ଗାଡ଼ି କିଣିବାକୁ ଯାଉଛନ୍ତି କି? ଦୟାକରି ଜନ୍ମମୂଳାଙ୍କ ମ୍ୟାଚ୍‌ କରାନ୍ତୁ

ନୂଆ ଗାଡ଼ି କିଣିଲା ବେଳେ ଆମେମାନେ ଗାଡ଼ିର ବ୍ରାଣ୍ଡ ପ୍ରତି ବେଶି ଧ୍ୟାନ ଦିଅନ୍ତି। କେତେକ ଏହାର ମଡେଲ ଓ ଷ୍ଟାଇଲକୁ ଦେଖି କିଣନ୍ତି। କେତେକ ଲୋକ ରଙ୍ଗ ଦେଖି ଗାଡି ପସନ୍ଦ କରନ୍ତି। କିନ୍ତୁ ଜନ୍ମତିଥି ଓ ବାସ୍ତୁଶାସ୍ତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ନ ଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଉପରେ ଧ୍ୟାନ ଦେବା ଉଚିତ। ଗାଡ଼ି କିଣିଲା ବେଳେ ଜନ୍ମମୂଳାଙ୍କ ଅନୁସାରେ କିଣିବା ଆବଶ୍ୟକ। ଏହାଦ୍ୱାରା ଦୁର୍ଘଟଣାରୁ ରକ୍ଷା ମିଳିପାରେ ବାସ୍ତୁବିଦ୍‌ମାନେ କହିଛନ୍ତି। […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 01:52 PM IST

ନୂଆ ଗାଡ଼ି କିଣିଲା ବେଳେ ଆମେମାନେ ଗାଡ଼ିର ବ୍ରାଣ୍ଡ ପ୍ରତି ବେଶି ଧ୍ୟାନ ଦିଅନ୍ତି। କେତେକ ଏହାର ମଡେଲ ଓ ଷ୍ଟାଇଲକୁ ଦେଖି କିଣନ୍ତି। କେତେକ ଲୋକ ରଙ୍ଗ ଦେଖି ଗାଡି ପସନ୍ଦ କରନ୍ତି। କିନ୍ତୁ ଜନ୍ମତିଥି ଓ ବାସ୍ତୁଶାସ୍ତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ନ ଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଉପରେ ଧ୍ୟାନ ଦେବା ଉଚିତ। ଗାଡ଼ି କିଣିଲା ବେଳେ ଜନ୍ମମୂଳାଙ୍କ ଅନୁସାରେ କିଣିବା ଆବଶ୍ୟକ। ଏହାଦ୍ୱାରା ଦୁର୍ଘଟଣାରୁ ରକ୍ଷା ମିଳିପାରେ ବାସ୍ତୁବିଦ୍‌ମାନେ କହିଛନ୍ତି।  ଆସନ୍ତୁ ଜାଣିବା ଜନ୍ମମୂଳାଙ୍କ ସଂପର୍କରେ।

ମୂଳାଙ୍କ ୧: ଯେଉଁ ବ୍ୟକ୍ତିର ମୂଳାଙ୍କ ୧, ସେମାନେ ୧, ୨, ୪ ଓ ୭ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୬ କିମ୍ବା ୮ ନମ୍ବର ଥିବା ଗାଡ଼ି କିଣିବା ଉଚିତ ନୁହେଁ।

ମୂଳାଙ୍କ ୨: ଜନ୍ମ ମୂଳାଙ୍କ ୨ ଥିବା ବ୍ୟକ୍ତି ୧, ୨, ୪ ଓ ୭ ନମ୍ବର ଥିବା ଗାଡ଼ି କିଣିଲେ ଭଲ। ୯ ନମ୍ବର ଥିବା ଗାଡ଼ି କିଣନ୍ତୁ ନାହିଁ।

ମୂଳାଙ୍କ ୩: ଜନ୍ମ ମୂଳାଙ୍କ ୩ ଥିବା ବ୍ୟକ୍ତି ୩, ୬ ଓ ୯ ନମ୍ବର ଥିବା ଗାଡ଼ି କିଣନ୍ତୁ। ୫ ଓ ୮ ନମ୍ବର ଥିବା ଗାଡ଼ି କିଣିବା ଆପଣଙ୍କ ପାଇଁ ଶୁଭ ନୁହେଁ।

ମୂଳାଙ୍କ ୪: ଯେଉଁମାନଙ୍କ ମୂଳାଙ୍କ ୪, ସେମାନେ ୧, ୨, ୪ ଓ ୭ ନମ୍ବର ଥିବା ଗାଡ଼ି ଲାଭଦାୟକ। ୯, ୬ କିମ୍ବା ୮ ନମ୍ବର ଥିବା ଗାଡ଼ି କିଣିବା କ୍ଷତିକାରକ।

ମୂଳାଙ୍କ ୫: ଏହି ଜନ୍ମ ମୂଳାଙ୍କର ବ୍ୟକ୍ତି ୫ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୩, ୯ କିମ୍ବା ୮ ନମ୍ବର ଥିବା ଗାଡ଼ି କିଣନ୍ତୁ ନାହିଁ।

ମୂଳାଙ୍କ ୬: ଯେଉଁମାନଙ୍କ ଜନ୍ମ ମୂଳାଙ୍କ ୬, ସେମାନେ ୩, ୬ କିମ୍ବା ୯ ନମ୍ବର ଥିବା ବ୍ୟକ୍ତି ଗାଡ଼ି କିଣିବା ଉଚିତ। ୪ ଓ ୮ ନମ୍ବର ଥିବା ଗାଡ଼ି କିଣନ୍ତୁ ନାହିଁ। ହଇରାଣରେ ପଡ଼ିପାରନ୍ତି।

ମୂଳାଙ୍କ ୭: ଜନ୍ମମୂଳାଙ୍କ ୭ ବ୍ୟକ୍ତି ୧, ୨, ୪ କିମ୍ବା ୭ ନମ୍ବର ଗାଡ଼ି କିଣିବା ଉଚିତ। ୯ କିମ୍ବା ୮ ନମ୍ବରର ଗାଡ଼ି କିଣିବା ଅଶୁଭ ହୋଇଥାଏ।

ମୂଳାଙ୍କ ୮: ଯେଉଁମାନଙ୍କ ଜନ୍ମମୂଳାଙ୍କ ୮, ସେମାନେ ୮ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୧ ଓ ୪ ନମ୍ବରର ଗାଡି କିଣିବା ଉଚିତ ନୁହେଁ। ଏହା କ୍ଷତିକାରକ ହୋଇଥାଏ।

ମୂଳାଙ୍କ ୯: ମୂଳାଙ୍କ ୯ ଥିବା ବ୍ୟକ୍ତି ୯, ୩ ଓ ୬ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୫ ଓ ୭ ନମ୍ବରର ଗାଡ଼ି କିଣିଲେ ଦୁର୍ଘଟଣାରେ ପଡ଼ିପାରନ୍ତି।

ସୌଜନ୍ୟ-ୟଙ୍ଗିସ୍ତାନ

ଆହୁରି ପଢ଼ନ୍ତୁ- ରୋଜଗାର ସତ୍ତ୍ୱେ ପର୍ସରେ ଟଙ୍କା ରହୁନି? ଏହା ଆପଣଙ୍କ ଜନ୍ମସଂଖ୍ୟାର କୁପ୍ରଭାବ, ଜାଣନ୍ତୁ ୪ଟି ଟିପ୍‌ସ

 

 

 

 

Related story