Advertisment

ଘରୁ ଝିଟିପିଟି ବାହାର କରିବାର ୫ଟି ସହଜ ଉପାୟ- Tips to keep lizards away from home

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେବେଳେ ଘରେ ଅଧିକ ଝିଟିପିଟି ହୋଇଗଲେ,ବ୍ୟସ୍ତ ହୋଇପଡ଼ନ୍ତି। ଝିଟିପିଟିକୁ ଘରୁ ତଡ଼ିବା ପାଇଁ ନାନା ଉପାୟ ଆପଣାଇଥା’ନ୍ତି। ତେବେ ଆଜି ଆମେ ଝିଟିପିଟିଙ୍କୁ ଘରୁ ବାହାର କରିବା ପାଇଁ ୫ଟି ସହଜ ଉପାୟ ଆପଣଙ୍କୁ କହିବୁ। ୧. ଘରୁ ଝିଟିପିଟିଙ୍କୁ ବାହାର କରିବାର ସବୁଠାରୁ ସହଜ ଉପାୟ ହେଉଛି ଅଣ୍ଡା ଖୋଳ। ଅଣ୍ଡା ଖାଇବା ପରେ ଖୋଳକୁ ନ ଫୋପାଡ଼ି ଯେଉଁ ସ୍ଥାନରେ ଝିଟିପିଟି ଅଛନ୍ତି, ସେଠାରେ ରଖି ଦିଅନ୍ତୁ। ଦେଖିବେ ଅଣ୍ଡା […]

ଅଦ୍ୟତନ ହୋଇଛି
ଘରୁ ଝିଟିପିଟି ବାହାର କରିବାର ୫ଟି ସହଜ ଉପାୟ- Tips to keep lizards away from home

j222

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେବେଳେ ଘରେ ଅଧିକ ଝିଟିପିଟି ହୋଇଗଲେ,ବ୍ୟସ୍ତ ହୋଇପଡ଼ନ୍ତି। ଝିଟିପିଟିକୁ ଘରୁ ତଡ଼ିବା ପାଇଁ ନାନା ଉପାୟ ଆପଣାଇଥା’ନ୍ତି। ତେବେ ଆଜି ଆମେ ଝିଟିପିଟିଙ୍କୁ ଘରୁ ବାହାର କରିବା ପାଇଁ ୫ଟି ସହଜ ଉପାୟ ଆପଣଙ୍କୁ କହିବୁ।

Advertisment

୧. ଘରୁ ଝିଟିପିଟିଙ୍କୁ ବାହାର କରିବାର ସବୁଠାରୁ ସହଜ ଉପାୟ ହେଉଛି ଅଣ୍ଡା ଖୋଳ। ଅଣ୍ଡା ଖାଇବା ପରେ ଖୋଳକୁ ନ ଫୋପାଡ଼ି ଯେଉଁ ସ୍ଥାନରେ ଝିଟିପିଟି ଅଛନ୍ତି, ସେଠାରେ ରଖି ଦିଅନ୍ତୁ। ଦେଖିବେ ଅଣ୍ଡା ଗନ୍ଧରେ ଝିପିପିଟି ଘରୁ ବାହାରକୁ ଚାଲିଯିବେ।

୨. ରସୁଣରୁ କିଛି କୋଲା ନେଇ ଝରକା ଓ କବାଟରେ ସୂତାରେ ବାନ୍ଧି ଟାଙ୍ଗି ଦିଅନ୍ତୁ। ଏପରି କଲେ ଝିପିପିଟି ଘରକୁ ଆସିବେ ନାହିଁ।

Advertisment

୩. ଶୀତଦିନେ ଝିଟିପିଟି କମ୍‌ ଦେଖିବାକୁ ମିଳିଥା’ନ୍ତି। ଯେବେ ବି ଝିଟିପିଟି ଦେଖୁଛନ୍ତି, ତାଙ୍କ ଉପରେ ଥଣ୍ଡା ପାଣି ପକାଇଲେ, ଘରୁ ବାହାରିଯିବେ।

୪. ଘରୁ ଛୋଟ ଛୋଟ ପୋକକୁ ବାହାର କରିବା ପାଇଁ ଗନ୍ଧ କର୍ପୂର ବ୍ୟବହାର କରାଯାଇଥାଏ। ତେଣୁ ଘର କୋଣରେ ଗନ୍ଧ କର୍ପୂର ରଖନ୍ତୁ, ଦେଖିବେ ଝିଟିପିଟି ହେବେ ନାହିଁ।

୫. କଫି ପାଉଡର୍‌ ଓ ପାନରେ ପଡୁଥିବା ଖଇର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣର ଛୋଟ ଛୋଟ ଗୁଳା କରି ଝିଟିପିଟି ହେଉଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ କଫି ଓ ଖଇର ଗନ୍ଧରେ ଝିଟିପିଟି ଘରୁ ବାହାରିଯିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe