଇ ଘରର ସ୍ଲାବ୍‌ ସଫା ରଖିବା ନିହାତି ଆବଶ୍ୟକ। କାରଣ ସେହିଠାରେ ହିଁ ଆମେ ଖାଦ୍ୟ ସବୁ ରଖିଥାଉ। ତେଣୁ ସଫା କପଡ଼ାରେ ଲେମ୍ବୁ ରସ କିମ୍ବା ଡିଟର୍‌ଜେଣ୍ଟରେ ସ୍ଲାବ୍‌ ସଫା କରନ୍ତୁ । ଏହା ଦ୍ୱାରା ଦାଗ ସଫା ହେବା ସହ ଗନ୍ଧ ମଧ୍ୟ ରହିବ ନାହିଁ।

୨- ରୋଷେଇ ଘର ବେସିନ୍‌ ସବୁବେଳେ ସଫା ରଖନ୍ତୁ। ଏଥିରେ ଆମେ ବାସନ ଇତ୍ୟାଦି ସଫା କରିଥାଉ। ତେଣୁ ଏହାକୁ ସଫା ନ କଲେ ଜୀବାଣୁ ବାସନ ସାହାଯ୍ୟରେ ଆମ ପେଟକୁ ମଧ୍ୟ ଆସିପାରେ। ଆପଣ ବାସନ ସଫା କରିସାରିଲା ପରେ ବେସିନ୍‌ରେ ଲୁଣ ପକାଇ ବ୍ରଶ୍‌ ମାଧ୍ୟମରେ ଭଲରେ ସଫା କରନ୍ତୁ। ଏହା କଲେ ବାସନ ସାହାଯ୍ୟରେ ଜୀବାଣୁ ବ୍ୟାପିବା ଆଶଙ୍କା କମ୍‌ ହୋଇଥାଏ।

Advertisment

publive-image

୩- ରୋଷେଇ ଘରେ ଗ୍ୟାସ୍‌କୁ ସବୁବେଳେ ସଫା ରଖନ୍ତୁ। କାରଣ  ଖାଦ୍ୟ ତିଆରି କଲାବେଳେ ଗ୍ୟାସ୍‌ ଉପରେ ଖାଦ୍ୟ ପଡ଼ିଯାଇଥାଏ। ଆଉ ଗ୍ୟାସ୍‌ରେ ଦାଗ ମଧ୍ୟ ରହି ଯାଇଥାଏ।  ଖାଦ୍ୟ ଲାଗି ରହିବା ଫଳରେ ଏଠାରେ ଜୀବାଣୁ ସୃଷ୍ଟି ହୁଏ । ତେଣୁ ଗ୍ୟାସ୍‌କୁ ସବୁଦିନ ସଫା ରଖନ୍ତୁ।

୪-ବାସନ ସଫା ରଖିବା ଆଉ ଗୋଟେ ମୁଖ୍ୟ କାମ।  ଖାଦ୍ୟ ଖାଇବା ଆଗରୁ ଆଉ ଖାଇ ସାରିଲା ପରେ ବାସନ ଭଲ ଭାବେ ସଫା କରିବା ଅଭ୍ୟାସ କରନ୍ତୁ। ଯଦି ଖାଇବା ପରେ ବାସନ ସଫା କରିଦେଲେ ତାହାଲେ ଆପଣଙ୍କୁ ସକାଳେ ସେହି କାମ କରିବାକୁ ପଡ଼ିବ ନାହିଁ।

Keep your kitchen clean

୫-ମାଇକ୍ରୋୱେଭ୍‌କୁ ପ୍ରତିଦିନ ବ୍ୟବହାର କରୁଛନ୍ତି ତ ? ଯଦି କରୁଥାନ୍ତି ନିୟମିତ ଏହାକୁ ସଫା ରଖନ୍ତୁ। ଯେପରି ଖାଦ୍ୟର ଗନ୍ଧ ଆସିବ ନାହିଁ। ଆଉ ଆପଣଙ୍କ ମାଇକ୍ରୋୱେଭ୍‌ ଜୀବାଣୁ ମୁକ୍ତ ରହିବ।

Kitchen Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe