Advertisment

ଘରେ ଧନସମ୍ପତ୍ତି ଓ ସୁଖଶାନ୍ତି ପାଇବାର ୫ଟି ଉପାୟ

ଶାସ୍ତ୍ରରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ଆଖ୍ୟା ଦିଆଯାଇଛି। ବିବାହ ପରେ ଝିଅମାନେ ଯେଉଁ ଘରକୁ ଯାଆନ୍ତି ସେହି ଘରେ ଲକ୍ଷ୍ମୀଙ୍କ ଆଗମନ ହୁଏ ଓ ଘର ଧନସମ୍ପତ୍ତିରେ ପୂରିଯାଏ ବୋଲି ବିଶ୍ୱାସ ରହିଛି। ଘରକୁ ଆର୍ଥିକ ଅଭାବରୁ ବଞ୍ଚାଇବାରେ ମହିଳାମାନଙ୍କ ଅବଦାନ ଅନେକ। ତେଣୁ ବାସ୍ତ୍ତୁଶାସ୍ତ୍ରରେ ମହିଳା ମାନଙ୍କ ପାଇଁ କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଘରେ ଧନସମ୍ପତ୍ତି ଓ ସୁଖଶାନ୍ତିର ଅଭାବ ଦେଖା ଦେଖାଯାଏନି। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ଧନସମ୍ପତ୍ତି ଓ ସୁଖଶାନ୍ତି ପାଇବାର ୫ଟି ଉପାୟ

woman

ଶାସ୍ତ୍ରରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ଆଖ୍ୟା ଦିଆଯାଇଛି। ବିବାହ ପରେ ଝିଅମାନେ ଯେଉଁ ଘରକୁ ଯାଆନ୍ତି ସେହି ଘରେ ଲକ୍ଷ୍ମୀଙ୍କ ଆଗମନ ହୁଏ ଓ ଘର ଧନସମ୍ପତ୍ତିରେ ପୂରିଯାଏ ବୋଲି ବିଶ୍ୱାସ ରହିଛି। ଘରକୁ ଆର୍ଥିକ ଅଭାବରୁ ବଞ୍ଚାଇବାରେ ମହିଳାମାନଙ୍କ ଅବଦାନ ଅନେକ। ତେଣୁ ବାସ୍ତ୍ତୁଶାସ୍ତ୍ରରେ ମହିଳା ମାନଙ୍କ ପାଇଁ କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଘରେ ଧନସମ୍ପତ୍ତି ଓ ସୁଖଶାନ୍ତିର ଅଭାବ ଦେଖା ଦେଖାଯାଏନି। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

Advertisment

୧. ପ୍ରତ୍ୟେକ ଦିନ ସକାଳେ ଓ ସଂଧ୍ୟାରେ ତୁଳସୀ ଚଉରାରେ ପୂଜା କରିବା ଦରକାର। ପୂଜା କରିବା ସମୟରେ ତୁଳସୀ ଗଛ ସାମ୍ନାରେ ଏକ ଘିଅ ଦୀପ ମଧ୍ୟ ଜଳାନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହ କେବେ ଅର୍ଥର ଅଭାବ ଦେଖା ଦେଇ ନ ଥାଏ।

୨. ଉତ୍ତର ପୂର୍ବ ଦିଗରେ ଥିବା ମନ୍ଦିରକୁ ପ୍ରତ୍ୟେକ ଦିନ ସଫା କରନ୍ତୁ। ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

Advertisment

୩. ଘରେ ନକାରାତ୍ମକ ଶକ୍ତିର ପ୍ରବେଶକୁ ରୋକିବା ପାଇଁ ଘରର ମୁଖ୍ୟ ଦୁଆରକୁ ପ୍ରତ୍ୟେକ ଦିନ ଧୋଇବା ଦରକାର। ସପ୍ତାହକୁ ଥରେ ଗଙ୍ଗାଜଳ ଓ କଞ୍ଚା କ୍ଷୀରରେ ମଧ୍ୟ ଘର ଧୁଅନ୍ତୁ।

୪. ମହିଳାମାନେ ରାତିରେ ଶୋଇବା ପୂର୍ବରୁ କେବେବି କେଶ ଧୋଇବା ଉଚିତ ନୁହେଁ।

୫. ଶୋଇବା ପୂର୍ବରୁ ରୋଷେଇ ଘରେ ଗୋଟେ ବାଲ୍‌ଟି ପାଣି ଭରି ରଖନ୍ତୁ। ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ। ଖାଲି ବାଲଟି ରଖିବା ଦ୍ୱାରା ଘରେ ଚିନ୍ତା ଦେଖା ଦେଇଥାଏ।