Advertisment

ଶରୀରରୁ ବିଷାକ୍ତ ପଦାର୍ଥ କାଢ଼େ ହଳଦୀ ପାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ରୋଷେଇ ଘରେ ହିଁ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ଅନେକ ସମାଧାନ ଲୁଚି ରହିଛି। ଏହାର ଏକ ଉଦାହରଣ ହେଉଛି ହଳଦୀ। ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ସମସ୍ୟାର ସମାଧାନ କରିଥାଏ। ଶରୀରରୁ ବିଷାକ୍ତ ପଦାର୍ଥ କାଢ଼ିବାରେ ଏହା ବେଶ୍ ସହାୟକ ହୋଇଥାଏ। ତେବେ ଏଥିପାଇଁ ହଳଦୀକୁ କେମିତି ବ୍ୟବହାର କରିବାକୁ ହୁଏ, ତାହା ଜାଣି ନେବା ଜରୁରୀ। ଏଥିପାଇଁ ହଳଦୀକୁ ପାଣିରେ ମିଶାଇ ପିଇବାକୁ ହୁଏ। କିନ୍ତୁ […]

author-image
Puspanjali Panda
ଶରୀରରୁ ବିଷାକ୍ତ ପଦାର୍ଥ କାଢ଼େ ହଳଦୀ ପାଣି

haldi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ରୋଷେଇ ଘରେ ହିଁ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ଅନେକ ସମାଧାନ ଲୁଚି ରହିଛି। ଏହାର ଏକ ଉଦାହରଣ ହେଉଛି ହଳଦୀ। ଏହାର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ସମସ୍ୟାର ସମାଧାନ କରିଥାଏ। ଶରୀରରୁ ବିଷାକ୍ତ ପଦାର୍ଥ କାଢ଼ିବାରେ ଏହା ବେଶ୍ ସହାୟକ ହୋଇଥାଏ। ତେବେ ଏଥିପାଇଁ ହଳଦୀକୁ କେମିତି ବ୍ୟବହାର କରିବାକୁ ହୁଏ, ତାହା ଜାଣି ନେବା ଜରୁରୀ। ଏଥିପାଇଁ ହଳଦୀକୁ ପାଣିରେ ମିଶାଇ ପିଇବାକୁ ହୁଏ। କିନ୍ତୁ ଏହି ହଳଦୀ ପାଣି ତିଆରି କରିବାର ଏକ ସ୍ୱତନ୍ତ୍ର ଶୈଳୀ ରହିଛି।  ତା’ହେଲେ ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

କେମିତି ପ୍ରସ୍ତୁତ କରିବେ ହଳଦୀ ପାଣି

ଏକ ପାତ୍ରରେ ଗୋଟିଏ କପ୍‌ ପାଣି ନେଇ ଭଲ ଭାବରେ ଫୁଟାନ୍ତୁ। ଗୋଟିଏ କପ୍‌ ନେଇ ସେଥିରେ ଗୋଟିଏ ଚାମଚ ହଳଦୀ ଓ ଅଧା ଚାମଚ ଲେମ୍ୱୁ ରସ ପକାନ୍ତୁ। ପରେ ଫୁଟା ପାଣିକୁ ଏଥିରେ ଢାଳନ୍ତୁ। ଏହା ପରେ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଏହାକୁ ଉଷୁମ୍ ଉଷୁମ୍ ପିଅନ୍ତୁ। ଏଥିରେ ଆପଣ ମହୁ ମଧ୍ୟ ମିଶାଇ ପାରିବେ। ଏହି ପାଣି ଆପଣଙ୍କ ଶରୀରରୁ ଟକ୍ସିନ୍ ବା ବିଷାକ୍ତ ପଦାର୍ଥ ବାହାର କରି ଆପଣଙ୍କୁ ସୁସ୍ଥ ରଖିବ।

ହଳଦୀର ଅନ୍ୟାନ୍ୟ ଉପକାରିତା 

୧. ହଳଦୀ ଶରୀରରେ ପିତ୍ତ ଉତ୍ପାଦନକୁ ସକ୍ରିୟ କରିବା ସହିତ ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ। ଏଥିରେ ଥିବା କୁର୍କୁମିନ୍ ନାମକ ପୋଷକ ତତ୍ତ୍ୱ ଗ୍ୟାଷ୍ଟିକ ସମସ୍ୟାକୁ କମ୍ କରିଥାଏ।

Advertisment

୨. କୌଣସି ସ୍ଥାନରେ ଖଣ୍ଡିଆ ହୋଇଗଲେ ହଳଦୀ ଲଗାନ୍ତୁ କିମ୍ୱା ଯନ୍ତ୍ରଣା କମ୍ କରିବା ପାଇଁ କ୍ଷୀର ସହିତ ହଳଦୀ ମିଶାଇ ପିଅନ୍ତୁ। କାରଣ ଏଥିରେ ଆଣ୍ଟି-ସେପ୍ଟିକ୍ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍ ତତ୍ତ୍ୱ ରହିଛି, ଯାହା ଘା’କୁ ଭଲ କରିବା ସହିତ ଯନ୍ତ୍ରଣାକୁ କମ୍ କରିଥାଏ।

୩. ହଳଦୀରେ ଲିପୋପୋଲିସାକାରାଇଡ୍ (Lipopolysaccharide ) ନାମରେ ଏକ ତତ୍ତ୍ୱ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।