Advertisment

ଖଟରେ ହିଁ କରନ୍ତୁ ସକାଳର ଅଳସକୁ ବାଏ ବାଏ

ଭୁବନେଶ୍ୱର: ଶୀତ ଋତୁରେ ସକାଳୁ ଉଠି ଯୋଗ କରିବା କିମ୍ବା ଜିମ୍ ଯିବାରେ ଖୁବ୍ କଷ୍ଟ ଅନୁଭବ ହୁଏ। ପୂର୍ବ ଦିନର ବ୍ୟସ୍ତ ଜୀବନ ପରଦିନ ସକାଳୁ ଉଠିବାରେ ଅଳସୁଆ ମଧ୍ୟ କରାଏ। ତେବେ ସକାଳର ଅଳସକୁ ଖଟରେ ହିଁ ଦୂରାଇବା ସହ ପୁରା ଶରୀର ଓ ମସ୍ତିଷ୍କକୁ ବି କରନ୍ତୁ ସତେଜ। ତେବେ କିପରି ଓ କ’ଣ କରିଲେ ସକାଳର ଅଳସକୁ କରିବେ ବାଏ ବାଏ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଖାସ୍ ଆସନ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖଟରେ ହିଁ କରନ୍ତୁ ସକାଳର ଅଳସକୁ ବାଏ ବାଏ

pabana-muktasana

ଭୁବନେଶ୍ୱର: ଶୀତ ଋତୁରେ ସକାଳୁ ଉଠି ଯୋଗ କରିବା କିମ୍ବା ଜିମ୍ ଯିବାରେ ଖୁବ୍ କଷ୍ଟ ଅନୁଭବ ହୁଏ। ପୂର୍ବ ଦିନର ବ୍ୟସ୍ତ ଜୀବନ ପରଦିନ ସକାଳୁ ଉଠିବାରେ ଅଳସୁଆ ମଧ୍ୟ କରାଏ। ତେବେ ସକାଳର ଅଳସକୁ ଖଟରେ ହିଁ ଦୂରାଇବା ସହ ପୁରା ଶରୀର ଓ ମସ୍ତିଷ୍କକୁ ବି କରନ୍ତୁ ସତେଜ। ତେବେ କିପରି ଓ କ’ଣ କରିଲେ ସକାଳର ଅଳସକୁ କରିବେ ବାଏ ବାଏ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଖାସ୍ ଆସନ।

Advertisment

[caption id="attachment_109627" align="alignleft" width="300"]sabasanaଶବାସନ[/caption]

ଶବାସନ: ଧ୍ୟାନ ପାଇଁ ସକାଳ ସମୟ ସବଠୁ ଭଲ। ସକାଳୁ ନିଦ ଭାଙ୍ଗିବା ମାତ୍ରେ ହଠାତ୍ ଉଠି ନ ବସି ଶେଯରେ ଆଖି ବନ୍ଦ ରଖି ସିଧା ଶୋଇ ରୁହନ୍ତୁ। ହାତର ପାପୁଲିକୁ ଉପରକୁ ଖୋଲି ରଖନ୍ତୁ। ଟିକେ ଲମ୍ବା ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ପ୍ରତିଟି ନିଶ୍ୱାସ ପ୍ରଶ୍ୱାସରେ ପେଟ ଫୁଲିବା ଓ କମିବା ପରି ଅନୁଭବ କରନ୍ତୁ।

Advertisment

ଲାଭ:

ଏହା ଶରୀର ଓ ସ୍ନାୟୁକୁ ଶିଥିଳ କରାଏ। ମସ୍ତିଷ୍କକୁ ଶାନ୍ତ କରାଏ। ମୁଣ୍ଡବିନ୍ଧା, ଅବସନ୍ନତା ଓ ଅବସାଦ କମ୍‌ କରେ

[caption id="attachment_109629" align="alignright" width="300"]fullbodyଫୁଲ ବଡି ଷ୍ଟ୍ରେଚ୍‌[/caption]

ଫୁଲ୍‌ ବଡି ଷ୍ଟ୍ରେଚ୍: ସକାଳର ଅଳସ ଭାଙ୍ଗିବାରେ ଫୁଲ୍‌ ବଡି ଷ୍ଟ୍ରେଚ୍ ଏକ ସୁବିଧା ଓ ସହଜ ଉପାୟ। ଖଟରେ ବସି ଦୁଇ ହାତକୁ ଦୁଇ କାନର ପଛକୁ ନେବା ସହ ଦୁଇ ଗୋଡ଼ ଆଗକୁ ସିଧା ଲମ୍ବାଇ ରଖନ୍ତୁ। ତାପରେ ଦୁଇ ହାତର ପାପୁଲିକୁ ଯୋଡ଼ି ଆଗକୁ ଝୁକିବା ସହ ପଛକୁ ଫେରନ୍ତୁ।

ଲାଭ:

ମାଂସପେଶୀକୁ ସତେଜ କରାଇବା ସହ ଶ୍ୱାସକ୍ରିୟା ସୁଚାରୁ ରୂପେ କରାଏ।

[caption id="attachment_109631" align="alignleft" width="134"]mountain-poseମାଉଣ୍ଟେନ ପୋଜ୍‌[/caption]

ମାଉଣ୍ଟେନ ପୋଜ: ଏହି ପୋଜକୁ ଖଟରେ ନ କରି ତଳେ କରିବାକୁ ପଡ଼େ। ସିଧା ଛିଡ଼ା ହୋଇ ଦୁଇ ହାତର ପାପୁଲିକୁ ନମସ୍କାର ପୋଜରେ ଦୁଇ କାନର ପାଖ ଦେଇ ମୁଣ୍ଡ ଉପରେ ହାତକୁ ନମସ୍କାର ପୋଜରେ ରଖି ବଡ଼ି କୁ ଷ୍ଟ୍ରେଚ୍‌ କରନ୍ତୁ।

ଲାଭ:

ନିତମ୍ବ, ଆଣ୍ଠୁ, ତଳିପେଟ ଓ ଗୋଇଠିକୁ ଶକ୍ତ କରାଏ

[caption id="attachment_109634" align="alignright" width="300"]pabana-muktasanaପବନ ମୁକ୍ତାଶନ[/caption]

ପବନ ମୁକ୍ତାଶନ: ଖଟରେ କିମ୍ବା ତଳେ ସିଧା ଶୋଇ ରୁହନ୍ତୁ। ଡାହାଣ ଗୋଡ଼କୁ ଭାଙ୍ଗି ଆଣ୍ଠୁକୁ ଡାହାଣ ପାଖ କାନ୍ଧରେ ଲଗାନ୍ତୁ। ଦୁଇ ହାତରେ ଆଣ୍ଠୁକୁ ଜାବୁଡ଼ି ଧରନ୍ତୁ। ସେହିପରି ଭାବେ ବାମ ପାଖ ଗୋଡ଼ରେ ମଧ୍ୟ କରନ୍ତୁ। ପରେ ଦୁଇ ଗୋଡ଼କୁ ଏକା ସହ ଭାଙ୍ଗି ଦୁଇ ହାତ ସାହାଯ୍ୟରେ  ଆଣ୍ଠୁ ପାଖରୁ ଜାବୁଡ଼ି ଧରନ୍ତୁ। ଠିକ୍ ଯେପରି ନିଜକୁ କୁଣ୍ଢାଇଲା ପରି।

ଲାଭ:

ତଳିପେଟ, ଜଘଂ ଓ ନିତମ୍ବକୁ ସକ୍ରିୟ କରାଏ। ପେଟ ବଢ଼ିବାକୁ ଦିଏ ନାହିଁ, ଏହା ସହ ବର୍ଦ୍ଧିତ ପେଟକୁ କମ୍ କରେ। ବାଇସେପ, ଟ୍ରାଇସେପ୍ ଓ ମାଂସପେଶୀ ଶକ୍ତ କରାଏ। ଇଣ୍ଟେନଷ୍ଟାଇନକୁ ସଙ୍କୁଚିତ କରାଏ