ଜାଣନ୍ତୁ କେଉଁ ରାଶିର ପୁରୁଷ ହୋଇଥାନ୍ତି ଭଲ ସ୍ୱାମୀ

ଭାରତୀୟ ସମାଜରେ ବିବାହ ପରମ୍ପରା ନିଆରା। ବିବାହ ପୂର୍ବରୁ ଉଭୟ ପୁଅ ଏବଂ ଝିଅ ଘର ଲୋକେ ପରସ୍ପର ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବିଶେଷ କରି ଭଲ ପାତ୍ରଟିଏ ପାଇଁ ଝିଅ ଘର ଲୋକେ ଅଧିକ ବାରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକ ଦେଖି ବ୍ୟକ୍ତିର ସ୍ୱଭାବ ଭବିଷ୍ୟତ ବିଷୟରେ କୁହାଯାଇଥାଏ। ସେଥିପାଇଁ ବିବାହ ପୂର୍ବରୁ ପୁଅ ଓ ଝିଅଙ୍କର ଜାତକ ମିଳାଯାଇ ଉଭୟଙ୍କ  ସ୍ୱଭାବ ଓ  ବ୍ୟକ୍ତିତ୍ୱ ବିଷୟରେ ଜାଣି […]

wead...

wead...

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 08:29 AM IST

Sports

Latest News

ଭାରତୀୟ ସମାଜରେ ବିବାହ ପରମ୍ପରା ନିଆରା। ବିବାହ ପୂର୍ବରୁ ଉଭୟ ପୁଅ ଏବଂ ଝିଅ ଘର ଲୋକେ ପରସ୍ପର ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବିଶେଷ କରି ଭଲ ପାତ୍ରଟିଏ ପାଇଁ ଝିଅ ଘର ଲୋକେ ଅଧିକ ବାରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକ ଦେଖି ବ୍ୟକ୍ତିର ସ୍ୱଭାବ ଭବିଷ୍ୟତ ବିଷୟରେ କୁହାଯାଇଥାଏ। ସେଥିପାଇଁ ବିବାହ ପୂର୍ବରୁ ପୁଅ ଓ ଝିଅଙ୍କର ଜାତକ ମିଳାଯାଇ ଉଭୟଙ୍କ  ସ୍ୱଭାବ ଓ  ବ୍ୟକ୍ତିତ୍ୱ ବିଷୟରେ ଜାଣି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତାହାହେଲେ ଆସନ୍ତୁ ଜାଣିବା କେଉଁ ରାଶିର ପୁଅମାନେ ଭଲ ସ୍ୱାମୀ ହୋଇଥାନ୍ତି। ବିଶେଷ କରି ୩ଟି ରାଶିର ପୁରୁଷ ଉପଯୁକ୍ତ ସ୍ୱାମୀ ହୋଇପାରନ୍ତି।

ସିଂହ

ଏହି ରାଶିର ବ୍ୟକ୍ତି ଖୁବ୍‌ ଚଳଚଞ୍ଚଳ। ଏମାନଙ୍କ ସ୍ତ୍ରୀ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କର ପସନ୍ଦ କରିବାର କ୍ଷମତା ଅତ୍ୟନ୍ତ ଭଲ। ଏମାନେ ସବୁବେଳେ ଭଲ ଜିନିଷକୁ ପସନ୍ଦ କରନ୍ତି। ଏମାନେ ନିଜର ସ୍ତ୍ରୀକୁ  ଅଧିକ ଭଲ ପାଇବା ସହ ବିଶ୍ୱାସ ମଧ୍ୟ କରନ୍ତି।

ମକର

ଏହି ରାଶିର ପୁରୁଷମାନେ ନିଜ ସ୍ତ୍ରୀକୁ ସବୁବେଳେ ଖୁସିରେ ରଖନ୍ତି। ଏମାନଙ୍କ ସ୍ୱଭାବ ଭଲ ହୋଇଥିବାରୁ ସବୁବେଳେ ସ୍ତ୍ରୀ ଖୁସିରେ ରୁହେ। ନିଜର ସ୍ତ୍ରୀ ବ୍ୟତିତ ଅନ୍ୟ କାହାର ସ୍ତ୍ରୀକୁ ଖରାପ ନଜରରେ ଦେଖନ୍ତି ନାହିଁ। ଏମାନେ ବହୁତ ସଚ୍ଚୋଟ ଓ  ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି। ମହିଳାମାନେ ସବୁବେଳେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଏମାନଙ୍କର ସମସ୍ତ ଗୁଣ ସ୍ତ୍ରୀମାନଙ୍କୁ ପସନ୍ଦ ଆସିଥାଏ । ଏମାନେ ନିଜର ସ୍ତ୍ରୀକୁ ସବୁବେଳେ ଉପହାର ଦେବାକୁ ପସନ୍ଦ କରନ୍ତି।

କନ୍ୟା

ଏହି ରାଶିର ବ୍ୟକ୍ତିପୁଅମାନେ ଝିଅମାନଙ୍କର  ଡ୍ରିମ୍‌ ବୟ ହୋଇଥାନ୍ତି। ଏମାନେ ଦେଖିବାକୁ ସୁନ୍ଦର ଓ ରୋମାଣ୍ଟିକ୍‌ ମଧ୍ୟ ହୋଇଥାନ୍ତି। ନିଜ କଥାରେ ଅନ୍ୟ ହଦୃୟକୁ ଜିତି ନିଅନ୍ତି। ଏମାନେ ନିଜର ସ୍ତ୍ରୀକୁ ଅଧିକ ଭଲ ପାଆନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos