Advertisment

ରାଶି ବି ହୋଇଥାଏ ପ୍ରେମରେ ଫାଟର କାରଣ, ଜାଣନ୍ତୁ କେମିତି?

ସବୁ ପ୍ରେମର ପ୍ରାରମ୍ଭ ଭଲ ଥାଏ। କିନ୍ତୁ ଧୀରେ ଧୀରେ ଏହା ଖଟା ହେବାକୁ ଲାଗେ। କୁହାଯାଏ ଏହା ପଛରେ ଅନେକ କାରଣ ଥାଏ। ଯେପରିକି ପରସ୍ପରର ପସନ୍ଦ ଓ ନାପସନ୍ଦକୁ ସମ୍ମାନ ନଦେବା। ତେବେ ଏହା ପଛରେ ଆଉ ଗୋଟିଏ କାରଣ ବି ରହିଛି। କୁହାଯାଏ ପ୍ରେମରେ ଫାଟ ଉପରେ ରାଶିର ବି ପ୍ରଭାବ ଥାଏ।  କାରଣ ଏହି ରାଶିଗୁଡ଼ିକର ଚରିତ୍ର ମଧ୍ୟରେ ମେଳ ଖାଏ ନାହିଁ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ଯୁବକଯୁବତୀ […]

ଅଦ୍ୟତନ ହୋଇଛି
ରାଶି ବି ହୋଇଥାଏ ପ୍ରେମରେ ଫାଟର କାରଣ, ଜାଣନ୍ତୁ କେମିତି?
Advertisment

ସବୁ ପ୍ରେମର ପ୍ରାରମ୍ଭ ଭଲ ଥାଏ। କିନ୍ତୁ ଧୀରେ ଧୀରେ ଏହା ଖଟା ହେବାକୁ ଲାଗେ। କୁହାଯାଏ ଏହା ପଛରେ ଅନେକ କାରଣ ଥାଏ। ଯେପରିକି ପରସ୍ପରର ପସନ୍ଦ ଓ ନାପସନ୍ଦକୁ ସମ୍ମାନ ନଦେବା। ତେବେ ଏହା ପଛରେ ଆଉ ଗୋଟିଏ କାରଣ ବି ରହିଛି। କୁହାଯାଏ ପ୍ରେମରେ ଫାଟ ଉପରେ ରାଶିର ବି ପ୍ରଭାବ ଥାଏ।  କାରଣ ଏହି ରାଶିଗୁଡ଼ିକର ଚରିତ୍ର ମଧ୍ୟରେ ମେଳ ଖାଏ ନାହିଁ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ଯୁବକଯୁବତୀ ପରସ୍ପରକୁ ପ୍ରେମ କଲେ ପରେ ପଶ୍ଚାତାପ କରନ୍ତି।

Advertisment

ବୃଷ ଓ ସିଂହ: ଏହି ଦୁଇ ରାଶିଙ୍କ ମଧ୍ୟରେ ମତଭେଦ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଏ ଦୁଇ ଜଣ ନିଜ ସଂପର୍କର ଗୁରୁତ୍ୱକୁ ବୁଝିପାରନ୍ତି ନାହିଁ। ସିଂହ ରାଶି ପୁଅ ଅବା ଝିଅ ଯାହା ଆଶା କରନ୍ତି ତାହାକୁ ବୃଷ ରାଶି ପୁଅ ଅବା ଝିଅ ପୂରଣ କରିପାରନ୍ତି ନାହିଁ। ପୁଣି ସିଂହ ରାଶିର ଲୋକେ ନିଜ ସ୍ୱାର୍ଥ ପାଇଁ ବୃଷ ରାଶି ଲୋକଙ୍କ ଇଚ୍ଛା ଅନୁସାରେ ସେମାନଙ୍କୁ ପ୍ରେମ କରନ୍ତି ନାହିଁ। ଏଥିଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ମତଭେଦ ଦେଖାଯାଏ।

ମେଷ ଓ ବୃଷ: ଯଦି ଏଇ ଦୁଇ ରାଶିର ପୁଅଝିଅ ପରସ୍ପରକୁ ଭଲ ପାଉଛନ୍ତି, ତା’ହେଲେ ସେମାନଙ୍କ ମଧ୍ୟରେ ମତଭେଦ ରହେ। କାରଣ ମେଷ ରାଶି ଲୋକେ ବହୁତ ଆତ୍ମବିଶ୍ୱାସୀ ଓ ଶୀଘ୍ର ଭାବୁକ ହୋଇଯାଆନ୍ତି। ସେଥିପାଇଁ ସେମାନେ କାହାରି କଥା ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ପୁଣି କୌଣସି ସଂପର୍କରେ ଏମାନେ ବାନ୍ଧି ହୋଇ ରହିବାକୁ ଚାହାଁନ୍ତି ନାହିଁ। ଅନ୍ୟପକ୍ଷରେ ବୃଷ ରାଶିର ଲୋକେ ନିଜ ପ୍ରେମକୁ ନେଇ ଭାରି ଚିନ୍ତିତ ଥାଆନ୍ତି। ଏହି କାରଣରୁ ଅନେକ ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଯାଏ।

Advertisment

କର୍କଟ ଓ ମକର: ଏହି ଦୁଇ ରାଶି ପରସ୍ପରର ବିପରୀତ ହୋଇଥାଆନ୍ତି। ଯଦି ଏହି ଦୁଇ ରାଶିର ଯୁବକଯୁବତୀ ପରସ୍ପରକୁ ପ୍ରେମ କରୁଥାଆନ୍ତି ତା’ହେଲେ ମତଭେଦ ଦେଖାଯିବା ନିଶ୍ଚିତ। କାରଣ ମକର ରାଶିର ଲୋକଙ୍କ ମଧ୍ୟରେ ସହନଶୀଳତା ତଥା ସ୍ଥିରତା ଅଧିକ ଥାଏ। କିନ୍ତୁ କର୍କଟ ରାଶିର ଲୋକେ ସବୁବେଳେ ସ୍ୱପ୍ନ ଦେଖନ୍ତି। ସେମାନଙ୍କ ପାଖରେ ଧୈର୍ଯ୍ୟ ନଥାଏ।

ବିଛା ଓ ମିଥୁନ: ଯଦି ଏହି ରାଶିର ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ହେଉଛି ତା’ହେଲେ ସମସ୍ୟା ଉତ୍ପନ୍ନ ହେବ। କାରଣ ମିଥୁନ ରାଶିର ଲୋକେ ସ୍ୱଭାବରେ ଭାରି ଉଗ୍ର ହୋଇଥାଆନ୍ତି। ଅନ୍ୟପକ୍ଷରେ ବିଛା ରାଶିର ଲୋକେ ମିଷ୍ଟଭାଷୀ ଓ ବିଚାରଶୀଳ ହୋଇଥାଆନ୍ତି। ତେଣୁ ଏ ଦୁଇ ଜଣ ପରସ୍ପରକୁ ବିଶ୍ୱାସ କରିପାରନ୍ତି ନାହିଁ। ତେଣୁ ଏହି ଦୁଇ ରାଶି ଲୋକଙ୍କ ସଂପର୍କ ଦୁର୍ବଳ ହୁଏ ଓ ଉଭୟ ପରେ ପଶ୍ଚାତାପ କରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe