33
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାହକୁ ନେଇ ସାଧାରଣତଃ ଯୁବତୀଙ୍କ ମନରେ ନାନା ଅସମାହିତ ପ୍ରଶ୍ନ ଥାଏ। ଏ ବିଷୟରେ ସେମାନେ କାହା ସହ ଖୋଲାଖୋଲି ଭାବେ ଆଲୋଚନା କରି ପାରନ୍ତି ନାହିଁ କି, ଏହାର ଉତ୍ତର ମଧ୍ୟ ଖୋଜି ପାଆନ୍ତି ନାହିଁ। ଜୀବନସାଥୀ ହେବାକୁ ଯାଉଥିବା
ଯୁବକଙ୍କ ଚରିତ୍ର କ’ଣ, ବ୍ୟବହାର କିପରି ହେବ, ଉଭୟ ପରସ୍ପରକୁ ସମ୍ମାନ ଦେବେ କି ନାହିଁ, ସେ ସବୁ ପ୍ରଶ୍ନର ସମାଧାନ ବାଟ ଖୋଜି ପାଇବା କଷ୍ଟକର ହୋଇପଡ଼େ। ଆଜି ଏପରି କିଛି ପ୍ରଶ୍ନ ବିଷୟରେ ଜାଣିବା ଯାହାକି ଆପଣଙ୍କ ବୈବାହିକ ଜୀବନକୁ ଖୁସିରେ ଭରି ଦେବ।
/odisha-reporter/media/post_attachments/wp-content/uploads/2019/03/11-4.jpg)
ଦାୟିତ୍ୱବୋଧ
ବିବାହ ପୂର୍ବରୁ ଆକାଶର ଖୋଲା ବିହଙ୍ଗ ପରି ବୁଲୁଥିବା ଜଣେ ଯୁବତୀ ଉପରକୁ ବିବାହ ପରେ ପୁରା ପରିବାରର ବୋଝ ଆସିଯାଏ। ଶାଶୁ ଘରର ସମସ୍ତ ସଦସ୍ୟଙ୍କ ମନ ନେଇ ଚଳିବା, ସ୍ୱାମୀଙ୍କ କଥା, ବୁଝିବା, ଛୁଆପିଲା ହେଲେ ତାଙ୍କ ଦାୟିତ୍ୱ ନେବା ଆଦି।
0
ଏହା ଭିତରେ କେବେ ଜଣେ ଯୁବତୀ ପରିଣତ ବୟସରେ କେବେ ପହଞ୍ଚିଯାଏ ତାହା ଜଣାପଡ଼େନି। ହେଲେ ଯୁବତୀଜଣକ ଯଦି ଏହାକୁ ବୋଝ ନ ଭାବି ଖୁସିରେ ଦାୟିତ୍ୱ ତୁଲାଇ ଦିଏ , ତେବେ ସେ ଶାଶୁ ଘରେ ସମସ୍ତଙ୍କ ପ୍ରିୟପାତ୍ର ପାଲଟିଯାଏ।
/odisha-reporter/media/post_attachments/wp-content/uploads/2019/03/22-3.jpg)
ଆପୋଷ ବୁଝାମଣା
ବିବାହ ପୂର୍ବରୁ ଆଖପାଖରେ ଦାମ୍ପତ୍ୟ କଳହ ଦେଖିଲେ ସାଧାରଣତଃ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୁଏ। ଏହାକୁ ଦେଖି ବିବାହକୁ ନେଇ ମନରେ ଏକ ପ୍ରକାର ଡର ସୃଷ୍ଟି ହୁଏ। ହେଲେ ଏହାମାନେ ନୁହେଁ ଯେ, ସବୁ ଦମ୍ପତିଙ୍କ ମଧ୍ୟରେ କଳହ ସୃଷ୍ଟି ହୁଏ। ଆପୋଷ ବୁଝାମଣା ଓ ବିଶ୍ୱାସ ମଜଭୁତ ଥିଲେ ସମ୍ପର୍କରେ କେହି ବି ଫାଟ ସୃଷ୍ଟି କରି ପାରିବେ ନାହିଁ।
/odisha-reporter/media/post_attachments/wp-content/uploads/2019/03/44-4.jpg)
ସୁଖଦୁଃଖରେ ସହଭାଗୀ ହେବା
ନିଜ ପର୍ସନାଲ ଲାଇଫ ସମ୍ପର୍କୀତ ଜିନିଷ କାହା ସହିତ ଏପରିକି ନିଜ ପରିବାର ଲୋକଙ୍କ ସହ ବି ଶେଆର କରିବାକୁ ବହୁ ଯୁବତୀ ପସନ୍ଦ କରନ୍ତିନି। ହେଲେ ବିବାହ ପରେ ଏପରି ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ। ସୁଖଦୁଃଖ ସବୁଥିରେ ଉଭୟ ସ୍ୱାମୀସ୍ତ୍ରୀ ସହଭାଗୀ ହୋଇଥାନ୍ତି। ତେଣୁ କେହି କାହାଠୁ କିଛି କଥା ଲୁଚାଇବା ଉଚିତ ନୁହେଁ।
/odisha-reporter/media/post_attachments/wp-content/uploads/2019/03/66-2.jpg)
ବିଶ୍ୱାସକୁ ସୁଦୃଢ କରିବା
ବିବାହ ପୂର୍ବରୁ ବହୁ ଯୁବତୀଙ୍କର ଭୟ ଥାଏ ଯେ, ତାଙ୍କ ଜୀବନସାଥୀ ତାଙ୍କୁ ଅଧା ବାଟରେ ଛାଡ଼ି ଚାଲିଯିବେ ନାହିଁ ତ। କୁହାଯାଏ ବିବାହ ବନ୍ଧନରେ ବାନ୍ଧି ହେଲେ ଉଭୟଙ୍କ ମଧ୍ୟରେ ବିଶ୍ୱାସ ସହ ପ୍ରେମ ଓ ଭଲ ପାଇବା ବି ଭରି ରହିଥାଏ। ଏହା ଖୁସି ଦାମ୍ପତ୍ୟ ଜୀବନର ମୂଳ ମନ୍ତ୍ର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/33-4.jpg)