Advertisment

ଏହି ସବୁ ଖାଦ୍ୟ ଶରୀରରେ ରୋଗ ପ୍ରତିିରୋଧକ ଶକ୍ତି ବଢ଼ାଇଥାଏ...

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନ ଥିଲେ ଅତି ସହଜରେ ଭୂତାଣୁ ଆମକୁ ସଂକ୍ରମିତ କରିପାରେ। ବର୍ତ୍ତମାନ ସାରା ଦୁନିଆରେ କରୋନା ଭୂତାଣୁର ଦାଉ କାହାକୁ ବା ଅଜଣା। ଏଭଳି ସ୍ଥିତିରେ ବିଶେଷଜ୍ଞଙ୍କ ମତାନୁଯାୟୀ, ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ରହିଛି  ସେମାନଙ୍କୁ କୌଣସି ଭୂତାଣୁ ସହଜରେ ସଂକ୍ରମିତ କରିପାରେ ନାହିଁ। ତେବେ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଖାଇଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆସନ୍ତୁ ଜାଣିବା…   […]

ଅଦ୍ୟତନ ହୋଇଛି
ଏହି ସବୁ ଖାଦ୍ୟ ଶରୀରରେ ରୋଗ ପ୍ରତିିରୋଧକ ଶକ୍ତି ବଢ଼ାଇଥାଏ...

healthy life

Advertisment

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନ ଥିଲେ ଅତି ସହଜରେ ଭୂତାଣୁ ଆମକୁ ସଂକ୍ରମିତ କରିପାରେ। ବର୍ତ୍ତମାନ ସାରା ଦୁନିଆରେ କରୋନା ଭୂତାଣୁର ଦାଉ କାହାକୁ ବା ଅଜଣା। ଏଭଳି ସ୍ଥିତିରେ ବିଶେଷଜ୍ଞଙ୍କ ମତାନୁଯାୟୀ, ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ରହିଛି  ସେମାନଙ୍କୁ କୌଣସି ଭୂତାଣୁ ସହଜରେ ସଂକ୍ରମିତ କରିପାରେ ନାହିଁ। ତେବେ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଖାଇଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

Advertisment

ଆସନ୍ତୁ ଜାଣିବା...

  • ଖଟା ଫଳ

citric foods

ସାଧାରଣତଃ ଡାକ୍ତର ରୋଗୀଙ୍କୁ ଖଟା ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। କାରଣ ଖଟା ଫଳରେ ଭିଟାମିନ-ସି ରହିଥାଏ। ଯେପରି କମଳା, ଅଙ୍ଗୁର, ଲେମ୍ୱୁ ଆଦିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ରହିଥିବାରୁ ନିୟମିତ ଭାବେ ଏହି ସବୁ ଫଳ ଆମ ଖାଦ୍ୟରେ ସାମିଲ କରିବା ଉଚିତ୍।

  • ନାଲି କ୍ୟାପସିକମ୍

Red Capsicum

ଖଟା ଫଳ ତୁଳନାରେ ନାଲି କ୍ୟାପସିକମରେ ଦୁଇଗୁଣା ଅଧିକ ଭିଟାମିନ୍-ସି ରହିଥାଏ। ଏଥିରେ ପ୍ରଚୁର ବେଟା କେରାଟିନ୍ ମଧ୍ୟ ରହିଛି, ଯାହା ଚକ୍ଷୁ ଜନିତ ସମସ୍ୟା ଦୂର କରିଥାଏ। ସେହିଭଳି ଭିଟାମିନ୍-ସି ରୋଗ ପ୍ରତିରୋଧକ ଶକ୍ତି ବ୍ୟତୀତ ତ୍ୱଚା ଜନିତ ସମସ୍ୟାର ମଧ୍ୟ ସମାଧାନ କରିଥାଏ।

Advertisment
  • ବ୍ରୋକଲି

brocoli

ବ୍ରୋକଲି ଖାଲି ଦେଖିବାକୁ ସୁନ୍ଦର ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍- ଏ, ସି ଏବଂ ଇ ସମେତ ଭରପୂର ଆଣ୍ଟି ଅକ୍ସିଡେଣ୍ଟ ଏବଂ ଫାଇବର ମଧ୍ୟ ରହିଛି। ପନିପରିବା ମଧ୍ୟରେ ସବୁଠାରୁ ସ୍ୱାସ୍ଥ୍ୟପୋଯୋଗୀ ପରିବା ହେଉଛି ବ୍ରୋକଲି, ଯେଉଁଥିରେ ବହୁ ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମହଜୁଦ ରହିଛି।

  • ଅଦା

Ginger

ଅଦାରେ ଅନେକ ପ୍ରକାର ଆଣ୍ଟି ଭାଇରାଲ ଗୁଣବତ୍ତା ରହିଛି। ଏଣୁ ନିୟମିତ ଭାବେ ଅଦାକୁ ନିଜ ଖାଦ୍ୟ ତଥା ପାନୀୟରେ ସାମିଲ କରିବା ଉଚିତ। ତେବେ ପାନମଧୁରୀ ବା ମହୁ ସହ ଏହା ମିଶାଇ ଖାଇଲେ ଅଧିକ ଫଳପ୍ରଦ ପରିଣାମ ମିଳିଥାଏ। ଦିନରେ 4-5 ଥର ଅଦା ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

  • ରସୁଣ

Garlic

ଅଦା ଭଳି ରସୁଣରେ ମଧ୍ୟ ପ୍ରଚୁର ମାତ୍ରାରେ ଆଣ୍ଟି ଭାଇରାଲ ଗୁଣବତ୍ତା ରହିଛି। ଆପଣ ସୁପ୍, ସାଲାଡ୍ ଅଥବା ତରକାରୀରେ ଏହାକୁ ଖାଇପାରିବେ। ଏହାଛଡ଼ା ରସୁଣକୁ ଲୋକେ କଞ୍ଚା ଖାଇବା ମଧ୍ୟ ପସନ୍ଦ କରିଥାନ୍ତି। ତେବେ ଗୋଟିଏ ଚାମଚ ମହୁ ସାଙ୍ଗେ ରସୁଣ ମିଶାଇ ଖାଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ସାହାଯ୍ୟ କରେ।

  • ତୁଳସୀ

tulsi

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସବୁଠାରୁ ଉପଯୋଗୀ ହେଉଛି ତୁଳସୀ। ପ୍ରତିଦିନ ସକାଳେ ତୁଳସୀ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। 3-4ଟି ଗୋଲମରିଚ, ଗୋଟିଏ ଚାମଚ ମହୁ ଏବଂ ତୁଳସୀ ନିୟମିତ ସେବନ କଲେ ଭୂତାଣୁ ସହ ଲଢ଼ିବାକୁ ଆପଣଙ୍କ ଶରୀର ଶକ୍ତି ପାଇ ପାରିବ। ଏଣୁ ନିୟମିତ ତୁଳସୀ ଖାଆନ୍ତୁ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe