Advertisment

ଶୀତଦିନେ ଖାଆନ୍ତୁ ଏହିସବୁ ଫଳ: ଛୁଇଁବନି ରୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଯୋଗୁଁ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରୋଗ ପ୍ରତିରୋଧକ ଶକ୍ତି।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶୀତଦିନେ ଫ୍ଲୁ କିମ୍ବା ସଂକ୍ରମଣ ବିସ୍ତାର ହେବା ସାଧାରଣ କଥା, ତେଣୁ ଏହି ସମୟରେ କରୋନା ରୋଗ ମଧ୍ୟ ବଢ଼ିପାରେ। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଅଧିକାଂଶ ଲୋକ ଏହି ସମୟରେ କାଢ଼ା, ଜୁସ୍ କିମ୍ବା ଗ୍ରୀନ୍ ଟି ପିଉଛନ୍ତି। ହେଲେ […]

ଅଦ୍ୟତନ ହୋଇଛି
ଶୀତଦିନେ ଖାଆନ୍ତୁ ଏହିସବୁ ଫଳ: ଛୁଇଁବନି ରୋଗ

fruits

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଯୋଗୁଁ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରୋଗ ପ୍ରତିରୋଧକ ଶକ୍ତି।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶୀତଦିନେ ଫ୍ଲୁ କିମ୍ବା ସଂକ୍ରମଣ ବିସ୍ତାର ହେବା ସାଧାରଣ କଥା, ତେଣୁ ଏହି ସମୟରେ କରୋନା ରୋଗ ମଧ୍ୟ ବଢ଼ିପାରେ।

Advertisment

ସଂକ୍ରମଣରୁ ଦୂରେଇ ରହିବା ପାଇଁ ଅଧିକାଂଶ ଲୋକ ଏହି ସମୟରେ କାଢ଼ା, ଜୁସ୍ କିମ୍ବା ଗ୍ରୀନ୍ ଟି ପିଉଛନ୍ତି। ହେଲେ ଆପଣ ଜାଣନ୍ତି, ଶୀତ ଦିନରେ ଏହିପରି ଅନେକ ଫଳ ମଧ୍ୟ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଯାହା କି ଶରୀରରେ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ।  ଆସନ୍ତୁ ଜାଣିବା ଏହି ଫଳଗୁଡ଼ିକ କ’ଣ।

publive-imageପିଜୁଳି- ପିଜୁଳିକୁ ଶୀତର ପ୍ରିୟ ଫଳ ବୋଲି କୁହାଯାଏ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ। ଯାହାକି ଶରୀରରେ ସଂକ୍ରମଣ ସହିତ ଲଢ଼େ ଏବଂ କୋଷକୁ କୌଣସି ପ୍ରକାରର କ୍ଷତି ହେବାକୁ ଦିଏ ନାହିଁ। ପିଜୁଳିରେ ଫାଇବରରେ ମଧ୍ୟ ଅଧିକ ପରିମାଣରେ ମିଳିଥାଏ ଯାହା ହୃଦୟ ଏବଂ ବ୍ଲଡ ସୁଗାର୍ ପାଇଁ ଭଲ।

Advertisment

publive-imageନାଶପାତି- ଶୀତ ଦିନେ ବଜାରରେ ଭଲ ନାଶପାତି ମିଳେ। ଏହା ଖାଇବାରେ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ଏହା ଅନ୍ତନଳୀ ପାଇଁ ବହୁତ ଭଲ। ନାଶପାତିରେ ଭିଟାମିନ୍ ଇ ଏବଂ ସି ଭଳି ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ।

publive-imageକମଳା- କମଳା ଖାଇବାକୁ ଯେତେ ଭଲ ଶରୀର ପାଇଁ ତା’ଠୁ ଅଧିକ ଉପକାରୀ। ଏଥିରେ ଭିଟାମିନ୍ ସି ଏବଂ କ୍ୟାଲସିୟମ ଭରପୂର ପରିମାଣରେ ରହିଥାଏ। ଏହା ସଂକ୍ରମଣର ବିପଦକୁ କମ୍ କରିଥାଏ ଏବଂ ଶରୀରକୁ ଭିତରୁ ଶକ୍ତିଶାଳୀ କରିଥାଏ।  ଯଦି ଆପଣ କମଳା ପସନ୍ଦ କରନ୍ତି, ତେବେ ସକାଳେ ଏହାର ଜୁସ୍ ପିଅନ୍ତୁ ଭଲ ଫଳ ମିଳିବ।

publive-imageସେଓ- ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ।  ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ କରିଥାଏ ଏବଂ ଶରୀରରୁ ଆସିଡିଟି ଓ ଜଳାପୋଡ଼ା ଭଳି ସମସ୍ୟା ଦୂର କରିଥାଏ। ସେଓରେ ପେକ୍ଟିନ୍, ଫାଇବର, ଭିଟାମିନ୍ ସି ଏବଂ ଭିଟାମିନ୍ କେ ମିଳିଥାଏ। ସେଓ ଏକ ପୁଷ୍ଟିକର ଖାଦ୍ୟରେ ଗଣା ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରେ।

publive-imageମୌସମ୍ବି- ଏହା ଏକ ଖଟା ଫଳ ଯାହା ଭିଟାମିନ୍ ସି ରେ ପରିପୂର୍ଣ୍ଣ। କରୋନା ସମୟରେ ଏହାକୁ ଖାଇଲେ ବେଶ୍ ଭଲ ଫଳ ମିଳିବ। କାରଣ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଖୁବ୍ ଶୀଘ୍ର ବଢ଼ାଇଥାଏ। ଏଥିରେ ଥିବା ଫାଇବର ମଧ୍ୟ ଶରୀରର ଅନେକ ଉପକାର କରିଥାଏ। ତେଣୁ ପ୍ରତ୍ୟେକ ଦିନ ମୌସମ୍ବି ଜୁସ୍ କରି ବିନା ଛାଣି ପିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe