Advertisment

ବେଡ୍‌ସିଟ୍‌ କିଣିଲା ବେଳେ ଆପଣାନ୍ତୁ ଏହି ଉପାୟ, ଖାସ୍ ଲାଗିବ ବେଡ୍‌ରୁମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂରା ଦିନ ଘର କାମ, ଅଫିସ୍‌ କାମ କରି ଥକି ଗଲା ପରେ ଆପଣଙ୍କର ଆରାମ୍‌ କରିବାକୁ ନିଶ୍ଚିନ୍ତ ଇଚ୍ଛା ହେବ । ଆଉ ଏହି ଆରାମ୍‌ ଆପଣଙ୍କ ନିଜ ବେଡ୍‌ରୁମ୍‌ରେ ହିଁ ପାଇ ପାରିବେ । ତେବେ ଆପଣଙ୍କ ବେଡ୍‌ସିଟ୍‌ ଏହି ଆରାମ୍‌ ଦେବାରେ ଅନେକ ଭୂମିକା ନେଇଥାଏ। କାରଣ ସବୁ ଥକାପଣକୁ ଆପଣ ବେଡ୍‌ରେ ହିଁ ଦୂର କରିଥାନ୍ତି। ଅନେକ ଲୋକ ଅଛନ୍ତି,  ବେଡ୍‌ସିଟ୍‌ କିଣିବା ବେଳେ ବହୁତ କନ୍‌ଫ୍ୟୁଜନ୍‌ ହୋଇଥାନ୍ତି। […]

author-image
Rosalin Rath
ଅଦ୍ୟତନ ହୋଇଛି
ବେଡ୍‌ସିଟ୍‌ କିଣିଲା ବେଳେ ଆପଣାନ୍ତୁ ଏହି ଉପାୟ, ଖାସ୍ ଲାଗିବ ବେଡ୍‌ରୁମ୍‌

b122

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂରା ଦିନ ଘର କାମ, ଅଫିସ୍‌ କାମ କରି ଥକି ଗଲା ପରେ ଆପଣଙ୍କର ଆରାମ୍‌ କରିବାକୁ ନିଶ୍ଚିନ୍ତ ଇଚ୍ଛା ହେବ । ଆଉ ଏହି ଆରାମ୍‌ ଆପଣଙ୍କ ନିଜ ବେଡ୍‌ରୁମ୍‌ରେ ହିଁ ପାଇ ପାରିବେ । ତେବେ ଆପଣଙ୍କ ବେଡ୍‌ସିଟ୍‌ ଏହି ଆରାମ୍‌ ଦେବାରେ ଅନେକ ଭୂମିକା ନେଇଥାଏ। କାରଣ ସବୁ ଥକାପଣକୁ ଆପଣ ବେଡ୍‌ରେ ହିଁ ଦୂର କରିଥାନ୍ତି।

Advertisment

ଅନେକ ଲୋକ ଅଛନ୍ତି,  ବେଡ୍‌ସିଟ୍‌ କିଣିବା ବେଳେ ବହୁତ କନ୍‌ଫ୍ୟୁଜନ୍‌ ହୋଇଥାନ୍ତି। କାରଣ ସେମାନଙ୍କର ବେଡିସିଡ୍‌ କିଣିବାରେ କିଛି ବି ଜ୍ଞାନ ନଥାଏ। କିଭଳି ବେଡ୍‌ସିଟ୍‌ କିଣିଲେ ବେଡ୍‌ରୁମ୍‌ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଆରାମ ମିଳିବ, ଆସନ୍ତୁ ଜାଣିବା ।

Choose right bed sheet for your bedroom

୧- ଆପଣ ସିଜିନ୍‌ ଅନୁସାରେ ବେଡ୍‌ସିଟ୍‌ କିଣନ୍ତୁ। ଏଠି ଭାବନ୍ତୁ ନାହିଁ ଯେ, ଆପଣଙ୍କ ପଡ଼ିଶା ଘର ମହିଳାଙ୍କ ଘରେ କିଭଳି ବେଡ୍‌ସିଟ୍‌ ପଡ଼ିଛି ଆଉ ଅପଣଙ୍କର ତାହା ନାହିଁ। ଏହା ମଧ୍ୟ ଜାଣିବା ଜରୁରୀ ଯେ, ଆପଣ ନିଜେ କେଉଁ ପ୍ରକାର ବେଡ୍‌ସିଟ୍‌ରେ ଆରାମ ଅନୁଭବ କରିପାରିବେ।

Advertisment

୨- ଗରମ ଦିନରେ ଆପଣ କଟନ୍‌ର ବେଡ୍‌ସିଟ୍‌ କିଣନ୍ତୁ। ଏହା ଆପଣଙ୍କୁ ଖରା ଦିନରେ ଆରାମ ଦେବ ଏବଂ ବେଡ୍‌ରୁମ୍‌ ମଧ୍ୟ ଫ୍ରେସ୍‌ ରହିବ।

publive-image

୩- ପ୍ରତିଦିନ ବ୍ୟବହାର କରିବା ପାଇଁ ଆପଣ ବେଡ୍‌ସିଟ୍‌ କିଣୁଥିଲେ ପ୍ଲେନ୍‌ ବା ସାଧା ବେଡ୍‌ସିଟ୍‌ କିଣନ୍ତୁ। ଏହା ଆପଣଙ୍କ ବେଡ୍‌ରୁମ୍‌କୁ ଏକ ଅଲଗା ଲୁକ୍‌ ଦେବ।

୪- ଯଦି ଆପଣ କଟନ୍‌ ବେଡିସିଟ୍‌ କିଣୁଛନ୍ତି ତାହାଲେ ବେଡ୍‌ସିଟ୍‌ର ସାଇଜ୍‌ ଉପରେ ଧ୍ୟାନ ଦିଅନ୍ତୁ। କାରଣ କଟନ୍‌ ବେଡ୍‌ସିଟ୍‌ ଧୋଇଲା ପରେ ତାହା ଅଳ୍ପ ଛୋଟ ହୋଇଯାଏ।

Decorate your bedroom

୫- ବେଡ୍‌ସିଟ୍‌ ଏପରି କିଣନ୍ତୁ ଯାହା ଆପଣଙ୍କ ବେଡ୍‌ର ଗଦିକୁ ପୂରା ଲୁଚାଉ ଥିବ। ନ ନ ହେଲେ ଆପଣଙ୍କ ବେଡ୍‌ ସୁନ୍ଦର ଦେଖା ନଯିବା ସହ ଶୋଇଲା ବେଳେ ତାହା ଠିକ୍‌ ଜାଗାରେ ରହି ନ ପାରେ।

୬- ବେଡ୍‌ରୁମ୍‌କୁ ସୁନ୍ଦର କରିବାକୁ ଚାହୁଥିଲେ ଆପଣଙ୍କ କାନ୍ଥ ସହ ବେଡ୍‌ର ରଙ୍ଗକୁ  ଦେଖି ବେଡ୍‌ସିଟ୍‌ କିଣନ୍ତୁ। ଏହା ଆପଣଙ୍କ ରୁମ୍‌କୁ ଏକ ଫ୍ରେସ୍‌ ଲୁକ୍‌ ଦେବ।

୭- ବେଳେବେଳେ କିଛି ପୂଜା ପର୍ବରେ ବେଡ୍‌ସିଟ୍‌ ବ୍ୟବହାର କରିବା ପାଇଁ ଆପଣ ସୁନ୍ଦର ବା ଆକର୍ଷିତ କଲା ଭଳି ବେଡ୍‌ସିଟ୍‌ କିଣନ୍ତୁ।

Household Tips In Odia