ଏହି ପାଞ୍ଚୋଟି ରାଶିର ଲୋକେ ଜୀବନରେ କେବେ ନା କେବେ ନିଶ୍ଚିତ ଧନୀ ହେବେ

ଜ୍ୟୋତିଷଶାସ୍ତ୍ର ଅନୁସାରେ ବାରଟି ରାଶିରୁ ଏମିତି କିଛି ରାଶି ରହିଛି ଯେଉଁମାନେ ଜୀବନରେ ନିଶ୍ଚିତ ଭାବେ ଧନୀ ହୁଅନ୍ତି। ଗରିବ ଘରେ ଜନ୍ମ ହୋଇବି ଏମାନେ ପରିଶ୍ରମ କରି ନିଜ ପାଇଁ ଘର, ଗାଡ଼ି ଓ ଧନସଂପତ୍ତି କରିପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ସେହି ୫ଟି ରାଶି ସଂପର୍କରେ ଯେଉଁମାନେ ଜୀବନରେ ନିଶ୍ଚିତ ଭାବେ ଧନୀ ହୁଅନ୍ତି ବୋଲି କୁହାଯାଏ। ବୃଷ– ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର। ଶୁକ୍ର ଭୌତିକ ସୁଖ-ସୁବିଧାର ସ୍ୱାମୀ ଭାବେ ପରିଚିତ। […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 07:52 AM IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ବାରଟି ରାଶିରୁ ଏମିତି କିଛି ରାଶି ରହିଛି ଯେଉଁମାନେ ଜୀବନରେ ନିଶ୍ଚିତ ଭାବେ ଧନୀ ହୁଅନ୍ତି। ଗରିବ ଘରେ ଜନ୍ମ ହୋଇବି ଏମାନେ ପରିଶ୍ରମ କରି ନିଜ ପାଇଁ ଘର, ଗାଡ଼ି ଓ ଧନସଂପତ୍ତି କରିପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ସେହି ୫ଟି ରାଶି ସଂପର୍କରେ ଯେଉଁମାନେ ଜୀବନରେ ନିଶ୍ଚିତ ଭାବେ ଧନୀ ହୁଅନ୍ତି ବୋଲି କୁହାଯାଏ।

ବୃଷ- ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର। ଶୁକ୍ର ଭୌତିକ ସୁଖ-ସୁବିଧାର ସ୍ୱାମୀ ଭାବେ ପରିଚିତ। ଯେଉଁ ଲୋକଙ୍କ କୁଣ୍ଡଳୀରେ ଶୁକ୍ର ବଳବାନ ହୁଅନ୍ତ ସେମାନଙ୍କୁ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ। ବୃଷ ରାଶିର ଲୋକଙ୍କ କୁଣ୍ଡଳୀରେ ଶୁକ୍ର ରହିଲେ ସେମାନେ ଦିନେ ନା ଦିନେ ନିଶ୍ଚିତ ଧନୀ ହୁଅନ୍ତି।

ମିଥୁନ- ଯଦି ମିଥୁନ ରାଶିର ସ୍ୱାମୀ କୁଣ୍ଡଳୀରେ ଉଚ୍ଚ ସ୍ଥାନରେ ବସିଥାଆନ୍ତି, ତା’ହେଲେ ସେ ନିଜ ବୁଦ୍ଧିରେ ବହୁତ ଅର୍ଥ ରୋଜଗାର କରନ୍ତି।

ସିଂହ- ସିଂହ ରାଶିଙ୍କ ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଧନୀ ବନାଇବାର କ୍ଷମତା ରଖନ୍ତି। ଯଦି କୁଣ୍ଡଳୀରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ବସନ୍ତି ତା’ହେଲେ ଧନୀ ହେବା ନିଶ୍ଚିତ ବୋଲି କୁହାଯାଏ।

ଧନୁ- ଧନୁ ରାଶିର ସ୍ୱାମୀ ହେଛନ୍ତି ଗୁରୁ। ଧନୁ ରାଶିର ଲୋକେ ନିଜ ଭାଗ୍ୟ ଅପେକ୍ଷା ନିଜ ପରିଶ୍ରମ ଉପରେ ଅଧିକ ବିଶ୍ୱାସ କରନ୍ତି। ପରିଶ୍ରମ କରି ସେମାନେ ଧନୀ ହୁଅନ୍ତି।

କୁମ୍ଭ- ଏହି ରାଶିର ସ୍ୱାମୀ ହେଉଛନ୍ତି ଶନି। ଯଦି କୌଣସି କୁମ୍ଭ ରାଶିର ଲୋକଙ୍କ କୁଣ୍ଡଳୀରେ ଶନି ମଜଭୁତ ଅଛନ୍ତି ତା’ହେଲେ ସେ ସହଜରେ ଧନୀ ହୋଇପାରିବେ।

ଏହି ପାଞ୍ଚୋଟି ରାଶିର ଲୋକଙ୍କ କୁଣ୍ଡଳୀରେ ଏମାନଙ୍କ ସ୍ୱାମୀ ଉଚ୍ଚ ସ୍ଥାନରେ ରହିଲେ ଏମାନେ ବହୁତ ଶୀଘ୍ର ଧନୀ ହୋଇଯାଆନ୍ତି। ଏହା ବ୍ୟତୀତ ଲୋକେ ନିଜ ପରିଶ୍ରମରେ ମଧ୍ୟ ଧନୀ ହୋଇପାରିବେ। ଆପଣ ଯଦି ପରିଶ୍ରମ କରୁଛନ୍ତି ଓ ଆପଣଙ୍କ ଭାଗ୍ୟ ଆପଣଙ୍କ ସାହାଯ୍ୟ କରୁଛି, ତା’ହେଲେ ଧନୀ ହେବାକୁ କେହି ଆପଣଙ୍କୁ ଅଟକାଇ ପାରିବେନି।

Related story