Advertisment

ଗର୍ଭାବସ୍ଥାରେ ଭୁଲରେ ବି ଖାାଆନ୍ତୁ ନାହିଁ ଏସବୁ ଖାଦ୍ୟ

ଗର୍ଭାବସ୍ଥା ହେଉଛି ଜଣେ ମହିଳା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଗର୍ଭସ୍ଥ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗର୍ଭବତୀଙ୍କୁ ନିଜ ଜୀବନଶୈଳୀ ସହ ଜଡ଼ିତ ପ୍ରତ୍ୟେକ ବିଷୟ, ବିଶେଷକରି ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ  ଦେବାକୁ ପଡ଼ିଥାଏ। ଏହି ସମୟରେ ବହୁତ କିଛି ଖାଇବାକୁ ମନ ହୋଇଥାଏ। ହେଲେ ଏପରି କିଛି ଖାଦ୍ୟ ଅଛି ଯାହା ଗର୍ଭକୁ ନଷ୍ଟ କରିପାରେ। ତେଣୁ ଆଜି ଆମେ ଜାଣିବା ଗର୍ଭାବସ୍ଥାରେ କ’ଣ ଖାଇବା ଅନୁଚିତ। ନୁଡୁଲ୍ସ୍ ବା […]

author-image
Chinmayee Roy
ଗର୍ଭାବସ୍ଥାରେ ଭୁଲରେ ବି ଖାାଆନ୍ତୁ ନାହିଁ ଏସବୁ ଖାଦ୍ୟ

pregnant

ଗର୍ଭାବସ୍ଥା ହେଉଛି ଜଣେ ମହିଳା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଗର୍ଭସ୍ଥ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗର୍ଭବତୀଙ୍କୁ ନିଜ ଜୀବନଶୈଳୀ ସହ ଜଡ଼ିତ ପ୍ରତ୍ୟେକ ବିଷୟ, ବିଶେଷକରି ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ  ଦେବାକୁ ପଡ଼ିଥାଏ। ଏହି ସମୟରେ ବହୁତ କିଛି ଖାଇବାକୁ ମନ ହୋଇଥାଏ। ହେଲେ ଏପରି କିଛି ଖାଦ୍ୟ ଅଛି ଯାହା ଗର୍ଭକୁ ନଷ୍ଟ କରିପାରେ। ତେଣୁ ଆଜି ଆମେ ଜାଣିବା ଗର୍ଭାବସ୍ଥାରେ କ’ଣ ଖାଇବା ଅନୁଚିତ।

Advertisment

publive-imageନୁଡୁଲ୍ସ୍ ବା ଅନ୍ୟ ଚାଇନିଜ୍ ଖାଦ୍ୟ: ଏହି ଚାଇନିଜ୍ ଖାଦ୍ୟରେ ମୋନୋ ସୋଡିୟମ୍ ଗ୍ଲୁଟାମେଟ୍ ରହିଛି ଯାହା କାରଣରୁ ଶିଶୁର ଜନ୍ମ ପରେ ଶାରିରୀକ ଅକ୍ଷମତା ଦେଖାଯାଇଥାଏ। ଏହା ସହିତ ଏଥିରେ ଅଧିକାଂଶ ବ୍ୟବହାର ହେଉଥିବା ସୋୟା ସସରେ ଲୁଣ ଅଧିକ ଥିବା ହେତୁ ଗର୍ଭବତୀ ମହିଳାଙ୍କ ରକ୍ତଚାପ ବଢ଼ିଯିବାର ଆଶଂକା ରହିଥାଏ, ଯାହା ଗର୍ଭପାତର କାରଣ ହୋଇପାରେ।

papeya

ଅମୃତଭଣ୍ଡା: କଞ୍ଚା ଅମୃତଭଣ୍ଡାରେ ଲେଟେକ୍ସ ଥାଏ। ଏହା ଗର୍ଭାବସ୍ଥାର ଆରମ୍ଭରେ ଗର୍ଭପାତର ଆଶଙ୍କାକୁ ବଢ଼ାଇ ଦେଇଥାଏ। ଏହା ବ୍ୟତୀତ ଏଥିରେ ଥିବା ପପେନ୍ ଭୃଣର ବିକାଶରେ ବାଧା ସୃଷ୍ଟି କରିଥାଏ। ତେଣୁ ଏହି ସମୟରେ ଅମୃତଭଣ୍ଡା ଖାଇବାରୁ ନିବୃତ୍ତ ରୁହନ୍ତୁ।

Advertisment

publive-imageଅଙ୍ଗୁର: ଗର୍ଭାବସ୍ଥାରେ ମହିଳାମାନେ ଅଙ୍ଗୁର ଖାଇବା ଅନୁଚିତ। କାରଣ ଅଙ୍ଗୁର ରସ ଶରୀର ପାଇଁ ଗରମଦାୟକ  ହୋଇଥାଏ  ଯାହାକି ଗର୍ଭରେ ଥିବା ଭୃଣ ପାଇଁ କ୍ଷତିକାରକ ହୋଇଥାଏ। ଅଙ୍ଗୁର ଖାଇବା ଫଳରେ ଅସମୟରେ ପ୍ରସବ ହେବାର ସମ୍ଭାବନା ରହିଥାଏ।

publive-imageପଣସ: ଗର୍ଭାବସ୍ଥାରେ ମହିଳାମାନେ ପଣସ ଖାଇବାରୁ ନିବୃତ୍ତ ରୁହନ୍ତୁ। ଅଥିରେ ଫାଇବର୍ ମାତ୍ରା ବହୁତ ଅଧିକ ଥାଏ। ଏହା ଆପଣଙ୍କ ଶିଶୁ ଉପରେ ଖରାପ ପ୍ରଭାବ ପକାଇପାରେ। ଏହା ବ୍ୟତୀତ ଗର୍ଭବତୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ।

publive-imageନିଶାଦ୍ରବ୍ୟ: ଗର୍ଭାବସ୍ଥାରେ ମହିଳାମାନେ ଆଦୌ ନିଶାଦ୍ରବ୍ୟ ଗ୍ରହଣ କରିବା ଉଚିତ ନୁହଁ। ସାମାନ୍ୟ ଧୂମ୍ରପାନ ଏବଂ ମଦ୍ୟପାନ ଶିଶୁର ବିକାଶରେ ବାଧା ସୃଷ୍ଟି କରିବାରେ। ଏ ସବୁର ବହୁତ ଖରାପ ପ୍ରଭାବ ଶିଶୁ ଉପରେ ପଡ଼ିଥାଏ।