/odisha-reporter/media/post_attachments/uploads/2019/10/p2.jpg)
p2
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, ଜର, କାଶ ଓ କଫ ପରି ସମସ୍ୟା ଦେଖା ଦେଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ବିନା ଔଷଧରେ ପ୍ରାକୃତିକ ଉପାୟରେ ମଧ୍ୟ ଫଳରସ ସାହାଯ୍ୟରେ ଏହାର ଚିକିତ୍ସା କରିପାରିବେ।
କଫ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସପୁରୀ ରସ ଖୁବ୍ ଉପକାରୀ। ୨୦୧୦ରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସପୁରୀ ରସ ପିଇଲେ ଗଳାରେ ହେଉଥିବା ବିଭିନ୍ନ ରୋଗ ଭଲ ହୋଇଥାଏ।
ସପୁରୀରେ ରୋଗ ପ୍ରତିରୋଧକ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହା ଆପଣଙ୍କ ଖାଦ୍ୟକୁ ହଜମ କରିବା ସହିତ ଶକ୍ତିକୁ ବୃଦ୍ଧି କରିଥାଏ। ଆହୁରି ମଧ୍ୟରେ ଏଥିରେ ‘ବ୍ରୋମେଲାଇନ୍’ ନାମରେ ଏକ ଆଣ୍ଟି-ଇନ୍ଫ୍ଲାମେଣ୍ଟୋରୀ ଏନଜାଇମ୍ ରହିଛି। ଗବେଷଣାରୁ ଅନୁସାରେ ଆଲର୍ଜି ଓ ଆସ୍ଥମା ପରି ଶ୍ୱାସଜନିତ ସମସ୍ୟାକୁ ଭଲ କରିବାରେ ‘ବ୍ରୋମେଲାଇନ୍’ ସାହାଯ୍ୟ କରିଥାଏ। ତେବେ କଫ ପାଇଁ ସପୁରୀ ରସକୁ କିପରି ପିଇବେ ଆସନ୍ତୁ ଜାଣିବା।
୧. ଅଧା କପ୍ ଉଷୁମ ସପୁରୀ ରସରେ ଗୋଟିଏ ଚାମଚ ମହୁ ମିଶାନ୍ତୁ। ଉଷୁମ ଥିବା ଅବସ୍ଥାରେ ହଁ ଏହି ରସକୁ ପିଅନ୍ତୁ।
୨. ଗୋଟିଏ କପ୍ ସପୁରୀ ରସରେ ଅଧା ଚାମଚ ମହୁ, ଲୁଣ ଓ ଅଳ୍ପ ଗୋଲମରିଚ ମିଶାନ୍ତୁ। ଏହି ମିଶ୍ରଣକୁ ଦିନକୁ ତିନିଥର ପିଅନ୍ତୁ।
୩. ସେହିପରି ଅନ୍ୟ ଏକ ଉପାୟରେ ମଧ୍ୟ ଆପଣ କଫରୁ ମୁକ୍ତି ପାଇପାରିବେ। ଗୋଟିଏ କପ୍ ସପୁରୀ ରସରେ, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ କଟା ଯାଇଥିବା ଅଦା, ଅଳ୍ପ ଲୁଣ ଓ ଗୋଲମରିଚ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣକୁ ଦିନକୁ ତିନିଥର ପିଅନ୍ତୁ।
୪. ଡାଏରୀ ପ୍ରଡକ୍ଟ ଯେପରିକି କଫି, ଆଇସ୍କ୍ରୀମ୍ ଓ ଛଣା ଦ୍ରବ୍ୟ ଅଧିକ ଖାଆନ୍ତୁ ନାହିଁ। ଏହା ଆପଣଙ୍କର କାଶ ଓ କଫକୁ ଆହୁରି ବଢ଼ାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
