Advertisment

ଏହି ଆପ୍‌ରେ ପର୍ଣ୍ଣ ସାଇଟ୍‌କୁ ଗଲେ ଆପଣ ଶୁଣିବେ...

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ପର୍ଣ୍ଣ ଭିଡିଓ ଦେଖିବା ଯୁବ ସମାଜ ପାଇଁ ଏକ ସାଧାରଣ କାର୍ଯ୍ୟରେ ପରିଣତ ହୋଇଛି। କାମ ଉଦ୍ଦୀପନା ସୃଷ୍ଟି କରୁଥିବା ଚିତ୍ର ଦେଖି ଉତ୍‌ଶୃଙ୍ଖଳ ହେଉଛନ୍ତି ଯୁବପିଢ଼ି। ଏଥିପାଇଁ ଭାରତ ସରକାର ଅନେକ ପର୍ଣ୍ଣ ସାଇଟ୍‌ ବନ୍ଦ କରି ଦେଇଛନ୍ତି। ରିଲାଏନ୍ସ ଜିଓ ମଧ୍ୟ ୮୦୦ ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କରିଛି। କିନ୍ତୁ କେବଳ ସରକାର ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ଏହି କାର୍ଯ୍ୟରୁ ଯୁବପିଢ଼ିଙ୍କୁ ନିବୃତ୍ତ ରଖିବା ପାଇଁ ପଦକ୍ଷେପ ଗ୍ରହଣ […]

ଅଦ୍ୟତନ ହୋଇଛି
ଏହି ଆପ୍‌ରେ ପର୍ଣ୍ଣ ସାଇଟ୍‌କୁ ଗଲେ ଆପଣ ଶୁଣିବେ...

bb

Advertisment

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ପର୍ଣ୍ଣ ଭିଡିଓ ଦେଖିବା ଯୁବ ସମାଜ ପାଇଁ ଏକ ସାଧାରଣ କାର୍ଯ୍ୟରେ ପରିଣତ ହୋଇଛି। କାମ ଉଦ୍ଦୀପନା ସୃଷ୍ଟି କରୁଥିବା ଚିତ୍ର ଦେଖି ଉତ୍‌ଶୃଙ୍ଖଳ ହେଉଛନ୍ତି ଯୁବପିଢ଼ି। ଏଥିପାଇଁ ଭାରତ ସରକାର ଅନେକ ପର୍ଣ୍ଣ ସାଇଟ୍‌ ବନ୍ଦ କରି ଦେଇଛନ୍ତି। ରିଲାଏନ୍ସ ଜିଓ ମଧ୍ୟ ୮୦୦ ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କରିଛି।

Advertisment

କିନ୍ତୁ କେବଳ ସରକାର ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ଏହି କାର୍ଯ୍ୟରୁ ଯୁବପିଢ଼ିଙ୍କୁ ନିବୃତ୍ତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ସବୁବେଳେ ଚର୍ଚ୍ଚା ହୁଏ। ବିଂଶ ଶତାବ୍ଦୀର ଆଧୁନିକ ଭାରତରେ ପର୍ଣ୍ଣ ସାଇଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏକ ଚ୍ୟାଲେଞ୍ଜ୍‌ କହିଲେ ଚଳେ।

ଏହି କାର୍ଯ୍ୟକୁ ଏକ ଚ୍ୟାଲେଞ୍ଜ୍‌ ଭାବରେ ଗ୍ରହଣ କରି ୨୦୧୭ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ବିଜୟ ନାଥ ମିଶ୍ର ଏକ ଆପ୍‌ ତିଆରି କରିଛନ୍ତି।

Advertisment

ଏହା କୌଣସି ଏମିତି ସେମିତି ଆପ୍‌ ନୁହେଁ, ସୋଶାଲ ମିଡ଼ିଆରେ ଯେଉଁ ୟୁଜର୍ସମାନେ ପର୍ଣ୍ଣ ସାଇଟ୍‌କୁ ଯିବାକୁ ଚାହିଁବେ, ଏହି ଆପ୍‌ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିବ। ଏହି ଆପ୍‌ର ନାମ ରଖାଯାଇଛି ‘ହର୍‌ ହର୍‌ ମହାଦେବ’। ଏବେ ଆପଣ ଚିନ୍ତା କରୁଥିବେ, ଏହି ଆପ୍‌ କିପରି ପର୍ଣ୍ଣ ସାଇଟ୍‌କୁ ନ ଯିବା ପାଇଁ ଯୁବପିଢ଼ିଙ୍କୁ ସାହାଯ୍ୟ କରିବ?

ପ୍ରତ୍ୟେକ ସମୟରେ ସୋଶାଲ ମିଡିଆରେ ଜଣେ ୟୁଜର୍‌ ପର୍ନୋଗ୍ରାଫିକ୍‌ ସାଇଟ୍‌କୁ ଯିବା ପାଇଁ ଚେଷ୍ଟା କରିଥାଏ। କିନ୍ତୁ ଏହା ଏପରି ଏକ ଆପ୍‌, ଯାହା ଇନ୍‌ଷ୍ଟଲ୍‌ କରିବା ପରେ ଆପଣ ପର୍ଣ୍ଣ ସାଇଟ୍‌କୁ ଗଲେ, ଭକ୍ତିପୂର୍ଣ୍ଣ ଭଜନ ବା କୌଣସି ମହାପୁରୁଷଙ୍କ ଭାଷଣ ଶୁଣିବାକୁ ମିଳିଥାଏ। ଯେପରିକି ଆପଣ ଏଥିରେ ମହାତ୍ମାଗାନ୍ଧୀ ଓ ନେଲସନ୍‌ ମାଣ୍ଡେଲାଙ୍କ ଭାଷଣ ଶୁଣିପାରିବେ।

ଏହି ଆପ୍‌ ତିଆରି ହେବାର ୬ମାସ ମଧ୍ୟରେ ପାଖାପାଖି ୩୮୦୦ଟି ସାମାଜିକ ହିଂସା ଓ ପର୍ଣ୍ଣ ସାଇଟ୍‌କୁ ବନ୍ଦ କରାଯାଇପାରିଥିଲା। ଡକ୍ଟର ମିଶ୍ରଙ୍କର କହିବା ଅନୁଯାୟୀ, “ଏହି ଆପ୍ଲିକେସନ୍‌କୁ ତିଆରି କରିବା ପରେ ଅନେକ ଲୋକଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ଯେଉଁମାନେ ପର୍ଣ୍ଣ ସାଇଟ୍‌ ଦେଖିବାରେ ଅଭ୍ୟସ୍ତ ଥିଲେ, ସେମାନଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି।”

ପର୍ଣ୍ଣ ସାଇଟ୍‌ ପ୍ରତି ଆଡିକ୍ଟେଡ୍‌ ହୋଇ ପଡିଥିବା ବ୍ୟକ୍ତିଙ୍କ ପାଇଁ ଡକ୍ଟର ମିଶ୍ର ଏହି ଆପ୍‌ ତିଆରି କରିଛନ୍ତି। ସେହିପରି ମୁସଲମାନ ୟୁଜରଙ୍କ ପାଇଁ ଏହି ଆପ୍‌ର ନାମ ‘ଆଲ୍ଲା ହୋ ଆକବର୍‌’ ନାମରେ ଉପଲବ୍ଧ ହେଉଛି।

ହିନ୍ଦୁ ଭଜନ ପରି ଏଥିରେ ମଧ୍ୟ ମୁସଲମାନଙ୍କ ଭକ୍ତି ଗୀତ ରହିଛି। ଏହି ଆପ୍ଲିକେସନ୍‌କୁ ଆପଣ ମାଗଣାରେ ଇନ୍‌ଷ୍ଟଲ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ harharmahadev.co ସାଇଟ୍‌କୁ ଯିବାକୁ ପଡ଼ିବ। ଏହି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ ହେବା ପରେ ଆପଣଙ୍କୁ ଏକ ଲିଙ୍କ୍‌ ମିଳିବ। ଏଥିରେ ଆପଣଙ୍କ ନାମ, ଠିକଣା ବ୍ୟତୀତ ଧର୍ମ ମଧ୍ୟ ଉଲ୍ଲେଖ କରିବାକୁ ପଡ଼ିବ। ଏହାପରେ ଯଦି ଆପଣ କୌଣସି ପର୍ଣ୍ଣ ସାଇଟ୍‌କୁ ଯିବେ ତେବେ ତାହା ବ୍ଲକ୍ ହୋଇଯିବ। ଡକ୍ଟର ବିଜୟ ନାଥ ମିଶ୍ର ତିଆରି କରିଥିବା ଏହି ଆପ୍‌କୁ ଆପଣ ଉଭୟ ସ୍ମାର୍ଟଫୋନ୍‌ ଓ କମ୍ପ୍ୟୁଟର୍‌ରେ ଇନ୍‌ଷ୍ଟଲ୍‌ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe