Advertisment

ଚାରୋଟି ରାଶିର ଲୋକେ ନିଜ ଦୁଃଖକୁ ପ୍ରକାଶ କରନ୍ତି ନାହିଁ; ଆପଣ ବି ଅଛନ୍ତି କି ଏଥିରେ?

ସ୍ଥିତି ସବୁବେଳେ ସମସ୍ତଙ୍କ ପାଇଁ ଅନୁକୂଳ ରହେ ନାହିଁ। ପ୍ରତିକୂଳ ପରିସ୍ଥିତି ଆସିଲେ ଅଧିକାଂଶ ଲୋକ ଭାଙ୍ଗି ପଡ଼ନ୍ତି। ସେ ସମୟରେ ସେମାନଙ୍କ ମନର ଭାବନା ସହଜରେ ଜାଣି ହୁଏ। ସେମାନେ ନିଜ ଦୁଃଖକୁ ପ୍ରକାଶ କରି ଦିଅନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଦୁଃଖୀ ବୋଲି ଆପଣ ଜାଣିପାରିବେ ନାହିଁ। ସେମାନେ ନିଜ ଦୁଃଖକୁ ବାହାରକୁ ପ୍ରକାଶ କରନ୍ତି ନାହିଁ। ସ୍ଥିତି ଯେତେ ପ୍ରତିକୂଳ ହୋଇଥିଲେ ହେଁ ସେମାନେ ନିଜକୁ ନିୟନ୍ତ୍ରଣ କରି […]

ଅଦ୍ୟତନ ହୋଇଛି
ଚାରୋଟି ରାଶିର ଲୋକେ ନିଜ ଦୁଃଖକୁ ପ୍ରକାଶ କରନ୍ତି ନାହିଁ; ଆପଣ ବି ଅଛନ୍ତି କି ଏଥିରେ?
Advertisment

ସ୍ଥିତି ସବୁବେଳେ ସମସ୍ତଙ୍କ ପାଇଁ ଅନୁକୂଳ ରହେ ନାହିଁ। ପ୍ରତିକୂଳ ପରିସ୍ଥିତି ଆସିଲେ ଅଧିକାଂଶ ଲୋକ ଭାଙ୍ଗି ପଡ଼ନ୍ତି। ସେ ସମୟରେ ସେମାନଙ୍କ ମନର ଭାବନା ସହଜରେ ଜାଣି ହୁଏ। ସେମାନେ ନିଜ ଦୁଃଖକୁ ପ୍ରକାଶ କରି ଦିଅନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଦୁଃଖୀ ବୋଲି ଆପଣ ଜାଣିପାରିବେ ନାହିଁ। ସେମାନେ ନିଜ ଦୁଃଖକୁ ବାହାରକୁ ପ୍ରକାଶ କରନ୍ତି ନାହିଁ। ସ୍ଥିତି ଯେତେ ପ୍ରତିକୂଳ ହୋଇଥିଲେ ହେଁ ସେମାନେ ନିଜକୁ ନିୟନ୍ତ୍ରଣ କରି ନିଅନ୍ତି।  ଆପଣ ଜାଣିପାରିବେ ନାହିଁ ଯେ ବାସ୍ତବରେ ସେମାନେ କଠିନ ସ୍ଥିତି ଦେଇ ଗତି କରୁଛନ୍ତି। ତେବେ ରାଶି ଅନୁସାରେ ଆପଣ ଏଭଳି ଲୋକଙ୍କୁ ଚିହ୍ନି ପାରିବେ। ଚାରୋଟି ରାଶିର ଲୋକେ ନିଜ ଦୁଃଖକୁ ପରିପ୍ରକାଶ କରନ୍ତି ନାହିଁ। ଏମାନଙ୍କ ମନରେ ଦୁଃଖ ଥିଲେ ବି ମୁହଁରେ ଥାଏ ହସ। ତା’ହେଲେ ଆସନ୍ତୁ ଜାଣିବା ଏହି ଚାରୋଟି ରାଶିକୁ।

Advertisment

cancer

କର୍କଟ: ଏହି ତାଲିକାରେ ସବୁଠୁ ଆଗରେ ରହିଛି କର୍କଟ ରାଶି। ଏହି ରାଶିର ଲୋକେ ନିଜ ଦୁଃଖକୁ ଲୁଚାଇ ରଖନ୍ତି। ଏମାନେ ଭାରି ଭାବୁକ ଓ ସମ୍ବେଦନଶୀଳ ହୋଇଥାଆନ୍ତି। ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି। ଏମାନେ ଯେଉଁମାନଙ୍କୁ ଭଲ ପାଆନ୍ତି ସେମାନଙ୍କୁ ଦୁଃଖୀ କରିବାକୁ ଚାହାଁନ୍ତି ନାହିଁ। ସେହିଭଳି ନିଜ ଦୁଃଖ କାହାକୁ କହିବାକୁ ଚାହାଁନ୍ତି ନାହିଁ। ନିଜ ଦୁଃଖକୁ ସମସ୍ତଙ୍କ ଆଗରେ ପ୍ରକାଶ କଲେ କିଛି ଫାଇଦା ନୁହେଁ ବୋଲି ଏମାନେ ମନେ କରନ୍ତି।

କନ୍ୟା: ଏହି ରାଶିର ଲୋକେ ନିଜକୁ ନେଇ ଭାରି ଜାଗୃତ। ଏମାନେ ସବୁ ବେଳେ ନିଜକୁ ଲୁଚାଇ ରଖିବାକୁ ପସନ୍ଦ କରନ୍ତି। ଏମାନେ ଅବସାଦରେ ଥାଆନ୍ତୁ ଅବା ଖୁସିରେ, ବାହାରୁ ଦେଖି ଆପଣ କିଛି ଅନ୍ଦାଜ ଲଗାଇ ପାରିବେ ନାହିଁ।

Advertisment

ବିଛା: ଏମାନେ ବହୁତ ସାମାଜିକ। ସମସ୍ତଙ୍କ ସହିତ ମିଳାମିଶା କରନ୍ତି। କିନ୍ତୁ ଏମାନଙ୍କ ବିଶ୍ୱାସ ଜିତିବା ଭାରି କଷ୍ଟ। ଏମାନେ ନିଜର ଦୁଃଖ ଅବା ସୁଖକୁ ସହଜରେ ଅନ୍ୟମାନଙ୍କ ସହ ବାଣ୍ଟନ୍ତି ନାହିଁ। ଏମାନଙ୍କ ସ୍ଥିତି ସଂପର୍କରେ ଆପଣ ସହଜରେ କିଛି ଅନ୍ଦାଜ ଲଗାଇ ପାରିବେ ନାହିଁ।

କୁମ୍ଭ: ଏମାନେ ସ୍ଥିତିକୁ ଗମ୍ଭୀରତାର ସହିତ ନିଅନ୍ତି। ନିଜ ସମସ୍ୟାକୁ ଦୁନିଆ ସାମ୍ନାକୁ ଆଣିଲେ କିଛି ଲାଭ ନାହିଁ ବୋଲି ଏମାନେ ମନେ କରନ୍ତି। ତେଣୁ ନିଜ ଭାବନାକୁ ଏମାନେ ପ୍ରକାଶ କରନ୍ତି ନାହିଁ। ଯେପର୍ଯ୍ୟନ୍ତ ଏମାନେ ନିଜେ କିଛି କହିବେ ନାହିଁ ଆପଣ ଏମାନଙ୍କର ମନର ଅବସ୍ଥା ସଂପର୍କରେ କିଛି ଜାଣିପାରିବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe