Advertisment

ବିବାହ ସଫଳ କରିବାର ମୂଳ ମନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହକୁ ନେଇ ସାଧାରଣତଃ ଯୁବତୀଙ୍କ ମନରେ ନାନା ଅସମାହିତ ପ୍ରଶ୍ନ ଥାଏ। ଏ ବିଷୟରେ ସେମାନେ କାହା ସହ ଖୋଲାଖୋଲି ଭାବେ ଆଲୋଚନା କରି ପାରନ୍ତି ନାହିଁ କି, ଏହାର ଉତ୍ତର ମଧ୍ୟ ଖୋଜି ପାଆନ୍ତି ନାହିଁ। ଜୀବନସାଥୀ ହେବାକୁ ଯାଉଥିବା ଯୁବକଙ୍କ ଚରିତ୍ର କ’ଣ, ବ୍ୟବହାର କିପରି ହେବ, ଉଭୟ ପରସ୍ପରକୁ ସମ୍ମାନ ଦେବେ କି ନାହିଁ, ସେ ସବୁ ପ୍ରଶ୍ନର ସମାଧାନ ବାଟ ଖୋଜି ପାଇବା କଷ୍ଟକର ହୋଇପଡ଼େ। ଆଜି ଏପରି […]

author-image
Rosalin Rath
ଅଦ୍ୟତନ ହୋଇଛି
ବିବାହ ସଫଳ କରିବାର ମୂଳ ମନ୍ତ୍ର

33

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହକୁ ନେଇ ସାଧାରଣତଃ ଯୁବତୀଙ୍କ ମନରେ ନାନା ଅସମାହିତ ପ୍ରଶ୍ନ ଥାଏ। ଏ ବିଷୟରେ ସେମାନେ କାହା ସହ ଖୋଲାଖୋଲି ଭାବେ ଆଲୋଚନା କରି ପାରନ୍ତି ନାହିଁ କି, ଏହାର ଉତ୍ତର ମଧ୍ୟ ଖୋଜି ପାଆନ୍ତି ନାହିଁ। ଜୀବନସାଥୀ ହେବାକୁ ଯାଉଥିବା

Advertisment

ଯୁବକଙ୍କ ଚରିତ୍ର କ’ଣ, ବ୍ୟବହାର କିପରି ହେବ, ଉଭୟ ପରସ୍ପରକୁ ସମ୍ମାନ ଦେବେ କି ନାହିଁ, ସେ ସବୁ ପ୍ରଶ୍ନର ସମାଧାନ ବାଟ ଖୋଜି ପାଇବା କଷ୍ଟକର ହୋଇପଡ଼େ। ଆଜି ଏପରି କିଛି ପ୍ରଶ୍ନ ବିଷୟରେ ଜାଣିବା ଯାହାକି ଆପଣଙ୍କ ବୈବାହିକ ଜୀବନକୁ ଖୁସିରେ ଭରି ଦେବ।

publive-image

ଦାୟିତ୍ୱବୋଧ

ବିବାହ ପୂର୍ବରୁ ଆକାଶର ଖୋଲା ବିହଙ୍ଗ ପରି ବୁଲୁଥିବା ଜଣେ ଯୁବତୀ ଉପରକୁ ବିବାହ ପରେ ପୁରା ପରିବାରର ବୋଝ ଆସିଯାଏ। ଶାଶୁ ଘରର ସମସ୍ତ ସଦସ୍ୟଙ୍କ ମନ ନେଇ ଚଳିବା, ସ୍ୱାମୀଙ୍କ କଥା, ବୁଝିବା, ଛୁଆପିଲା ହେଲେ ତାଙ୍କ ଦାୟିତ୍ୱ ନେବା ଆଦି।

Advertisment

publive-image0

ଏହା ଭିତରେ କେବେ ଜଣେ ଯୁବତୀ ପରିଣତ ବୟସରେ କେବେ ପହଞ୍ଚିଯାଏ ତାହା ଜଣାପଡ଼େନି। ହେଲେ ଯୁବତୀଜଣକ ଯଦି ଏହାକୁ ବୋଝ ନ ଭାବି ଖୁସିରେ ଦାୟିତ୍ୱ ତୁଲାଇ ଦିଏ , ତେବେ ସେ ଶାଶୁ ଘରେ ସମସ୍ତଙ୍କ ପ୍ରିୟପାତ୍ର ପାଲଟିଯାଏ।

publive-image

ଆପୋଷ ବୁଝାମଣା

ବିବାହ ପୂର୍ବରୁ ଆଖପାଖରେ ଦାମ୍ପତ୍ୟ କଳହ ଦେଖିଲେ ସାଧାରଣତଃ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୁଏ। ଏହାକୁ ଦେଖି ବିବାହକୁ ନେଇ ମନରେ ଏକ ପ୍ରକାର ଡର ସୃଷ୍ଟି ହୁଏ। ହେଲେ ଏହାମାନେ ନୁହେଁ ଯେ, ସବୁ ଦମ୍ପତିଙ୍କ ମଧ୍ୟରେ କଳହ ସୃଷ୍ଟି ହୁଏ। ଆପୋଷ ବୁଝାମଣା ଓ ବିଶ୍ୱାସ ମଜଭୁତ ଥିଲେ ସମ୍ପର୍କରେ କେହି ବି ଫାଟ ସୃଷ୍ଟି କରି ପାରିବେ ନାହିଁ।

publive-image

ସୁଖଦୁଃଖରେ ସହଭାଗୀ ହେବା

ନିଜ ପର୍ସନାଲ ଲାଇଫ ସମ୍ପର୍କୀତ ଜିନିଷ କାହା ସହିତ ଏପରିକି ନିଜ ପରିବାର ଲୋକଙ୍କ ସହ ବି ଶେଆର କରିବାକୁ ବହୁ ଯୁବତୀ ପସନ୍ଦ କରନ୍ତିନି। ହେଲେ ବିବାହ ପରେ ଏପରି ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ। ସୁଖଦୁଃଖ ସବୁଥିରେ ଉଭୟ ସ୍ୱାମୀସ୍ତ୍ରୀ ସହଭାଗୀ ହୋଇଥାନ୍ତି। ତେଣୁ କେହି କାହାଠୁ କିଛି କଥା ଲୁଚାଇବା ଉଚିତ ନୁହେଁ।

publive-image

ବିଶ୍ୱାସକୁ ସୁଦୃଢ କରିବା

ବିବାହ ପୂର୍ବରୁ ବହୁ ଯୁବତୀଙ୍କର ଭୟ ଥାଏ ଯେ, ତାଙ୍କ ଜୀବନସାଥୀ ତାଙ୍କୁ ଅଧା ବାଟରେ ଛାଡ଼ି ଚାଲିଯିବେ ନାହିଁ ତ। କୁହାଯାଏ ବିବାହ ବନ୍ଧନରେ ବାନ୍ଧି ହେଲେ ଉଭୟଙ୍କ ମଧ୍ୟରେ ବିଶ୍ୱାସ ସହ ପ୍ରେମ ଓ ଭଲ ପାଇବା ବି ଭରି ରହିଥାଏ। ଏହା ଖୁସି ଦାମ୍ପତ୍ୟ ଜୀବନର ମୂଳ ମନ୍ତ୍ର।