Advertisment

ରୋଷେଇ ଘରକୁ କେମିତି ରଖିବେ ପରିଷ୍କାର- Tips to keep your kitchen clean

ନୂଆଦିଲ୍ଲୀ: ଏବେ କରୋନା ପାଇଁ ସଫାସୁତୁରା ରହିବାକୁ ସମସ୍ତଙ୍କ ସଚେତନ କରାଯାଉଛି। କେବଳ ଭଲ ଭାବେ ହାତ ଧୋଇ ଦେଲେ କାମ ସରି ଯିବନି। ଘର ଭିତର ଓ ବାହାରକୁ ବି ପରିଷ୍କାର ରଖିବାକୁ ହେବ। ଆଉ ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘରକୁ ସଫା ରଖିବା ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରାଖିବାକୁ ହେବ। ରୋଷେଇ ସରିବା ପରେ ପରିବା […]

ଅଦ୍ୟତନ ହୋଇଛି
ରୋଷେଇ ଘରକୁ କେମିତି ରଖିବେ ପରିଷ୍କାର- Tips to keep your kitchen clean

kitchen

Advertisment

ନୂଆଦିଲ୍ଲୀ: ଏବେ କରୋନା ପାଇଁ ସଫାସୁତୁରା ରହିବାକୁ ସମସ୍ତଙ୍କ ସଚେତନ କରାଯାଉଛି। କେବଳ ଭଲ ଭାବେ ହାତ ଧୋଇ ଦେଲେ କାମ ସରି ଯିବନି। ଘର ଭିତର ଓ ବାହାରକୁ ବି ପରିଷ୍କାର ରଖିବାକୁ ହେବ। ଆଉ ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘରକୁ ସଫା ରଖିବା ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ରାଖିବାକୁ ହେବ।

Advertisment
  • ରୋଷେଇ ସରିବା ପରେ ପରିବା ଚୋପା କିମ୍ବା ଅନ୍ୟ କୌଣସି ବର୍ଜ୍ୟବସ୍ତୁକୁ ରୋଷେଇ ଘରର କୌଣସି କୋଣରେ ଜମା କରି ରଖନ୍ତୁ ନାହିଁ। ଆବର୍ଜନାଙ୍କୁ ନିୟମିତ ଭାବେ ନେଇ ବାହାରେ ପକାନ୍ତୁ।
  • ଜଣେ ଜଣେ ଗ୍ୟାସ ଚୁଲାକୁ ଭାରି ଅସନା କରନ୍ତି। ସେମିତି କରନ୍ତୁ ନାହିଁ। ରୋଷେଇ ସରିବା ମାତ୍ରେ ଗ୍ୟାସ୍‌ ଚୁଲାକୁ ଭଲ ଭାବେ ସଫା କରି ଦିଅନ୍ତୁ।
  • ପନିକି, ଛୁରୀ ଓ ଚପିଙ୍ଗ ବୋର୍ଡକୁ ଆଦିକୁ ବ୍ୟବହାର କରିବା ପରେ ଭଲ ଭାବେ ଧୋଇ ଶୁଖାଇ ରଖନ୍ତୁ। କାରଣ ସେଥିରେ ପରିବା ଖଣ୍ଡ ଲାଗି ରହିଲେ ଜୀବାଣୁ ସୃଷ୍ଟି ହୋଇପାରନ୍ତି।
  • ଅଇଁଠା ବାସନ ବା ରୋଷେଇରେ ବ୍ୟବହୃତ ପାତ୍ରକୁ ଭଲ ଭାବେ ସଫା କରି ରଖି ଦିଅନ୍ତୁ। ସେଗୁଡ଼ିକୁ ଘଣ୍ଟା ଘଣ୍ଟା ଧରି ବେସିନ୍‌ରେ ପକାଇ ରଖନ୍ତୁ ନାହିଁ।
  • ରୋଷେଇ ଘର ଚଟାଣକୁ ବି ସବୁଦିନେ ସଫା କରନ୍ତୁ।
  • ରୋଷେଇ ସାମଗ୍ରୀ ରଖୁଥିବା ପାତ୍ର ଓ ସ୍ଥାନକୁ ମଧ୍ୟ ପରିଷ୍କାର ରଖନ୍ତୁ। ଅଯଥା ଜିନିଷ ରଖନ୍ତୁ ନାହିଁ।
  • ଆମିଷ ରୋଷେଇ କରିବା ସମୟରେ ଧୈର୍ଯ୍ୟ ରଖନ୍ତୁ। କାରଣ ଆମିଷ ବ୍ୟଞ୍ଜନ ରୋଷେଇ କରିବାକୁ ଅଧିକ ସମୟ ଲାଗେ। ମାଂସ କରୁଥିଲେ ଏହାକୁ ଭଲ ଭାବେ ସିଝାନ୍ତୁ। ଅଣ-ରନ୍ଧା, ଅଧା ସିଝା ଖାଦ୍ୟ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଡାକିଆଣେ।
  •  ରନ୍ଧା ଖାଦ୍ୟକୁ ଚାମଚରେ ଖା’ନ୍ତୁ। ନହେଲେ ଭଲ ଭାବେ ହାତ ଧୋଇ ଖା’ନ୍ତୁ। ରୋଷେଇ ବେଳେ ଖାଦ୍ୟକୁ ପରୀକ୍ଷା କରିବା ପାଇଁ ଚାମଚର ବ୍ୟବହାର କରନ୍ତୁ। ଅପରିଷ୍କାର ହାତରେ ଖାଦ୍ୟକୁ ଧରନ୍ତୁ ନାହିଁ। ଏହା ଦ୍ୱାରା ରୋଗ ସୃଷ୍ଟିକାରୀ ଜୀବାଣୁ ଆମ ଶରୀରକୁ ସହଜରେ ପ୍ରବେଶ କରନ୍ତି। 
  • ଖାଦ୍ୟକୁ ଆଦୌ ଖୋଲା ଛାଡ଼ନ୍ତୁ ନାହିଁ। ସେହିପରି ଫ୍ରିଜ୍‌କୁ ଭଲ ଭାବେ ସଫା ରଖନ୍ତୁ।
Kitchen Tips In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe