/odisha-reporter/media/post_attachments/uploads/2020/02/safa.jpg)
safa
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତେ ନିଜ ଘରକୁ ସଫାସୁତୁରା ରଖିବାକୁ ଚାହିଁଥା’ନ୍ତି। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମୟ ବାହାର କରିବା କଷ୍ଟକର ହୋଇପଡ଼େ। ଏଣୁ ଅଧିକାଂଶ ଲୋକ ସପ୍ତାହକୁ ଥରେ ଘର ସଫା କରିଥା’ନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘର ସଫା କରିବା ପାଇଁ କିଛି ସହଜ ଉପାୟ ବତାଇବୁ। ଏହା ଦ୍ୱାରା ଆପଣ ଖୁବ୍ କମ୍ ସମୟରେ ଘର ସଫା କରିପାରିବେ।
୧. ସର୍ବଦା ଗୋଟିଏ ରୁମ୍ରୁ ହିଁ ସଫା କରିବା କାର୍ଯ୍ୟ ଆରମ୍ଭ କରନ୍ତୁ। ପ୍ରଥମେ ଝରକା ଓ କବାଟରେ ଥିବା ଧୂଳିକୁ ସଫା କରିନିଅନ୍ତୁ। ଏହାପରେ ଘରର ଚଟାଣ ସଫା କରିନିଅନ୍ତୁ। ୩୦ ମିନିଟ୍ ମଧ୍ୟରେ ଏସବୁ କରିବା ପାଇଁ ଚେଷ୍ଟା କରନ୍ତୁ।
୨. ଡଷ୍ଟବିନ୍ ଭିତରେ ପୁରୁଣା ନ୍ୟୁଜ୍ ପେପର୍ ରଖନ୍ତୁ। ଏହାଦ୍ୱାରା ଡଷ୍ଟବିନ୍ରେ କୌଣସି ଅଳିଆ ଲାଗିବ ନାହିଁ। ଏଣୁ ତାହା ଅସନା ହେବ ନାହିଁ କି ସେଥିରୁ ଦୁର୍ଗନ୍ଧ ବାହାରିବ ନାହିଁ।
୩. ଯଦି ପାଖରେ ୱିଣ୍ଡୋ ଭାକ୍ୟୁମ୍ କ୍ଲିନର୍ ନାହିଁ, ତେବେ ବାସନ ଧୋଉଥିବା ଲିକ୍ୱିଡ୍ରେ ପାଣି ମିଶାଇ ଝରକା ସଫା କରନ୍ତୁ। ଦେଖିବେ ଝରକା ପୂର୍ବ ପରି ଚମକି ଉଠିବ।
୪. ଟବ୍ ଓ ବେସିନ୍କୁ ଭଲ ଭାବରେ ସଫା କରିବା ପାଇଁ ବାଥରୁମ୍ କ୍ଲିନର୍ ପକାଇ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାପରେ ସଫା କରିନିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
