/odisha-reporter/media/post_attachments/uploads/2020/02/f1-1.jpg)
f1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ବିଭିନ୍ନ ପ୍ରକାର ଦେଖା ଯାଉଥିବା ରୋଗ ମଧ୍ୟରେ ଡାଇବେଟିସ ବା ମଧୁମେହ ବର୍ତ୍ତମାନ ସମୟରେ ଏକ ଲୋକଙ୍କ ପାଇଁ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି।
ଡାଇବେଟିସ୍ରେ ପୀଡ଼ିତ ରୋଗୀଙ୍କୁ ହାର୍ଟ ଆଟାକ୍ ହେବାର ଆଶଙ୍କା ମଧ୍ୟ ରହିଥାଏ। ତେଣୁ ଡାଇବେଟିସ୍ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦିଷ୍ଟ ନୁହେଁ, ଦୈନନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏଥିପାଇଁ ଖାଦ୍ୟରେ କମଳା, ନାସପାତି, ଅଙ୍ଗୁର, ପିଜୁଳ ଓ ସେଓ ପରି ଫଳ ଖାଇବା ଅଭ୍ୟାସ କରନ୍ତି। ଆସନ୍ତୁ ଜାଣିବା ଏସବୁ ଫଳ ଖାଇବା ଦ୍ୱାରା ଡାଇବେଟିସ୍ ରୋଗୀଙ୍କୁ କେଉଁସବୁ ଲାଭ ମିଳିଥାଏ।
କମଳା : କମଳାରେ ଭିଟାମିନ୍ ‘ସି’ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହାକୁ ଖାଇଲେ ଶରୀରରେ ବ୍ଲଡ ପ୍ରେସର ଓ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ। କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ଲାବୋନୋଏଡ୍ ସ୍ମୃତିଶକ୍ତିକୁ ପ୍ରଖର କରିବା ସହିତ ନିଦ୍ରାଜନିତ ସମସ୍ୟା ଦୂର କରିଥାଏ।
/odisha-reporter/media/post_attachments/wp-content/uploads/2020/02/d3.jpg)
ନାସପାତି : ତ୍ୱଚା ପାଇଁ ନାସପାତି ଖୁବ୍ ଭଲ। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁସ୍ଥ ରହିବା ଡାଇବେଟିସ୍ ନିୟନ୍ତ୍ରଣରେ ରହିଥାଏ। ନାସପାତି ଫ୍ୟାଟ୍ , କୋଲେଷ୍ଟରଲ୍ ଓ ସୋଡ଼ିୟମ୍ ଫ୍ରି ତତ୍ତ୍ୱ ରହିଛି। ଏହାସହିତ ଏଥିରେ ଭିଟାମିନ୍ ସି, ମ୍ୟାଗ୍ନନେସିୟମ୍, କପୋର୍ ଓ ପୋଟାସିୟମ୍ ଭରପୁର ମାତ୍ରାରେ ରହିଛି।
/odisha-reporter/media/post_attachments/wp-content/uploads/2020/02/f2-1.jpg)
ପିଜୁଳି : ଏଥିରେ ଭିଟାମିନ୍ ସି, ପୋଟାସିୟମ ଓ ସୋଡିୟମ୍ର ଗୁଣ ରହିଥିବାରୁ ପିଜୁଳି ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ମୋଟା ଲୋକମାନେ ଅଧିକ ଟାଇପ୍-୨ ଡାଇବେଟିସ୍ ରୋଗୀର ଶିକାର ହୋଇଥା’ନ୍ତି। ଏଥିପାଇଁ ଏହି ପ୍ରକାର ଡାଇବେଟିସ୍ ରୋଗୀ ନିଜ ଡାଏଟ୍ରେ ନିଶ୍ଚୟ ପିଜୁଳିକୁ ସାମିଲ କରନ୍ତୁ।
/odisha-reporter/media/post_attachments/wp-content/uploads/2020/02/f444.jpg)
ସେଓ : ଏଥିରେ ମଧ୍ୟ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହଥାଏ। ଫଳରେ ଏହା ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏା ସେଓରେ ଭିଟାମିନ୍ ସି, ଭିଟାମିନ୍ ବି୬ ସହିତ ପୋଟାସିୟମ୍, ଫସ୍ଫରସ୍, ମାଙ୍ଗାନିଜ୍ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ରହିବା ସହିତ କ୍ୟାନସର୍ ବିରୋଧୀ ଗୁଣ ବି ରହିଛି।
/odisha-reporter/media/post_attachments/wp-content/uploads/2020/02/apple.jpg)
ଅଙ୍ଗୁର : ଅଙ୍ଗୁର ଖାଇଲେ ଡାଇବେଟିସ ନିୟନ୍ତ୍ରିତ ରହିଥାଏ। ଏଥି ସହିତ ଏଥିରେ ଥିବା ଭିଟାମିନ୍ କେ ହାଡ଼କୁ ମଜବୁତ୍ କରିଥାଏ ଏବଂ ପୋଟାସିୟମ୍ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିଥାଏ।
/odisha-reporter/media/post_attachments/wp-content/uploads/2020/02/d4.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
