ଶୀତ ଦିନେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଶରୀରକୁ ମିଳିବ ଉଷ୍ଣତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଦିନେ ଅତ୍ୟଧିକ ଥଣ୍ଡାରୁ ବର୍ତ୍ତିବା ପାଇଁ ସମସ୍ତେ ଗରମ ପୋଷାକର ସାହାଯ୍ୟ ନିଅନ୍ତି। କିନ୍ତୁ ଜାଣିଛନ୍ତି, ଏମିତି କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହା ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ଅଧିକ ଅନୁଭୂତ ହୋଇ ନ ଥାଏ। କାରଣ ଏହିସବୁ ଖାଦ୍ୟ ଶରୀରକୁ ଉଷ୍ମ ରଖିଥାଏ। ଚାଲନ୍ତୁ ଜାଣିବା, ଶୀତ ଦିନ କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉଷ୍ମତା ମିଳିଥାଏ। ବିନ୍‌ସ୍‌: ଶୀତଦିନେ ବିନ୍‌ସ୍‌ ଖାଇବା ସବୁଠୁ ଭଲ। ଏହା ପ୍ରୋଟିନ୍‌ […]

gggg

Sangita Sahoo
  • Published: Wednesday, 09 January 2019
  • , Updated: 09 January 2019, 07:09 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଦିନେ ଅତ୍ୟଧିକ ଥଣ୍ଡାରୁ ବର୍ତ୍ତିବା ପାଇଁ ସମସ୍ତେ ଗରମ ପୋଷାକର ସାହାଯ୍ୟ ନିଅନ୍ତି। କିନ୍ତୁ ଜାଣିଛନ୍ତି, ଏମିତି କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହା ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ଅଧିକ ଅନୁଭୂତ ହୋଇ ନ ଥାଏ। କାରଣ ଏହିସବୁ ଖାଦ୍ୟ ଶରୀରକୁ ଉଷ୍ମ ରଖିଥାଏ। ଚାଲନ୍ତୁ ଜାଣିବା, ଶୀତ ଦିନ କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉଷ୍ମତା ମିଳିଥାଏ।

ବିନ୍‌ସ୍‌: ଶୀତଦିନେ ବିନ୍‌ସ୍‌ ଖାଇବା ସବୁଠୁ ଭଲ। ଏହା ପ୍ରୋଟିନ୍‌ ଓ ଫାଇବର୍‌ର ଉତ୍ସ। ଏଥିରେ ଶରୀରକୁ ଉଷ୍ମ ରଖିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଯଥା; କ୍ୟାଲ୍‌ସିଅମ୍‌, ଆଇରନ୍, ପଟାସିୟମ୍‌, ଜିଙ୍କ୍‌ ଓ ଫସ୍‌ଫରସ୍‌ ଆଦି ଭରପୂର ରହିଛି।

ଫଳ ରସ: ଥଣ୍ଡା ଦିନେ ଫଳ ରସ ପିଇବା ନିତାନ୍ତ ଆବଶ୍ୟକ। କମଳା, ଅଙ୍ଗୁର ଓ ଲେମ୍ବୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ। କାରଣ ଏହି ସବୁ ଫଳରେ ଭିଟାମିନ୍‌ ଭରପୁର ଥାଏ।

ଡାଲି: ଥଣ୍ଡା ଦିନେ ଡାଲି ଖାଇବା ଜରୁରୀ। ପ୍ରତିଦିନ ଭୋଜନରେ ଡାଲି ଖାଇବା ଅଭ୍ୟାସ କରନ୍ତୁ। ଡାଲିରୁ ଶରୀରକୁ ପ୍ରଚୁର ପରିମାଣର ପୋଷକତତ୍ତ୍ୱ ମିଳିଥାଏ।

ଅଣ୍ଡା: ଥଣ୍ଡାରେ ନିୟମିତ ଅଣ୍ଡା ଖାଇବା ଉଚିତ୍‌। ଅଣ୍ଡା ହେଉଛି ଭିଟାମିନ୍‌ର ଉତ୍ସ। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟାସିୟମ୍‌, ସେଲିନିୟମ୍‌, ଫ୍ୟାଟିଏସିଡ୍‌ ଓ ପ୍ରୋଟିନ୍‌ ଆଦି ଭରପୂର ରହିଛି।

ପନି ପରିବା: ଶୀତ ଦିନେ ଅଧିକ ପରିମାଣର ପନି ପରିବା ଖାଆନ୍ତୁ। ଏଥିରେ ଭିଟାମିନ୍‌ ସି', ଏ' ଓ କେ' ରହିଛି। ଏହା ସହ ଏଥିରୁ ଫଲେଟ୍, ଓମେଗା-୩ ଏସ୍‌ ଓ ମିନେରାଲ୍ସ ମିଳେ। ଥଣ୍ଡା ଦିନେ ପାଳଙ୍ଗ ଭଳି ଶାଗ ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।

ମଶ୍‌ରୁମ୍‌: ମଶ୍‌ରୁମ୍‌ରେ ଅଧିକ ମାତ୍ରାରେ ଭିଟାମିନ୍‌ ଥାଏ। ସେଥିପାଇଁ ଶୀତ ଦିନେ ମଶ୍‌ରୁମ୍‌ ଖାଇବା ନିହାତି ଦରକାର। ଏଥିରେ ସେଲେନିୟମ୍‌ ପ୍ରଚୁର ପରିମାଣରେ ରହିଛି।

ଡ୍ରାଏ ଫ୍ରୁଟ୍‌ସ୍‌: ଡାକ୍ତରମାନେ ଥଣ୍ଡା ଦିନେ ଡ୍ରାଏ ଫ୍ରୁଟ୍‌ସ୍‌ ଖାଇବାକୁ ପରାମର୍ଶ ଦେଇଥା'ନ୍ତି। କାରଣ ଏଥିରେ ଭିଟାମିନ୍ ଇ' , ବି' କମ୍ପ୍ଲେକ୍ସ, omega3s, ମ୍ୟାଗ୍ନେସିୟମ୍, କପର୍, ଜିଙ୍କ୍‌, କ୍ୟାଲ୍‌ସିୟମ୍, ସେଲେନିୟମ୍‌ ଓ ପ୍ରୋଟିନ୍‌ ରହିଛି।

କନ୍ଦମୂଳ: ଶୀତ ଦିନେ କନ୍ଦମୂଳ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ। ଏଥିରୁ ପ୍ରଚୁର ପରିମାଣର ଭିଟାମିନ୍‌ ସି', ଏ', ସୋଡ଼ିୟମ, ପଟାସିୟମ୍, କ୍ୟାଲସିୟମ୍ ଓ ଫାଇବର୍‌ ମିଳିଥାଏ।

ଆଳୁ: ଆଳୁରେ ଶରୀରକୁ ଗରମ ରଖିବାର କ୍ଷମତା ରହିଛି। ଏଥିରେ ଭିଟାମିନ୍‌ ସି', ବି'-୬, ପଲେଟ ଓ ଫାଇବର୍‌ ରହିଛି। ଆଳୁ ଖାଇଲେ ଶରୀରକୁ ଅତ୍ୟଧିକ ଥଣ୍ଡା ହୋଇ ନ ଥାଏ।

କଖାରୁ: ଥଣ୍ଡା ଦିନେ ଯେମିତି ହେଲେ କଖାରୁ ଖାଆନ୍ତୁ। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍, ଫଲେଟ୍, ଫାଇବର୍ ଓ ଭିଟାମିନ୍ ଓ', ବି'-୬, ସି' ଓ କେ' ଭରପୂର ରହିଛି। ଶୀତ ଦିନେ ଶରୀର ପାଇଁ ଏ ସବୁ ଖୁବ୍‌ ଉପାଦେୟ।

Related story