m21
ଆବଶ୍ୟକ ସାମଗ୍ରୀ
ଖାସି ମାଂସ, ମାଟି ହାଣ୍ଡି, ଜିରା, ରସୁଣ, ଧନିଆ ବଟା, ଗରମ ମସଲା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ପିଆଜ, ଲୁଣ ଓ ପାଣି।
ପ୍ରସ୍ତୁତି ପ୍ରଣାଳୀ
/odisha-reporter/media/post_attachments/wp-content/uploads/2019/07/m11-1.jpg)
ପ୍ରଥମେ ମାଟି ହାଣ୍ଡିର ଭିତର ପଟେ ଟିକେ ତେଲ ଲଗାଇ ଦିଅନ୍ତୁ। ଏହା ପରେ ଏହାକୁ ଗ୍ୟାସ୍ ଚୁଲାରେ ବସାନ୍ତୁ। ହାଣ୍ଡିରେ ପ୍ରଥମେ ତେଲ ଲଗାଇ ଦେଲେ ଆଉ ଏଥିରେ ମସଲା ଲାଗେ ନାହିଁ।
ହାଣ୍ଡି ଟିକେ ଗରମ ହୋଇଗଲେ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ କଟା ପିଆଜ ପକାଇ ଅଳ୍ପ ଭାଜନ୍ତୁ। ଏହା ପରେ ଜିରା, ରସୁଣ, ଧନିଆ ପେଷ୍ଟ ଓ ଲଙ୍କା ଗୁଣ୍ଡ ପକାଇ ଭଲରେ କଷନ୍ତୁ। କିଛି ସମୟ ପରେ ଏଥିରେ ହଳଦି ଗୁଣ୍ଡ ଓ ଅଳ୍ପ ପାଣି ଦେଇ ପୁଣି କଷନ୍ତୁ।
/odisha-reporter/media/post_attachments/wp-content/uploads/2019/07/m41-1.jpg)
ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ମଟନ, ଲୁଣ, ଗରମ ମସଲା ଓ ପାଣି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତି। ଏବେ ହାଣ୍ଡିରେ ଏକ ଥାଳି ଦେଇ ଏହାକୁ ଘୋଡ଼ାଇ ଦିଅନ୍ତୁ ଏବଂ ମାଂସକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ତେବେ ପ୍ରତି ୧୦ ମିନିଟ୍ରେ ଥରେ ଘୋଡ଼ଣୀ କାଢ଼ି ମାଂସକୁ ଘାଣ୍ଟିବେ। ମଟନ ସିଝିବାକୁ ସମୟ ଲାଗିବ।
/odisha-reporter/media/post_attachments/wp-content/uploads/2019/07/m31-2.jpg)
ମଟନ୍ ସିଝିଯିବା ପରେ ହାଣ୍ଡିକୁ ଗ୍ୟାସ୍ରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟି ହାଣ୍ଡି ମସଲା ମଟନ୍। ମନେ ରଖିବେ ଏଥିରେ ଅଧିକ ଝୋଳ ରଖିବେ ନାହିଁ। ଝୋଳ କମ୍ ଓ ବହଳିଆ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/m21-2.jpg)