Advertisment

ଟାଇମ-ପାସ୍‌ ପ୍ରେମ କରୁଥିଲେ ରୁହନ୍ତୁ ସାବଧାନ

ପ୍ରେମ ଏକ ମଧୁର ଅନୁଭୂତି। ପ୍ରତ୍ୟକ ଲୋକ ନିଜ ଜୀବନରେ ଏକାଧିକ ଥର ପ୍ରେମରେ ପଡିଥାନ୍ତି। ନିଜ ପରିବାର ହେଉ କି ପ୍ରେମିକା, ପ୍ରେମ ସମସ୍ତଙ୍କ ଜୀବନରେ ଭରି ଦେଇଥାଏ  ଫଗୁଣର ଅବିର। ଏହା ଦୁଇଟି ମନର ମିଳନ। ଯାହା ଜଣଙ୍କୁ ଅନ୍ୟର ଘନିଷ୍ଠ କରିଥାଏ। ହେଲେ ଆଜିକାଲି ଅଧିକାଂଶ ଯୁବବର୍ଗଙ୍କ କ୍ଷେତ୍ରରେ ପ୍ରେମ ‘ଟାଇମ-ପାସ୍‌’ରେ ସୀମିତ ରହିଯାଇଛି। ଯଦି ଆପଣ ଏପରି ଟାଇମ-ପାସ୍‌ ପ୍ରେମ କରୁଛନ୍ତି, ତେବେ ସତର୍କ ରହିବା ନିହାତି ଜରୁରୀ। ଯାହାଦ୍ୱାରା ଆପଣଙ୍କ […]

ଅଦ୍ୟତନ ହୋଇଛି
ଟାଇମ-ପାସ୍‌ ପ୍ରେମ କରୁଥିଲେ ରୁହନ୍ତୁ ସାବଧାନ

love

Advertisment

ପ୍ରେମ ଏକ ମଧୁର ଅନୁଭୂତି। ପ୍ରତ୍ୟକ ଲୋକ ନିଜ ଜୀବନରେ ଏକାଧିକ ଥର ପ୍ରେମରେ ପଡିଥାନ୍ତି। ନିଜ ପରିବାର ହେଉ କି ପ୍ରେମିକା, ପ୍ରେମ ସମସ୍ତଙ୍କ ଜୀବନରେ ଭରି ଦେଇଥାଏ  ଫଗୁଣର ଅବିର। ଏହା ଦୁଇଟି ମନର ମିଳନ। ଯାହା ଜଣଙ୍କୁ ଅନ୍ୟର ଘନିଷ୍ଠ କରିଥାଏ। ହେଲେ ଆଜିକାଲି ଅଧିକାଂଶ ଯୁବବର୍ଗଙ୍କ କ୍ଷେତ୍ରରେ ପ୍ରେମ ‘ଟାଇମ-ପାସ୍‌’ରେ ସୀମିତ ରହିଯାଇଛି। ଯଦି ଆପଣ ଏପରି ଟାଇମ-ପାସ୍‌ ପ୍ରେମ କରୁଛନ୍ତି, ତେବେ ସତର୍କ ରହିବା ନିହାତି ଜରୁରୀ। ଯାହାଦ୍ୱାରା ଆପଣଙ୍କ ଓ ଆପଣଙ୍କ ପରିବାର ତଥା ସମାଜ ଉପରେ ଏହାର ନାକରାତ୍ମକ ପ୍ରଭାବ ପଡିବ ନାହିଁ।

Advertisment

ଅନୈତିକ ସମ୍ପର୍କ: ଏହା ଏପରି ଏକ ସମ୍ପର୍କ ଯେଉଁଥିରେ ପାଦ ଦେବାର ବହୁତ କାରଣ ରହିଛି। ଯଦି ଆପଣ ଏପରି କିଛି ସମ୍ପର୍କ ରଖିଛନ୍ତି ତେବେ ସବୁ ବେଳେ ମନେ ରଖିବା ଉଚିତ ଯେ, ଆପଣଙ୍କ ଜୀବନସାଥୀ ଏହାକୁ କେବେ ସ୍ୱୀକାର କରିବେ ନାହିଁ। ଏହା ଜଣାପଡିଲେ ଆପଣଙ୍କ ବୈବାହିକ ଜୀବନ ଉପରେ କେତେ ପ୍ରଭାବ ପକାଇବ ଥରୁଟିଏ ଚିନ୍ତା କରିବା ଦରକାର।

ପ୍ରତିଶ୍ରୁତି: ଟାଇମ-ପାସ୍‌ ପ୍ରେମରେ କୌଣସି କମିଟମେଣ୍ଟ ନ ଥାଏ। ପ୍ରେମୀ ଯୁଗଳ ନିଜ ସର୍ମ୍ପକକୁ ନେଇ କୌଣସି ପ୍ରତିଶ୍ରୁତି ଦେଇ ନ ଥାନ୍ତି। ହେଲେ ସମ୍ପର୍କ ଆଗକୁ ବଢ଼ିବା ସହ ଆପଣାଛାଏଁ କମିଣ୍ଟମେଣ୍ଟ ଆସିଯାଇଥାଏ। କାରଣ ବଞ୍ଚିବାକୁ ନିଶ୍ୱାସ ନେବା ଯେମିତି ଜରୁରୀ ସମ୍ପର୍କ ବଢାଇବାକୁ କମିଟମେଣ୍ଟ ସେପରି ଜରୁରୀ। ଯଦି ଆପଣ ଏ ଟାଇପର ପ୍ରେମ କରୁଛନ୍ତି ତେବେ ଏଥିରେ କୋଡ ଅଫ୍‌ କଣ୍ଡକ୍ଟ ନିହାତି ରହିବା ଆବଶ୍ୟକ। ପାର୍ଟନରକୁ ଏପରି କିଛି ପ୍ରତିଶ୍ରୁତି ନ ଦିଅନ୍ତୁ ଯାହା ଆପଣଙ୍କ ଓ ଆପଣଙ୍କ ପରିବାର ପାଇଁ ଅପବାଦର କାରଣ ପାଲଟିବ ଓ ଭବିଷ୍ୟତରେ ଆପଣଙ୍କୁ ସମସ୍ୟାରେ ପକାଇ।

Advertisment

ଭାବନାତ୍ମକ ମିଳନ: ଆପଣଙ୍କୁ ପୂର୍ବରୁ ଜଣା ଅଛି ଆପଣଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ଯିବ ନାହିଁ। ତେଣୁ ସମ୍ପର୍କ ବଢାଇବା ପୂର୍ବରୁ ଏହାକୁ କେତେ ଦୂର ଆଗକୁ ନେବେ ତାହା ଚିନ୍ତା କରିବା ଦରକାର। ସୋସିଆଲ ମିଡିଆରେ ଏକିତି କିଛି ଅନ୍ତରଙ୍ଗ ସମୟକୁ ସେୟାର କରନ୍ତୁ ନାହିଁ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ କାଳ ହେବ। ନିଜ ଭାବନାକୁ ନିଜ ସୀମା ମଧ୍ୟରେ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ।

"ବଞ୍ଚିବାକୁ ନିଶ୍ୱାସ ନେବା ଯେମିତି ଜରୁରୀ ସମ୍ପର୍କ ବଢାଇବାକୁ କମିଟ୍‌ମେଣ୍ଟ ସେପରି ଜରୁରୀ।"

ସୁରକ୍ଷା: ଟାଇମ-ପାସ୍‌ରେ ଶାରୀରିକ ସମ୍ପର୍କ ରଖିବା ଅବା ନ ରଖିବା ଆପଣଙ୍କ ଇଚ୍ଛା। ଯଦି ଆପଣ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ସାବଧାନତା ନିହାତି ଆବଶ୍ୟକ। ସମ୍ପର୍କ ରଖିବା ସମୟରେ କଣ୍ଡୋମ ନିଶ୍ଚିତ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣ ଘାତକ ବେମାରୀରୁ ରକ୍ଷା ପାଇବା ସହ ଅନିଚ୍ଛାକୃତ ଗର୍ଭଧାରଣ ପରି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଦୂରତ୍ୱ: ଆପଣଙ୍କ ଅନୈତିକ ସମ୍ପର୍କର ଭବିଷ୍ୟତ ଅନ୍ଧକାରମୟ। ଏହା ଆପଣଙ୍କ ପରିବାରକୁ କେବଳ କଷ୍ଟ ହିଁ ଦେବ। ଏହାସହ ଏପରି ସମ୍ପର୍କ ରଖିଲେ ଆପଣଙ୍କ ବୈବାହିକ ଜୀବନରେ ଦୂରତ୍ୱ ବୃଦ୍ଧି ପାଇବ। ତେଣୁ ଟାଇପ-ପାସ୍‌ ପାଇଁ ଅନୈତିକ ସମ୍ପର୍କ ରଖଇବା ପୂର୍ବରୁ ହଜାର ଥର ଚିନ୍ତା କରିବା ଆବଶ୍ୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe