Advertisment

ଶରୀର ଦେଇଥାଏ ଶୁଭ, ଅଶୁଭର ସଙ୍କେତ! ଜାଣନ୍ତୁ କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳେ

କୌଣସି ଅଘଟଣ ଘଟିବା ପୂର୍ବରୁ ଲୋକେ କିଛି ସଙ୍କେତ ପାଇଥାନ୍ତି। ଜୀବଜନ୍ତୁଙ୍କଠାରୁ ହେଉ କି ଜଳବାୟୁରୁ ସଙ୍କେତ ମିଳିଥାଏ। ତେବେ ଆମ ଶରୀର ମଧ୍ୟ ଭଲ ମନ୍ଦର ପୂର୍ବ ସଙ୍କେତ ଦେଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ବିଷଦ ଭାବେ ଉଲ୍ଲେଖ ରହିଛି। ଆମ ଶରୀରର ବିଭିନ୍ନ ଅଙ୍ଗ ବେଳେ ବେଳେ ଧକ୍‌ ଧକ୍‌ ହୋଇ ଥରି ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀର ଏପରି ଥରିବା ଆମ ସହ ଆଗକୁ କିଛି ଶୁଭ କିମ୍ବା ଅଶୁଭ ଘଟିବାକୁ […]

ଅଦ୍ୟତନ ହୋଇଛି
ଶରୀର ଦେଇଥାଏ ଶୁଭ, ଅଶୁଭର ସଙ୍କେତ! ଜାଣନ୍ତୁ କେଉଁ ଅଙ୍ଗ ଥରିଲେ କଣ ସଙ୍କେତ ମିଳେ

hand

Advertisment

କୌଣସି ଅଘଟଣ ଘଟିବା ପୂର୍ବରୁ ଲୋକେ କିଛି ସଙ୍କେତ ପାଇଥାନ୍ତି। ଜୀବଜନ୍ତୁଙ୍କଠାରୁ ହେଉ କି ଜଳବାୟୁରୁ ସଙ୍କେତ ମିଳିଥାଏ। ତେବେ ଆମ ଶରୀର ମଧ୍ୟ ଭଲ ମନ୍ଦର ପୂର୍ବ ସଙ୍କେତ ଦେଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ବିଷଦ ଭାବେ ଉଲ୍ଲେଖ ରହିଛି।

Advertisment

ଆମ ଶରୀରର ବିଭିନ୍ନ ଅଙ୍ଗ ବେଳେ ବେଳେ ଧକ୍‌ ଧକ୍‌ ହୋଇ ଥରି ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀର ଏପରି ଥରିବା ଆମ ସହ ଆଗକୁ କିଛି ଶୁଭ କିମ୍ବା ଅଶୁଭ ଘଟିବାକୁ ଯାଉଥିବାର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ଏପରି କିଛି ସଙ୍କେତ ବିଷୟରେ ଯାହା ଦ୍ୱାରା ଆମେ ଆଗକୁ କିଛି ଭଲ ହେବାର ପୂର୍ବାନୁମାନ କରିପାରିବା।

ମୁଣ୍ଡ ଧକ୍‌ ଧକ୍‌ ହେବା: ଯଦି ଆପଙ୍କ ମୁଣ୍ଡ ବାରମ୍ବାର ଧକ୍‌ ଧକ୍‌ ହେଉଛି, ତେବେ ଜାଣି ନିଅନ୍ତୁ ଜମିବାଡ଼ିରୁ କିଛି ଲାଭ ପାଇବେ। ଅର୍ଥାତ ନୂଆ ଜମି କିଣିବେ ଅଥବା ଲାଗି ରହିଥିବା ଜମିଜମା ସମସ୍ୟା ଦୂର ହୋଇଯିବ।

Advertisment

କପାଳ ଧକ୍‌ ଧକ୍‌ ହେବା: କପାଳ ଧକ୍‌ ଧକ୍‌ ହେଉଥିଲେ ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ। ଅର୍ଥାତ କର୍ମକ୍ଷେତ୍ରରେ ଆପଣଙ୍କ ମାନ ସମ୍ମାନ ବଢ଼ିବ ଅଥବା ଚାକିରିରେ ପଦୋନ୍ନତି ପାଇବେ।

ହାତ ଧକ୍‌ ଧକ୍‌ ହେବା: ବହୁ ସମୟରେ ହାତ ଜୋରେ ଧକ୍‌ ଧକ୍‌ ହୋଇଥାଏ। ଯଦି ଏପରି ହେବ ତେବେ ଜାଣି ନିଅନ୍ତୁ ଆପଣ କେଉଁଠୁ ଧନଲାଭ କରିବେ।

ଛାତି ଧକ୍‌ ଧକ୍‌ ହେବା: ଛାତି ଧକ୍‌ ଧକ୍‌ ହେବା ବୀରତ୍ୱର ପ୍ରତୀକ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଯଦି ଆପଣଙ୍କ ଛାତି ଧକ୍‌ ଧକ୍‌ ହୁଏ, ତେବେ ଜାଣି ରଖନ୍ତୁ କୌଣସି କାମରେ ଆପଣଙ୍କ ବିଜୟ ଘଟିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe