Advertisment

ଶିଶୁଙ୍କୁ ଭାଇରାଲ୍‌ ଫିଭର୍‌ରୁ କେମିତି ରକ୍ଷା କରିବେ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇରାଲ୍‌ ଫିଭର୍‌ ସମସ୍ତଙ୍କୁ ହୋଇଥାଏ। କିନ୍ତୁ ଛୋଟ ଶିଶୁଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥିବାରୁ ସେମାନଙ୍କୁ ଏହି ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ଯଦି ଆପଣଙ୍କ ଶିଶୁକୁ ଭାଇରାଲ୍ ଫିଭର୍‌ ହୋଇଛି, ତା’ହେଲେ କୌଣସି ଘରୋଇ ଉପଚାର କରିବା ପରିବର୍ତ୍ତେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ତେବେ ଆସନ୍ତୁ ଜାଣିବା ଭାଇରାଲ୍ ଫିଭର୍‌ ହେବାର କାରଣ କ’ଣ ଓ ଆପଣଙ୍କ ଶିଶୁକୁ ଏଥିରୁ କିପରି ରକ୍ଷା କରିବେ। କାରଣ ସତର୍କ […]

author-image
Puspanjali Panda
ଶିଶୁଙ୍କୁ ଭାଇରାଲ୍‌ ଫିଭର୍‌ରୁ କେମିତି ରକ୍ଷା କରିବେ ?

sisu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇରାଲ୍‌ ଫିଭର୍‌ ସମସ୍ତଙ୍କୁ ହୋଇଥାଏ। କିନ୍ତୁ ଛୋଟ ଶିଶୁଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥିବାରୁ ସେମାନଙ୍କୁ ଏହି ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ଯଦି ଆପଣଙ୍କ ଶିଶୁକୁ ଭାଇରାଲ୍ ଫିଭର୍‌ ହୋଇଛି, ତା’ହେଲେ କୌଣସି ଘରୋଇ ଉପଚାର କରିବା ପରିବର୍ତ୍ତେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ତେବେ ଆସନ୍ତୁ ଜାଣିବା ଭାଇରାଲ୍ ଫିଭର୍‌ ହେବାର କାରଣ କ’ଣ ଓ ଆପଣଙ୍କ ଶିଶୁକୁ ଏଥିରୁ କିପରି ରକ୍ଷା କରିବେ। କାରଣ ସତର୍କ ରହିବା ସବୁଠୁ ଭଲ। ଏହାର କୌଣସି ବିକଳ୍ପ ନାହିଁ।

Advertisment

ଭାଇରାଲ୍‌ ଫିବର୍‌ର କାରଣ :

- ଇନ୍‌ଫେକସନ୍‌ ହୋଇଥିବା ବ୍ୟକ୍ତିଙ୍କର କାଶ କିମ୍ୱା ଛିଙ୍କ ମାଧ୍ୟମରେ ଜୀବାଣୁ ଅନ୍ୟ ବ୍ୟକ୍ତି ପାଖକୁ ସହଜରେ ଯାଇଥା’ନ୍ତି।
- ଯଦି କୌଣସି ବ୍ୟକ୍ତିଙ୍କୁ ଭାଇରାଲ୍‌ ଫିଭର୍‌ ହୋଇଛି, ତାଙ୍କ ସମ୍ପର୍କରେ ଆସିଲେ ମଧ୍ୟ ଶିଶୁଙ୍କୁ ଏହି ଜ୍ୱର ହୋଇଥାଏ।

ଭାଇରାଲ୍‌ ଫିଭର୍‌ରୁ ଶିଶୁଙ୍କୁ କିପରି ରକ୍ଷା କରିବେ ?

  • ଶିଶୁକୁ ଯେତେ ସମ୍ଭବ ଶୋଇବାକୁ ଦିଅନ୍ତୁ।
  • ଡାକ୍ତର ପରାମର୍ଶ ଦେଇଥିବା ଔଷଧକୁ ଶିଶୁକୁ ଖାଇବାକୁ ଦେବାକୁ ଭୁଲନ୍ତୁ ନାହିଁ।
  • ଯେଉଁ ଶିଶୁଙ୍କୁ ପୂର୍ବରୁ ଥଣ୍ଡା, କାଶ ଓ ଜ୍ୱର ହୋଇଛି, ସେମାନଙ୍କ ପାଖରେ ଶିଶୁକୁ ରଖନ୍ତୁ ନାହିଁ।
  • ଶିଶୁକୁ ବାହାର ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ।
  • ସଫାସୁତୁରା ଉପରେ ଧ୍ୟାନ ଦିଅନ୍ତୁ। ଶିଶୁର ହାତ ଭଲ ଭାବରେ ଧୁଅନ୍ତୁ ଓ ସଫା ପୋଷାକ ପିନ୍ଧିବାକୁ ଦିଅନ୍ତୁ।
  • ଘରେ କୌଣସି ସଦସ୍ୟଙ୍କୁ ଥଣ୍ଡା ହୋଇଥିଲେ ବା ଭାଇରାଲ୍ ଜ୍ୱର ହୋଇଥିଲେ ତାଙ୍କୁ ଶିଶୁ ପାଖକୁ ଯିବାକୁ ମନା କରନ୍ତୁ।
Advertisment